PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଭିଜିଲାନ୍ସ ଜାଲ୍‌ରେ ଶିକ୍ଷକ; ୬ କୋଟିରୁ ଅଧିକ ସମ୍ପତ୍ତି ଠାବ

ନବରଙ୍ଗପୁର,୨୫/୦୭(ଆପ୍ର): ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଜଣେ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି । ନବରଙ୍ଗପୁର ଜିଲ୍ଲା କୋଷାଗୁମଡା ବ୍ଲକ ମୁଣ୍ଡିଗୁଡା ପିୟୁପିଏସ ସ୍କୁଲ ଶିକ୍ଷକ(ଜିଲ୍ଲା ପରିଷଦ ଶିକ୍ଷକ) ସୁବ୍ରତ କୁମାର ଚୌଧୁରୀ(ରିଟୁ)ଙ୍କ ନବରଙ୍ଗପୁର ଆର.କେ କଲୋନୀ ବାସଭବନ ସମେତ ୬ଟି ସ୍ଥାନରେ ଚଢଉ କରାଯାଇଛି । ରାତି ୮ଟା ସୁଦ୍ଧା ୫କୋଟି ୫୮ଲକ୍ଷ ୨୮ ହଜାର ୧୫୭ଟଙ୍କାର ସମ୍ପତ୍ତି ଆକାଳନ କରାଯାଇଛି । ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ ଚାଳିଛି ଆକଳନ ସମ୍ପୂର୍ଣ୍ଣ ସରି ନଥିବା ବିଭାଗୀୟ ଏସ୍‌ପି ହରେକୃଷ୍ଣ ବେହେରା କହିିଛନ୍ତି । ଚଢ଼ଉରେ ୬ଟି ଟିମ୍‌ ସାମିଲ ହୋଇଥିବା ସେ କହିଛନ୍ତି ।

ଶିକ୍ଷକଙ୍କ ଏଚଡିଏଫସି ବ୍ୟାଙ୍କ ନିକଟରେ ଥିବା ଆପାର୍ଟମେଣ୍ଟ ଡିଜାଇନରେ ନିର୍ମିତ ୪ ମହଲା କୋଠା ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରଥମେ ଚଢଉ କରାଯାଇଥିଲା । ସେହିପରି ଆରକେ କଲୋନୀ ବାସଭବନ, ୨୬ ନଂ.ଜାତୀୟ ରାଜପଥପାଶ୍ୱର୍ରେ ତାଙ୍କ ସ୍ତ୍ରୀ ଭାରତୀ ଚୌଧୁରୀଙ୍କ ନାଁରେ ଥିବା ସନ୍ତୋଷୀ ଇନ୍‌ଫୋଟେକ୍‌ କମ୍ପ୍ୟୁଟର କେନ୍ଦ୍ର, ରଙ୍ଗମାଟିଗୁଡାଠାରେ ୨ ତାଲା କୋଠା, ସ୍ଥାନୀୟ ନୂଆଚର୍ଚ୍ଚ ନିକଟରେ ସ୍ତ୍ରୀଙ୍କ ନାଁରେ ଥିବା ୨ ତାଲା କୋଠା, ନୂଆବନ୍ଧ ସାହିରେ ସ୍ତ୍ରୀଙ୍କ ନାଁରେ ଥିବା ଅନ୍ୟ ଏକ ୨ ତାଲା କୋଠା ଉପରେ ଚଢଉ କରାଯାଇଛି । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଚଢଉ ସନ୍ଧ୍ୟାପର୍ଯ୍ୟନ୍ତ ଶେଷ ହୋଇ ନଥିଲା । ଶିକ୍ଷକଙ୍କ ସ୍ଥାବର ଅସ୍ଥାବର ସଂପତ୍ତିର ଆକଳନ ଚାଲିଛି ।

ସନ୍ଧ୍ୟା ସୁଦ୍ଧା ୩କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । ଏହି ଚଢଉରେ ରାୟଗଡା ଜିଲ୍ଲା ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ କୁମାର ବିଶ୍ୱାଳ, କଳାହାଣ୍ଡି ଜିଲ୍ଲା ଡିଏସ୍‌ପି ସତ୍ୟବାନ ମହାନନ୍ଦ, ଜୟପୁର ଡିଏସ୍‌ପି ହେନେରି କୁଲୁ, ନବରଙ୍ଗପୁର ଇନ୍ସପେକ୍ଟର ଦୀନବନ୍ଧୁ ବେହେରା, ଶିବରାମ ସାହୁ, ସୂର୍ଯ୍ୟକାନ୍ତି ଟାକ୍ରି, ରୁନା ପଣ୍ଡା, କଳାବତୀ ବାଘଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ସାମିଲ ହୋଇଥିଲେ । ଏନେଇ ଶିକ୍ଷକ ଶ୍ରୀ ଚୌଧୁରୀଙ୍କୁ ପଚାରିବାରେ ଗତ ଏକବର୍ଷ ହେଲା ସେ ଶିକ୍ଷକତାରୁ ଇସ୍ତଫା ଦେଇଛନ୍ତି । ୩ ମାସ ତଳେ ତାଙ୍କ ଇସ୍ତଫାପତ୍ର ଗ୍ରହଣ ହୋଇଛି । ବର୍ତ୍ତମାନ ସେ ସନ୍ତୋଷୀ ଇନ୍‌ଫୋଟେକ୍‌ କମ୍ପ୍ୟୁଟର (ଫାର୍ମ)ରେ ରହି ତାଙ୍କ ସ୍ତ୍ରୀଙ୍କୁ ସହାୟତା କରୁଥିବା କହିଛନ୍ତି ।

ସମ୍ବନ୍ଧିତ ଖବର