PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଅସହ୍ୟ ହେଲା   ଛାତି ଯନ୍ତ୍ରଣା, ଆତ୍ମହତ୍ୟା କଲେ ଶିକ୍ଷୟିତ୍ରୀ

ସୋର, ୮।୮  ଛାତିରେ ଯନ୍ତ୍ରଣା। ଦିନକୁ ଦିନ ଅସହ୍ୟ ହୋଇପଡିଲା। ଅସ୍ତ୍ରୋପଚାର ​‌ କଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ। ଛାତିର ଯନ୍ତ୍ରଣା ବଢିବାଲେ ଲାଗିଛି। ଯାହାକୁ  ସହ୍ୟ କରି ହେଉନି। ଏକ ସୁଇସାଇଡ ନୋଟରେ ଏପରି ଲେଖି  ଆତ୍ମହତ୍ୟା କରିଛନ୍ତି ଜଣେ ଶିକ୍ଷୟିତ୍ରୀ। ମୃତ ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି  ମିନାକ୍ଷୀ ବିଶ୍ବାଳ। ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ଼ ଗ୍ରାମରେ ଏଭଳି ଘଟଣା ଘଟିଛି।

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ଼ ଗ୍ରାମର ସଞ୍ଜୟ ରାଉଳ  ୮ ବର୍ଷ ତଳେ ଖନ୍ତାପଡା ଅଞ୍ଚଳରୁ ମିନାକ୍ଷୀ ବିଶ୍ୱାଳଙ୍କୁ ବିବାହ କରିଥିଲେ । ଉଭୟଙ୍କର ଏକ ୬ ବର୍ଷରେ ଝିଅ  ଅଛି । ମିନାକ୍ଷୀଙ୍କର ସ୍ୱାମୀ ଆର୍ମିରେ କାର୍ଯ୍ୟ  କରନ୍ତି।  ମିନାକ୍ଷୀ ସୋରରେ  ରହି ସେଠାରେ  ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢ଼ାଉଥିଲେ । ସବୁ ଠିକ ଠିକ  ଚାଲିଥିଲା।  ଗତ କିଛିଦିନ ଧରି ମିନାକ୍ଷୀଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏ ନେଇ ସେ  ପରିବାର ଲୋକଙ୍କୁ କହିଥିଲେ । ପରିବାର ଲୋକ ଡାକ୍ତରଙ୍କୁ ଦେଖାଇ ତାଙ୍କର ଅସ୍ତ୍ରୋପଚାର କରାଇଥିଲେ  । ହେଲେ କିଛି ସୁଫଳ ମିଳି ନଥିଲା । ଛାତିରେ ଯନ୍ତ୍ରଣା ପୂର୍ବଭଳି ହୋଇଥିଲା। ରବିବାର  ସୋର ଭଡା ଘରୁ ନିଜ ଶଶୁର ଘର ଗଣ୍ଡିବେଡ଼ଙ୍କୁ ଯାଇଥିଲେ ।  ଯନ୍ତ୍ରଣା ଅଧିକ ହେଉଥିବା ନେଇ ସନ୍ଧ୍ୟାରେ ଶାଶୁଙ୍କୁ ଜଣାଇଥିଲେ ।

ମିନାକ୍ଷୀ ରୋଷେଇ ଘରେ ଥିବା ଏକ ପଙ୍ଖାରେ ଶାଢୀ ଲଗାଇ ଆତ୍ମହତ୍ୟା  କରିଥିବା ସୋମବାର ସକାଳୁ ଉଠି ପରିବାର ଲୋକ ଦେଖିଥିଲେ।  ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ତେବେ ତାଙ୍କ  ମୃତଦେହ ନିକଟକୁ ଏକ ସୁଇସାଇଡ ନୋଟ ମିଳିଛି ଯେଉଁଥିରେ ଲେଖା ହୋଇଥିଲା ଯେ ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି , ମୋ ଛାତିରେ ଯନ୍ତ୍ରଣା ଅସହ୍ୟ ହେଲାଣି,  ଅଧିକ ଯନ୍ତ୍ରଣା ହେବାରୁ କେତେ ମେଡିସିନ ଖାଇବି,  ଶେଷରେ ମୁଁ ଆତ୍ମହତ୍ୟା କରୁଛି । ମୋ ଝିଅ ତମକୁ ଲାଗିଲା,  ତାଙ୍କୁ ସମସ୍ତେ ଦେଖିବେ ବୋଲି ସୁଇସାଇଡ ନୋଟ୍‌ରେ ଲେଖା ଅଛି । ତେବେ ପୋଲିସ ସୁଇସାଇଡ ନୋଟକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର