ରାଜଧାନୀରେ ଗର୍ଜିଲେ ଶିକ୍ଷକ, ମାଷ୍ଟରକ୍ୟାଣ୍ଟିନ୍ ଛକରେ ଅଖଚକ ଜାମ୍

ଭୁବନେଶ୍ଵର, ୨୭/୧୧ : ରାଜଧାନୀରେ ଗର୍ଜିଲେ ଶିକ୍ଷକ। ମାଷ୍ଟରକ୍ୟାଣ୍ଟିନ୍ ଛକରେ ଅଖଚକ ଜାମ୍। ମାଷ୍ଟରକ୍ୟାଣ୍ଟିନ୍ ଛକରେ ସକାଳ ସାଢେ ୧୦ଟାରୁ ଏବେ ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ ରହିଛି। ମିଳିତ ଶିକ୍ଷକ ମହାସଙ୍ଘ ପକ୍ଷରୁ ରାଜଧାନୀରେ ବିଶାଳ ଶିକ୍ଷକ ସମାବେଶ ହୋଇଛି। ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରାୟ ଏକ ଲକ୍ଷ ଶିକ୍ଷକ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ସୂଚନାନୁଯାୟୀ, କେନ୍ଦ୍ର ହାତରେ ଦରମା, ୪୨୦୦ ଗ୍ରେଡ ପେ, ପୁରୁଣା ପେନସନ ଲାଗୁ କରିବା, ଶିକ୍ଷକ ନିଯୁକ୍ତି କ୍ଷେତ୍ର ଚୁକ୍ତିଭିତ୍ତିକ ଉଚ୍ଛେଦ କରିବା ଦାବି ନେଇ ଆଜି ରାଜଧାନୀରେ ହଜାର ହଜାର ଶିକ୍ଷକ ସମାବେଶ କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେନି ବୋଲି ଚେତାବନୀ ଦେଇଛନ୍ତି। ଗତ ୨୦ ତାରିଖରେ NPS ଶିକ୍ଷକ ହଙ୍ଗାମା କରିଥିଲେ।