ନୂଆଦିଲ୍ଲୀ,୨୩/୧ : ୨୦୨୬ ଟି-୨୦ ବିଶ୍ବକପ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଟାଇଟଲ ହାସଲ କରିବା ପାଇଁ ନିଜର ରଣନୀତି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭାରତ ବିଶ୍ବକପ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ଖେଳୁଛି । ଯଦିଓ ପ୍ରଥମ ମ୍ୟାଚରେ ଭାରତ ଏକ ବିଶାଳ ସ୍କୋର କରିଥିଲା ଏବଂ ନ୍ୟୁଜିଲାଣ୍ଡକୁ ୪୮ ରନରେ ହରାଇଛି ତଥାପି ଭାରତ ବଡ଼ ଭୁଲ୍ କରିଛି । ଭାରତ ଚାହିଁଥିଲେ ଏହି ମ୍ୟାଚକୁ ଆହୁରି ବଡ଼ ବ୍ୟବଧାନରେ ଜିତି ପାରିଥାନ୍ତା । ଆଗକୁ ଟି-୨୦ ବିଶ୍ବକପ ହେବାକୁ ଥିବାବେଳେ ଦଳ ଯଦି ଏହି ଭୁଲ୍ ଦୋହରାଏ ତାହେଲେ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ।
ନାଗପୁରରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଭାରତ ୨୩୮ ରନ୍ର ବିଶାଳ ସ୍କୋର କରିଥିଲା। ଟିମ ଇଣ୍ଡିଆର ବୋଲରମାନେ ନ୍ୟୁଜିଲ୍ୟାଣ୍ଡକୁ ୧୯୦ ରନ୍ରେ ସୀମିତ ରଖି ୪୮ ରନରେ ଜିତିଥିଲା । ନ୍ୟୁଜିଲ୍ୟାଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍, ଗ୍ଲେନ୍ ଫିଲିପ୍ସ ଏବଂ ମାର୍କ ଚାପମ୍ୟାନ୍, ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ବିପଦ ବୋଲି ପ୍ରମାଣିତ ହୋଇଥିଲେ । ବିଶେଷକରି ଫିଲିପ୍ସ ଦମଦାର ବ୍ୟାଟିଂ କରିଥିଲେ ଏବଂ ଏକାକୀ ମ୍ୟାଚ୍କୁ ବିଜୟ ଆଡ଼କୁ ନେଉଥିଲେ । ମାତ୍ର ଭାରତୀୟ ଖେଳାଳିଙ୍କ କିଛି ଭୁଲ୍ ପାଇଁ ସେ ବଡ଼ ସ୍କୋର ଆଡ଼କୁ ଅତିକ୍ରମ କରିଥିଲେ ।
କଣ ଭୁଲ୍ କରିଥିଲେ ଭାରତୀୟ ଖେଳାଳି
ଫିଲିପ୍ସଙ୍କର ଭାରତୀୟ ଖେଳାଳିମାନେ ତିନୋଟି କ୍ୟାଚ୍ ଛାଡ଼ିଥିଲା । ଏହାସହ ଦୁଇଟି ରନ୍ ଆଉଟ୍ ସୁଯୋଗ ହାତଛଡ଼ା କରିଥିଲେ । ଫିଲିପ୍ସଙ୍କୁ ଏହି ସୁଯୋଗ ମିଳିବା ପରେ ସେ ଏହାର ଫାଇଦା ଉଠାଇଥିଲେ । ଏହି ସଞ୍ଜୁ ସାମସନ୍ ଜଣେ କିୱି ବ୍ୟାଟ୍ସମ୍ୟାନଙ୍କ ବିପକ୍ଷରେ ଏକ ସହଜ ରନ୍ ଆଉଟ୍ ସୁଯୋଗ ହାତଛଡ଼ା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଫିଲିପ୍ସ ସେତେବେଳେ ୪୧ ରନ୍ କରିଥିଲେ। ଶେଷରେ ଫିଲିପ୍ସ ୭୮ ରନ୍ କରି ଆଉଟ୍ ହୋଇଥିଲେ । ଏହାସହ ମାରାତ୍ମକ ସାବ୍ୟସ୍ତ ହୋଇଥିବା ମାର୍କ ଚାପମ୍ୟାନଙ୍କ ଏକ ସହଜ କ୍ୟାଚ୍ ହାତଛଡ଼ା କରିଥିଲେ ରିଙ୍କୁ ସିଂହ । ସେତେବେଳେ ୧୬ ରନ୍ କରିଥିଲେ । ମାତ୍ର ପଛରେ ସେ ୩୭ ରନ୍ କରିଥିଲେ । ଏହାସହ ଇଶାନ କିଶାନ ଏବଂ ଅଭିଶେକ ଶର୍ମା ମଧ୍ୟ ଆଉଟକୁ ହାତଛଡ଼ା କରି କିଓ୍ବି ବ୍ୟାଟ୍ସମ୍ୟାନଙ୍କୁ ସୁଯୋଗ ଦେଇଥିଲେ । ଯାହାକି ଏତେ ବଡ଼ ସ୍କୋର ପର୍ଯ୍ୟନ୍ତ ପହଞ୍ଚାଇ ପାରିଲା । ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ଏଭଳି କିଛି ଭୁଲ୍ ପାଇଁ ସିରିଜ୍ ହାରିଥିଲା । ତେବେ ଆଗକୁ ଟି-୨୦ ବିଶ୍ବକପ ଆସିବାକୁ ଥିବାବେଳେ ଦଳକୁ ମଜବୁତ କରିବାକୁ ହେଲେ ଏହିସବୁ ଭୁଲକୁ ସଜାଡିବାକୁ ପଡ଼ିବ । ଆଜି ଦ୍ବିତୀୟ ଟି-୨୦ରେ ଏହା ଉପରେ ରହିଛି ସମସ୍ତଙ୍କ ନଜର ।
ଏହାସହ ପଢ଼ନ୍ତୁ : ବାଂଲାଦେଶ ଉପରେ ବର୍ଷିଲେ ପୂର୍ବତନ ଭାରତୀୟ କ୍ରିକେଟର, କହିଲେ ପାକିସ୍ତାନ କଥାରେ…