ନୂଆଦିଲ୍ଲୀ ୦୫/ ୦୬: ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଜିତି ୧୦ ବର୍ଷ ପରେ ଆଇସିସି ଟ୍ରଫି ହାତେଇବାକୁ ଜୋରଦାର କସରତ୍ କରୁଛି ଭାରତୀୟ ଦଳ । ଜୁନ ୭ ତାରିଖରୁ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡର ଦି ଓଭାଲରେ ଟେଷ୍ଟ ଫାଇନାଲ ଖେଳିବ ରୋହିତ ବାହିନୀ । ଶେଷ ଥର ପାଇଁ ୨୦୧୩ ମସିହାରେ ଆଇସିସି ଚାମ୍ପିୟନସ୍ ଟ୍ରଫି ଜିତିଥିଲା ଭାରତୀୟ ଦଳ । ଏହା ପରଠାରୁ ଦଳ କୌଣସି ଆଇସିସି ଇଭେଣ୍ଟରେ ଟାଇଟଲ୍ ଜିତିବାକୁ ସକ୍ଷମ ହୋଇନାହିଁ ।
ଟେଷ୍ଟ ଫାଇନାଲ ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ । ପ୍ରେସ୍ କନଫରେନ୍ସ କରି ସେ କହିଛନ୍ତି, ଆଇସିସି ଟ୍ରଫି ପାଇଁ ଦଳର କୌଣସି ଖେଳାଳି ଆଦୌ ଚାପରେ ନାହାନ୍ତି । ଆଇସିସି ଟ୍ରଫି ଜିତିବା ଏକ ସୁଖଦ ଅନୁଭବ ନିଶ୍ଚୟ କିନ୍ତୁ ଆମେ ଟ୍ରଫି ଜିତିବା ଚାପରେ ନାହୁଁ । ଗତ ୨ ବର୍ଷ ହେଲା ଆମେ ଦମଦାର ପ୍ରଦର୍ଶନ କରିଆସୁଛୁ । ତେଣୁ ଆମେ ବିଶ୍ବ ଟେଷ୍ଟଚାମ୍ପିୟନସିପ୍ ଫାଇନାଲ ଖେଳୁଛୁ'।
Also Read: ଅଷ୍ଟ୍ରେଲିଆଠୁ ଆମେ ୨ଟି ସିରିଜ୍ ଜିତିଛୁ, ତଥାପି କଙ୍ଗାରୁ ଟିମ୍କୁ ହାଲକା ଭାବେ ନେବୁନି: ବିରାଟ କୋହଲି
ଦ୍ରାବିଡ କହିଛନ୍ତି, ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା । ଯାହାକି ପ୍ରଶଂସାଯୋଗ୍ୟ । ଷ୍ଟାର ବ୍ୟାଟର ଅଜିଙ୍କ୍ୟ ରାହାଣେଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ରାହୁଲ ଦ୍ରାବିଡ । ସେ କହିଛନ୍ତି, ଅଜିଙ୍କ୍ୟ ରାହାଣେ ଦଳରେ ରହିବା ନିହାତି ଭାବେ ବହୁତ ଭଲ । ଅବଶ୍ୟ ଦଳର ଜଣେ ଖେଳାଳି ଆହତ କାରଣରୁ ରାହାଣେ ସାମିଲ ହୋଇଛନ୍ତି । କିନ୍ତୁ ଇଂଲଣ୍ଡ ପିଚରେ ତାଙ୍କ ଭଳି ଖେଳାଳି ଦଳରେ ରହିବା ଆବଶ୍ୟକ । କାରଣ ପୂର୍ବରୁ ସେ ଇଂଲଣ୍ଡରେ ଦମଦାର ଇନିଂସ ଖେଳିଥିବାର ନଜିର ରହିଛି'।
Also Read: WTC ଫାଇନାଲ: ଭାରତର ବ୍ୟାଟିଂ ଲାଇନ୍ ଚିନ୍ତାଜନକ, କଙ୍ଗାରୁ ବିପକ୍ଷ ଲଢେଇ ପୂର୍ବରୁ ଏମିତି କହିଲେ ପୂର୍ବତନ କ୍ରିକେଟର
ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ, ଚେତେଶ୍ବର ପୁଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେ.ଏସ୍. ଭରତ, ରବିଚନ୍ଦ୍ରନ ଅଶ୍ବିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକତ ଓ ଇଶାନ କିଷନ
ଷ୍ଟାଣ୍ଡବାଏ କ୍ରିକେଟର: ଜଶସ୍ବୀ ଜୟସ୍ବାଲ, ମୁକେଶ କୁମାର ଓ ସୂର୍ଯ୍ୟକୁମାର ଯାଦବ
You May Read:
wp:embed {"url":"https://www.prameya.com/61-cases-against-gangster-mukhtar-ansari-in-various-police-station/","type":"wp-embed","providerNameSlug":"prameya"}