PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ କଥା ରଖି ଧୋନି ସନ୍ୟାସ ନେବାର ନିଷ୍ପତ୍ତି ବଦଳାଇଥିଲେ

ନୂଆଦିଲ୍ଲୀ,୨୪।୭: ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ବିଶ୍ବକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହେବାପରେ ଅନ୍ତଃର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାର ଯୋଜନାରେ ଥିଲେ। ଏପରିକି ଧୋନି ମଧ୍ୟ ସନ୍ୟାସ ନେବାର ପ୍ଲାନିଂ କରିସାରିଥିଲେ। କିଛି ଖେଳାଳିଙ୍କୁ ଧୋନି ଏ ବିଷୟରେ ପୂର୍ବରୁ ମଧ୍ୟ କହିସାରିଥିଲେ, କିନ୍ତୁ ଟିମ ଇଣ୍ଡିଆର ଜଣେ ଷ୍ଟାର ଖେଳାଳିଙ୍କ କଥା ରଖି ଧୋନି ନିଜର ସନ୍ୟାସ ନେବାର ନିଷ୍ପତ୍ତିକୁ ବର୍ତ୍ତମାନ ପାଇଁ ବଦଳାଇ ଦେଇଛନ୍ତି। ଧୋନି ଓ୍ବେଷ୍ଟ ଇଣ୍ଡିଜ ଗସ୍ତରେ ଯାଇନାହାନ୍ତି,ଆଗାମୀ ୨ ମାସ ସେ ଭାରତୀୟ ସେନା ସହିତ ସମୟ ବିତାଇବେ।

ଏକ ରିପୋର୍ଟ ଅନୁସାରେ,ଟିମ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲିଙ୍କ କହିବା ପରେ ଧୋନି ସନ୍ୟାସ ନେବାର ନି​ଷ୍ପତ୍ତିକୁ ବଦଳାଇ ଦେଇଥିଲେ। କୋହଲି ଏହି ସମୟରେ ଧୋନିଙ୍କୁ ବୁଝାଇଥିଲେ ଯେ, ଆଗକୁ ଆପଣଙ୍କର ଆବଶ୍ୟକତା ରହିଛି। ଏହି କାରଣରୁ ଧୋନି ନିଜର ସନ୍ୟାସ ନେବାର ଘୋଷଣା କରିନାହାନ୍ତି।

କୋହଲିଙ୍କ ମତରେ ଧୋନି ଏବେ ବି ସମ୍ପୂର୍ଣ୍ଣ ଭାବରେ ଫିଟ୍। ସେ ଆଗାମୀ ବର୍ଷ ଅଷ୍ଟେ୍ରଲିଆରେ ହେବାକୁ ଥିବା ଟି-୨୦ ଓ୍ବାର୍ଲ୍ଡକପ୍ ପର୍ଯ୍ୟନ୍ତ ଖେଳିପାରନ୍ତି। ଟିମ ମ୍ୟାନେଜମେଣ୍ଟ ମଧ୍ୟ ଚାହାନ୍ତି ଯେ,ଧୋନି ଏବେ ଋଷଭ ପନ୍ତଙ୍କୁ ଭଲ ଖେଳାଳି ଭାବରେ କିଛି ଟିପ୍ସ ଏବଂ ଟ୍ରେନିଂ ଦିଅନ୍ତୁ। କିଛି ଦିନ ତଳେ ଟିମ ଇଣ୍ଡିଆର ଜଣେ ଅଧିକାରୀ କହିଥିଲେ, ଯଦି ପନ୍ତଙ୍କୁ ଆଘାତ ଲାଗେ ତେବେ ତାଙ୍କ ବିକଳ୍ପ ସତ କହିଲେ ଧୋନିଙ୍କ ଛଡା ଆଉ କେହି ନାହିଁ। ଏହି କଥାକୁ କେହି ମନା କରିପାରିବେନି ଯେ,ପନ୍ତ ଟିମର ଭବିଷ୍ୟତ ଓ ତାଙ୍କୁ ସମସ୍ତ ଫର୍ମାଟରେ ଖେଳାଇ ହେବ,କିନ୍ତୁ ଧୋନିଙ୍କୁ ମାର୍ଗଦର୍ଶକ ଭାବରେ ଏବେ ରହିବା ଜରୁରୀ।