ଆସିକା ୧୧/୧୨ (ମନୋଜ ମୁନୀ): ରସିକିଆ ଶିକ୍ଷକଙ୍କ କଳା କାରନାମା। କେବଳ ସ୍କୁଲରେ ନୁହେଁ ଟିୟୁସନରେ ବି ବିଛାଇଥିଲେ ପ୍ରେମ ଜାଲ। ଛାତ୍ରୀଙ୍କୁ ଏକୁଟିଆ ଡାକି ପ୍ରେମ ନିବେଦନ ସହିତ ଅଲିଙ୍ଗନ କରୁଥିଲେ । କ୍ଲାସ୍‌ ରୁମରେ ପ୍ରେମ ନିବେଦନର ଏକ ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି । ତେବେ ରସିକିଆ ସାର୍‌ଙ୍କ କଳା କାରନାମା ସାମ୍ନାକୁ ଆସିବା ପରେ ଗ୍ରାମବାସୀ ଉତ୍ତମ ମଧ୍ୟମ ଦେଇଛନ୍ତି ।

​​​​​​​

ଏଭଳି ଘଟଣା ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ବାଲି ଛାଇ ସ୍କୁଲରୁ ସାମ୍ନାକୁ ଆସିଛି । ଘଟଣାକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଅନ୍ୟପଟେ ପୀଡ଼ିତାଙ୍କ ପରିବାର ଘଟଣା ନେଇ ଜାଣିବା ପରେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଗୁରୁ ଓ ଶିଷ୍ୟ ସମ୍ପର୍କ ଏକ ମହାନ ଓ ଶ୍ରେଷ୍ଠ ହୋଇଥିବା ବେଳେ ଶିକ୍ଷକଙ୍କ ଏ କାରନାମା ସାରା ଗୁରୁ କୂଳକୁ ଅପମାନିତ କରିଛି । ଏଭଳି ଶିକ୍ଷକଙ୍କୁ ଆଖି ଦୃଶ୍ୟା ଦଣ୍ଡ ପାଇଁ ପୀଡ଼ିତାଙ୍କ ପରିବାର ଦାବି କରିଛନ୍ତି ।