PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

୩ ଦଫା ଦାବି ନେଇ ଖଲ୍ଲିକୋଟ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ବିକ୍ଷୋଭ ଓ ବିଶାଳ ଶୋଭାଯାତ୍ରା

ଖଲ୍ଲିକୋଟ ୧୯/୧୧-ସାରା ରାଜ୍ୟରେ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୩ ଦଫା ଦାବି ନେଇ ଆନ୍ଦୋଳନ ଡ଼ାକରାରେ ଖଲ୍ଲିକୋଟ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସାମିଲ ହୋଇଛି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଠିକା ନିଯୁକ୍ତିକୁ ବନ୍ଦ କରିବା ସହ ତୁରନ୍ତ ଜୁନିଅର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ନିୟମିତ କରି ୨୦୦୧ ଠାରୁ ଆଜି ପର୍ଯ୍ୟନ୍ତ ନିଯୁକ୍ତ ସମସ୍ତ ଏନପିଏସ ଶିକ୍ଷକଙ୍କର ୬ ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରିରେ ମିଶାଇ ୬ ରୁ ୮ ଟି ଇଂକରିମେଂଟ ଦେବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା ସହ ତୁରନ୍ତ ସମସ୍ତ ନୂତନ ପେନସନ ଭୁକ୍ତ ଶିକ୍ଷକଙ୍କୁ ପୁରୁଣା ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଆଦି ୩ ଦଫା ଦାବି ନେଇ ଖଲ୍ଲିକୋଟ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ସ୍ଥାନୀୟ ବାଲୁଙ୍କେଶ୍ୱର ମନ୍ଦିର ପରିସରରୁ ବାହାରି ସହର ପରିକ୍ରମା କରି ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିବା ସହ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା।

ମଂଚର ସଭାପତି ନାଗେଶ୍ୱର ବାରିକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ସୁରେନ୍ଦ୍ରନାଥ ବେହେରା ଏହି ବିକ୍ଷୋଭର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ରାଜ୍ୟ ଶିକ୍ଷକ ସଂଘ ପୂର୍ବତନ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ମହାରଣା ସରକାରଙ୍କର ପ୍ରାଥମିକ ଶିକ୍ଷକଙ୍କ ଏହି ଅବହେଳା କୁ ନେଇ ଆଜି ରାଜରାସ୍ତାରେ ଆନ୍ଦୋଳନରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମିଲ ହେବା ସହ ୩ ଦଫା ଦାବି କୁ ତୁରନ୍ତ ପୁରଣ କରିବା ଆବଶ୍ୟକ ବୋଲି ମତ ଦେଇଥିଲେ। ସେହିପରି ଶିକ୍ଷକ ନେତା କୃଷ୍ଣ ଚନ୍ଦ୍ର ପରିଡା, ଶ୍ରୀହର୍ଷ ମହାରଣା,ପ୍ରଶାନ୍ତ ଦାଶ, ମଧୁ ଚରଣ ସେଠୀ, ବାବୁଲା ଦାଶ , ପ୍ରଦ୍ୟୁମ୍ନ ଦଲବେହେରା, ସନ୍ତୋଷ ମଲ୍ଲିକ, ମାଗତା ନାହାକ, କୃଷ୍ଣ ଚନ୍ଦ୍ର ଜେନା, ତ୍ରିନାଥ ବେହେରା, ବଳରାମ ବେହେରା, ଯୋଗମାୟା ବାରିକ, ପ୍ରଜ୍ଞା ପଟ୍ଟନାୟକ, ଶ୍ୱେତ ଦାଶ ଙ୍କ ସମେତ ୫୦୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ସଭା ପରେ ମୁଖ୍ୟମନ୍ତ୍ରୀ, ଗଣ ଶିକ୍ଷାମନ୍ତ୍ରୀ,୫ଟି ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ, ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଏହି ୩ ଦଫା ଦାବି ସମ୍ବଳିତ ଦାବୀ ପତ୍ରକୁ ଏବିଇଓ ସନ୍ତୋଷ କୁମାର ବେଉରାଙ୍କୁ ପ୍ରଦାନ କରାଯାଇଥିଲା ଓ ଆସନ୍ତା ୨୭ ତାରିଖ ଆନ୍ଦୋଳନକୁ ଭୁବନେଶ୍ୱର ଯିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା। ଏହା ସହିତ ପ୍ରାଥମିକ ଶିକ୍ଷକଙ୍କୁ ହାଇସ୍କୁଲ ପରୀକ୍ଷା ପରିଚାଳନାରେ ନ ପକାଇବା ପାଇଁ ଦାବି ପ୍ରଦାନ କରାଯାଇଥିଲା।