ନୂଆଦିଲ୍ଲୀ, ୨୨/୧ : ଭାରତରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପ ବର୍ଜନ କରିବା ପାଇଁ ବାଂଲାଦେଶକୁ ଉସୁକାଇଥିଲା ପାକିସ୍ତାନ । ଠିକ୍ ସମୟରେ ସାଥ୍ ଦେଇନି ପଡ଼ୋଶୀ ଦେଶ । ବାଂଲାଦେଶ ନିଜ ଜିଦରେ ଅଟଳ ରହିଥିବାବେଳେ ବିଶ୍ବକପରୁ ବାଦ ପଡ଼ିଛି । ଯାହାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ତେବେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ମଦନ ଲାଲ । ୧୯୮୩ ବିଶ୍ବକପ ବିଜେତା ଦଳର ଏହି ଖେଳାଳି ବାଂଲାଦେଶର ନିଷ୍ପତ୍ତିକୁ ନେଇ ସମାଲୋଚନା କରିଛନ୍ତି ।
ଏହାସହ ପଢ଼ନ୍ତୁ : ଟି-୨୦ ବିଶ୍ବକପରୁ ବାଦ୍ ପଡ଼ିଲା ବାଂଲାଦେଶ, ଏହି ଦଳକୁ ମିଳିପାରେ ସୁଯୋଗ
ମଦନ ଲାଲ୍ କହିଛନ୍ତି କି, ବାଂଲାଦେଶର ଏଭଳି ନିଷ୍ପତ୍ତି ଭାରତକୁ କୌଣସି କ୍ଷତି ପହଞ୍ଚାଇବ ନାହିଁ ବରଂ ବାଂଲାଦେଶ ପାଇଁ ବଡ଼ କ୍ଷତି ହେବାକୁ ଯାଉଛି । ଏତେ ବଡ଼ ଟୁର୍ଣ୍ଣାମେଣ୍ଟରୁ ଓହରିବା ବାଣିଜ୍ୟିକ ଭାବେ ଯଥେଷ୍ଟ କ୍ଷତି ପହଞ୍ଚାଇବ । ମୁଁ ଆଶା କରୁଛି ବାଂଲାଦେଶର ଏଲଭି ନିଷ୍ପତ୍ତି ପଛରେ ପାକିସ୍ତାନର ପ୍ରମୁଖ ଭୂମିକା ରହିଛି । ଭାରତକୁ କ୍ଷତି ପହଞ୍ଚାଇବା ପାଇଁ ପାକିସ୍ତାନ ଏଭଳି ଭାବେ ଉସୁକାଇଛି । ସେ କହିଛନ୍ତି କି, ବାଂଲାଦେଶ କୋଲକାତା ଏବଂ ମୁମ୍ବାଇରେ ମ୍ୟାଚ ଖେଳିବା ପାଇଁ ଥିଲା । ଯାହାକି ଭାରତର ଦୁଇଟି ସୁରକ୍ଷିତ ସହର । ଏଡାକୁ ନେଇ ଅଯଥାରେ ରାଜନୀତି କରିବାକୁ ଚେଷ୍ଟା କରାଯାଇଛି । କିନ୍ତୁ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିବା ବାଂଲାଦେଶ ନିଜେ କ୍ଷତିରେ ପଡ଼ିବ ।
ଏହାସହ ପଢ଼ନ୍ତୁ :କଥା ଦେଇ ରଖିଲାନି, ବାଂଲାଦେଶର ହାତ ଛାଡ଼ିଲା ପାକିସ୍ତାନ
କହି ରଖୁଛୁ କି, ବାଂଲାଦେଶକୁ ଆଇସିସି ୨୪ ଘଣ୍ଟାର ମହଲତ ଦେଇଥିବାବେଳେ ନଖେିଳିବା କହିଛି ବାଂଲାଦେଶ । ପାକିସ୍ତାନ ଭଳି ଶ୍ରୀଲଙ୍କାରେ ମ୍ୟାଚ୍ ଖେଳିବା ପାଇଁ ଅଡ଼ି ବସିଥିଲା ବାଂଲାଦେଶ । ଯେଉଁଥିପାଇଁ ୩ଥର ଚିଠି ଲେଖିଥିଲା ବିସିବି । ମାତ୍ର ଏହାକୁ ଆଇସିସି ଖାରଜ କରିଥିଲା । ତେବେ ଆଜି ଢ଼ାକାରେ ବାଂଲାଦେଶ ସରକାର ଏବଂ ବିସିସିର ଏକ ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ସେପଟେ ବାଂଲାଦେଶ ବାଦ ପଡ଼ିବା ପରେ ଏବେ ସ୍କଟଲାଣ୍ଡ ଟୁର୍ଣ୍ଣାମେଣ୍ଟରେ ସାମିଲ୍ ହେବାକୁ ଯାଉଛି ।
ଏହାସହ ପଢ଼ନ୍ତୁ : ବାଂଲାଦେଶକୁ ICCର କଡ଼ା ନିର୍ଦ୍ଦେଶ, ଯଦି ନଖେଳିବ ସ୍କଟଲ୍ୟାଣ୍ଡ ଆସିବ...
ସୂଚନା ଥାଉକି,ବାଂଲାଦେଶରେ ହିନ୍ଦୁଙ୍କୁ ହତ୍ୟା ଏବଂ ଅଚ୍ୟାଚାର ବୃଦ୍ଧି ପାଉଛି । ଯାହାକୁ ଭାରତରେ ବିରୋଧ କରାଯାଇଛି । ଯାହାର ପ୍ରଭାବ ଖେଳ ଉପରେ ମଧ୍ୟ ପଡ଼ିଛି । ବାଂଲାଦେଶ କ୍ରିକେଟର ମୁସ୍ତାପିଜୁର ରେହେମାନଙ୍କୁଆଇପିଏଲରେ କେକେଆର ନିଜ ଟିମରେ ସାମିଲ୍ କରିଥିଲା । ମାତ୍ର ତାଙ୍କୁ ଦଳର ବାହାର କରିବା ପାଇଁ ଲାଗି ରହିଥିଲା ବିବାଦ । ଯାହାକୁ ନେଇ ଶାହାରୁଖ ଖାନଙ୍କୁ ଦେଶଦ୍ରୋହୀ ବୋଲି ମଧ୍ୟ କୁହାଯାଇଥିଲା । ପରେ ବିସିସିଆର ନିଦ୍ଦେଶ ପରେ ତାଙ୍କୁ ଦଳରୁ ରିଲିଜ୍ କରିଥିଲା କେକେଆର । ଏହାପରେ ବାଂଲାଦେଶ କ୍ରିକେଟ ବୋର୍ଡ ତାଙ୍କ ସପକ୍ଷରେ ଆସି ଭାରତରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପ ଖେଳିବାକୁ ସିଧା ସିଧା ମନା କରି ଦେଇଛି ।
ଏହାସହ ପଢ଼ନ୍ତୁ : ପ୍ରମେୟ ଡିଜିଟାଲର ସ୍ୱତନ୍ତ୍ର ଲାଇଭ୍ ସୋ ‘ମେଡିକାଲ ଆଷ୍ଟ୍ରୋ’: ଫୋନ୍ କରି ବାସ୍ତୁ ଓ ଆପଣଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଜାଣନ୍ତୁ