ନୂଆଦିଲ୍ଲୀ,୧୦/୦୭: ଇଂଲଣ୍ଡ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ ହାରିଛି ଭାରତ । ଆୟର୍ଲାଣ୍ଡ ବିପକ୍ଷରେ ୨-୦ରେ ହ୍ୱାଇଟ୍‌ୱାସ୍ ପରେ ଘରୋଇ ଇଂଲଣ୍ଡଠୁ ସିରିଜ୍ ହାରିଛି ଟିମ୍ ଇଣ୍ଡିଆ । ଆଉ ଗୋଟିଏ ମ୍ୟାଚ୍‌ କେବଳ ସମ୍ମାନ ପାଇଁ ଖେଳିବ । ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଟିମ୍ ଇଣ୍ଡିଆ ଲଗାତାର ହାରୁଛି । ଏହା ଦଳକୁ ଅଲିମ୍ପିକ୍ସରୁ ବାଦ ଦେବାର ଆଶଙ୍କା ସୃଷ୍ଟି କରିଛି । ଯଦିଓ ଟିମ୍ ଇଣ୍ଡିଆ ବର୍ତ୍ତମାନ ଆଇସିସି ଟି-୨୦ ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ଅଧିକାର କରିଛି, ତଥାପି ଏହା ଏହି ଟାଇଟଲ ହରାଇପାରେ । ଏବେ ଗୋଟିଏ କଥା ଚର୍ଚ୍ଚା ହେଉଛି ବ୍ୟାକ୍ ଟୁ ବ୍ୟାକ୍ ପରାଜୟ ଏବଂ ସିରିଜ୍ ହରିବା ପରେ ଅଲମ୍ପିକ୍ସ ଟିକେଟ୍ ହରାଇବ କି ଭାରତ ? ଜାଣନ୍ତୁ କଣ କହୁଛି ସମୀକରଣ ।

ଟିମ୍ ଇଣ୍ଡିଆ ମାର୍ଚ୍ଚ ମାସରେ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଥିଲା । ସେବେଠାରୁ ଭାରତୀୟ ଦଳ ଗୋଟିଏ ବି ମ୍ୟାଚ୍ ଜିତିନାହିଁ । ଆୟର୍ଲାଣ୍ଡ ପରି ଦୁର୍ବଳ ଦଳ ବିରକ୍ଷରେ ଭାରତ ୨ଟି ମ୍ୟାଚ୍ ହାରିଛି । ଇଂଲଣ୍ଡ ଆଗରେ ସମ୍ପୂର୍ଣ୍ଣ ଭାବରେ ଆତ୍ମସମର୍ପଣ କରିଛି । ଗତ ୬ଟି ମ୍ୟାଚରୁ ୫ଟି ହାରିଛି ଭାରତ । ଗୋଟିଏ ବର୍ଷା ପାଇଁ ବାତିଲ୍ ହୋଇଛି । ଏହି ବ୍ୟାକ୍ ଟୁ ବ୍ୟାକ୍ ପରାଜୟ ଟିମ୍ ଇଣ୍ଡିଆକୁ ଅଲମ୍ପିକ୍ସରୁ ବାଦ ଦେବା ଆଶଙ୍କା କରାଯାଉଛି । ଯଦି ଏହା ଜାରି ରେ ତେବେ ଟିମ୍ ଇଣ୍ଡିଆ ଅଲମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିପାରିବ ନାହିଁ । ଆଇସିସି ଆଲମ୍ପିକ୍ସ ୨୦୨୮ ଯୋଗ୍ୟତା ଫର୍ମାଟ୍ ପ୍ରକାଶ କରିଛି । ଏଥିରେ ସ୍ପଷ୍ଟ ଭବେ ଉଲ୍ଲେଖ ଯେ, ସେମାନଙ୍କ ମହାଦେଶର ଶୀର୍ଷ ସ୍ଥାନ ଅଧିକାର କରିଥିବା ଦଳ ସିଧାସଳଖ ଅଲମ୍ପିକ୍ସ ସ୍ଥାନନ ପାଇବ । ଆଫ୍ରିକା, ଏସିଆ, ୟୁରୋପ ଏବଂ ଓସେନିଆରୁ ଗୋଟିଏ ଶୀର୍ଷ ସ୍ଥାନ ଅଧିକାର କରିଥିବା ଆଇସିସି ଟି-ଟ୍ୱେଣ୍ଟି ଦଳ ସିଧାସଳଖ ଅଲିମ୍ପକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ । ପୁରୁଷ ବର୍ଗରେ ମୋଟ୍ ୬ଟି ଦଳ ଅଂଶଗ୍ରହଣ କରିବେ । ପ୍ରତି ମହାଦେଶରୁ ଗୋଟିଏ ଏବଂ ଆୟୋଜକ ରାଷ୍ଟ୍ରରୁ ଗୋଟିଏ ଏବଂ ଆଇସିସି ଅଲମ୍ପିକ୍ସ ଯୋଗ୍ୟତା ଅର୍ଜନରୁ ଗୋଟିଏ ।

ଟିମ୍ ଇଣ୍ଡିଆ ଏବେ ନମ୍ବର ୱାନ୍- ବର୍ତ୍ତମାନ ଆଇସିସି ଟି-ଟ୍ୱେଣ୍ଟି ରାଙ୍କିଙ୍ଗକରେ ଭାରତ ପ୍ରଥମ ସ୍ଥାନରେ ରହିଛି । ଇଂଲଣ୍ଡ ବିପକ୍ଷରେ ୩ଟି ମ୍ୟାଚ୍ ହାରି ସାରିଛି ଭାରତ। ଆଉ ଗୋଟିଏ ମ୍ୟାଚ୍ ଯଦି ହାରୁଛି ତେବେ ଏକ ନମ୍ବର ସ୍ଥାନ ହରାଇବ । ଯଦି ଭାରତ ୨୦୨୬ ଶେଷ ସୁଦ୍ଧା ଆଉ ମ୍ୟାଚ୍ ହାରିଯାଏ ଏବଂ ଅନ୍ୟ ଏକ ଏସୀୟ ଦଳ ଆଇସିସି ରାଙ୍କିଙ୍ଗରେ ଭାରତକୁ ପଛରେ ପକାଇଦିଏ, ତେବେ ଭାରତ ଆପେ ଆପେ ଅଲମ୍ପିକ୍ସ ସ୍ଥାନ ହରାଇବ । ପାକିସ୍ତାନ ବର୍ତ୍ତମାନ ଦ୍ୱିତୀୟ ସର୍ବୋଚ୍ଚ ରାଙ୍କିଙ୍ଗ ଏସୀୟ ଦଳ । ଯଦି ପାକିସ୍ତାନ ୨୦୨୬ ଡିସେମ୍ବର ସୁଦ୍ଧା ଆଇସିସି ଟି-ଟ୍ୱେଣ୍ଟି ରାଙ୍କିଙ୍ଗରେ ଭାରତକୁ ପଛରେ ପକାଇଦିଏ ତାର ସ୍ଥାନ ସୁରକ୍ଷିତ ହୋଇଯିବ । ଭାରତକୁ ଅଲମ୍ପିକ୍ସ ଯୋଗ୍ୟତା ହାସଲ କରିବାକୁ ହେଲେ ବିଜୟ ହିଁ ଏକମାତ୍ର ଉପାୟ । ଆଗକୁ ଭାରତୀୟ ଦଳକୁ ସତର୍କତାର ସହ ଖେଳିବାକୁ ପଡିବ ।

ଏହା ବି ପଢନ୍ତୁ...IND vs ENG: ୭ ବର୍ଷରେ ଯାହା ହୋଇନଥିଲା ତାହା ହେଲା...ଟିମ୍ ଇଣ୍ଡିଆକୁ ବୁଡାଇଲେ ଅଧିନାୟକ ଆୟର...