ବାରିପଦା, ୨୦/୦୪: ଜନଗଣନା କରିବାକୁ ଯାଇ ଆଉ ଫେରିଲେନି ଶିକ୍ଷୟିତ୍ରୀ। ଦୁଇଦିନ ଧରି ଖୋଜିବା ପରେ ବାରିପଦା ସଦର ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଶିକ୍ଷୟିତ୍ରୀ ହେଲେ ବାରିପଦା ବ୍ଲକ ଅଧିନସ୍ଥ ଢେଂକିନେଞ୍ଜିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ। ଶିକ୍ଷୟିତ୍ରୀଙ୍କୁ ଖୋଜିବା ପାଇଁ ମୋବାଇଲ୍ ଟ୍ରାକିଂ ଆରମ୍ଭ କରିଛି ସଦର ପୁଲିସ। ମୟୂରଭଞ୍ଜ ଜିଲ୍ଲା ଶିକ୍ଷକ କୋ-ଅର୍ଡିନେସନ୍ କମିଟି ପକ୍ଷରୁ ଥାନାରେ ଅଭିଯୋଗ। ଶିକ୍ଷୟିତ୍ରୀ ଜଣକ ସେହି ଅଞ୍ଚଳର ସୁରେଶ ଚନ୍ଦ୍ର ସି ଙ୍କ ଘରେ ଭଡାରେ ରହୁଥିଲେ।

ବାରିପଦା ବ୍ଲକ ଚନ୍ଦନପୁର କ୍ଲଷ୍ଟର ଅନ୍ତର୍ଗତ ଢେଂକିନେଞ୍ଜିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ଭାବେ ଅବସ୍ଥାପିତ ଜ୍ୟୋତ୍ସ୍ନାରାଣୀ ସାହୁଙ୍କ ନିଖୋଜ ନେଇ ବାରିପଦା ସଦର ଥାନାରେ ଏକ ଅଭିଯୋଗ ହୋଇଛି ।  ଜନଗଣନା (ସେନ୍ସସ) ଦାୟିତ୍ୱରେ ଥିବା ସତ୍ୱେ ସେ ଗତ ୧୮ ତାରିଖରେ ସେନସସ ଡ୍ୟୁଟିକୁ ସକାଳୁ ଯାଇ ଆଉ ଫେରି ନାହାନ୍ତି । ତାଙ୍କ ନିଖୋଜ ପରେ ସେନସସ କାର୍ଯ୍ୟକ୍ରମ ହୋଇ ପାରି ନଥିବା ବେଳେ ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ଦାୟିତ୍ୱ ଦିଆ ଯାଇଛି । ସେପଟେ ସେ ରହୁଥିବା ଘର ମାଲିକ ସୁରେଶ ଚନ୍ଦ୍ର ସିଙ୍କ ପକ୍ଷରୁ ସଦର ଥାନାରେ ଏକ ନିଖୋଜ ମାମଲା ଦାୟର କରାଯିବା ସହ ତାଙ୍କୁ ଖୋଜିବା ପାଇଁ ପୁଲିସ କୁ ଅନୁରୋଧ କରାଯାଇଛି । ସେହି ଦିନ ଠାରୁ ତାଙ୍କ ଫୋନ ସୁଇଚ ଅଫ ଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢ଼ନ୍ତୁ :-  ଯୁବତୀଙ୍କ ସହ ହୋଟେଲରେ ସମ୍ପର୍କ ରଖିଥିଲେ ଜିମ୍ ଟ୍ରେନ୍ର, ବିବାହ କରିବାକୁ ମନା କରିବାରୁ ବନ୍ଧା ହେଲେ ଅଭିଯୁକ୍ତ...