PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

୨ୟ ଦିନିକିଆ: ଷ୍ଟାର୍କଙ୍କ ଘାତକ ବୋଲିଂରେ ଟିମ୍‌ ଇଣ୍ଡିଆ ଧରାଶାୟୀ, ମାତ୍ର ୧୧୭ ରନରେ ଅଲଆଉଟ୍‌ ରୋହିତ ବାହିନୀ

ବିଶାଖାପଟ୍ଟନମ୍‌ ୧୯/ ୦୩: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ଦିନିକିଆ ସିରିଜର ୨ୟ ମୁକାବିଲାରେ ଘରୋଇ ଦଳ ମାତ୍ର ୧୧୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି । ଭାରତୀୟ ଦଳ ମାତ୍ର ୨୬ ଓଭର ଖେଳିବାକୁ ସକ୍ଷମ ହୋଇଥିବା ବେଳେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ଆବଶ୍ୟକ ୧୧୮ ରନ୍‌ । ମିଚେଲ୍‌ ଷ୍ଟାର୍କଙ୍କ ଘାତକ ବୋଲିଂକୁ ସାମ୍ନା କରି ନପାରି ଜଣେ ପରେ ଜଣେ ଭାରତୀୟ ବ୍ୟାଟର୍‌ ପ୍ୟାଭିଲିୟନ ଫେରିଛନ୍ତି । ଦଳ ପକ୍ଷରୁ ବିରାଟ କୋହଲି ଏକମାତ୍ର ବ୍ୟାଟର୍‌ ଯିଏ କି ୩୦+ ରନ୍‌ କରିପାରିଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ଦ୍ରୁତ ବୋଲର ମିଚେଲ୍‌ ଷ୍ଟାର୍କ ସର୍ବାଧିକ ୫ଟି ଓ୍ବିକେଟ୍‌ ନେଇଛନ୍ତି ।

ଅଧିନାୟକ ରୋହିତ ଶର୍ମା ଓ ଶୁବମାନ ଗିଲ୍‌ ଇନିଂସ ଓପନ୍‌ କରିଥିଲେ । ଗିଲ୍‌ ଖାତା ଖୋଲିବା ପୂର୍ବରୁ ହିଁ ସହଜ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ । ସେହିଭଳି ଅଧିନାୟକ ରୋହିତ ଶର୍ମା ୧୩ ରନ କରି ଆଉଟ ହୋଇଥିବା ବେଳେ ବିରାଟ କୋହଲି କିଛି ସମୟ କ୍ରିଜ୍‌ରେ ତିଷ୍ଠି ରହିବା ସହିତ ୩୧ ରନ କରି ଆଉଟ ହୋଇଥିଲେ । ପୂର୍ବ ମ୍ୟାଚରେ ମାତ୍ର ଗୋଟିଏ ବଲରେ ଆଉଟ ହୋଇଥିବା ସୂର୍ଯ୍ୟକୁମାର ଯାଦବ ପୁଣି ଫେଲ ମାରିଛନ୍ତି । ଦ୍ବିତୀୟ ମ୍ୟାଚରେ ମଧ୍ୟ ସେ ମାତ୍ର ଗୋଟିଏ ବଲରେ ଓ୍ବିକେଟ୍‌ ହୋଇଛନ୍ତି । ପ୍ରଥମ ମ୍ୟାଚର ହିରୋ ଲୋକେସ ରାହୁଲ ମାତ୍ର ୯ରନ କରି ଆଉଟ ହୋଇଥିବା ବେଳେ ହାର୍ଦ୍ଧିକ ପାଣ୍ଡ୍ୟା ୧ରନ, ରବିନ୍ଦ୍ର ଜାଡେଜା ୧୬ ରନ, କୁଲଦୀପ ଯାଦବ ୪ ରନ, ମହମ୍ମଦ ସାମି ଓ ମହମ୍ମଦ ସିରାଜ ଖାତା ମଧ୍ୟ ଖୋଲି ପାରିନାହାନ୍ତି । ଅକ୍ଷର ପଟେଲ ଶେଷ ଯାଏଁ କ୍ରିଜରେ ରହି ୨୯ରନର ମହତ୍ତ୍ବପୂର୍ଣ୍ଣ ଇନିଂସ ଖେଳିଥିଲେ ସୁଦ୍ଧା ତାଙ୍କୁ କେହି ସହଯୋଜ କରିନଥିଲେ । ଗୋଟିଏ ପରେ ଗୋଟିଏ ଓ୍ବିକେଟ୍‌ ପଡିବା ସହ ଶେଷରେ ସେ ନନ୍‌ଷ୍ଟ୍ରାଇକରେ ରହିଯାଇଥିଲେ ।

Image

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ଦମଦାର ବୋଲିଂ କରି ଭାରତର ଟପ୍‌ ଅର୍ଡର ଓ ମିଡିଲ ଅର୍ଡରକୁ ଧୂଳିସାତ୍‌ କରିଦେଇଥିଲେ । ଷ୍ଟାର୍କ ବ୍ୟକ୍ତିଗତ ଭାବେ ୮ ଓଭର ବୋଲିଂକରି ୫୩ ରନ ଦେବା ସହିତ ସର୍ବାଧିକ ୫ଟି ଓ୍ବିକେଟ୍‌ ନେଇଥିବା ବେଳେ ସିନ୍‌ ଆବୋଟ୍‌ ୬ ଓଭରରେ ୨୩ ରନ ୩ ଓ୍ବିକେଟ୍, ନାଥାନ୍‌ ଇଲିସ୍‌ ୫ ଓଭରରେ ୧୩ ରନ ୨ ଓ୍ବିକେଟ, କାମେରୁନ୍‌ ଗ୍ରୀନ୍‌ ୫ ଓଭରରେ ୨୦ରନ, ଆଡାମ ଜାମ୍ପା ୨ ଓଭରରେ ୬ରନ ଦେଇଛନ୍ତି ।

ସମ୍ବନ୍ଧିତ ଖବର