PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

କମ୍ ବୟସରେ ଶେଷ ହେଲା ଟିମ୍ ଇଣ୍ଡିଆର ଏହି ବିସ୍ଫୋରକ ବ୍ୟାଟରଙ୍କ କ୍ୟାରିୟର ! ସଚିନଙ୍କ ଭଳି କରୁଛନ୍ତି ବ୍ୟାଟିଂ

ନୂଆଦିଲ୍ଲୀ, ୩/୧୦ : ଟିମ୍ ଇଣ୍ଡିଆ ସାଉଥ ଆଫ୍ରିକା ବିପକ୍ଷରେ ୬ଅକ୍ଟୋବରରୁ ୧୧ଅକ୍ଟୋବର ପର୍ଯ୍ୟନ୍ତ ତିନିଟିକିଆ ମ୍ୟାଚର ଓ୍ବାନଡେ ସିରିଜ ଖେଳିବାରେ ଅଛି । ଏହି ଓ୍ବାନଡେ ସିରିଜ ଲାଗି ଶିଖର ଧାଓ୍ବନଙ୍କୁ ଟିମ୍ ଇଣ୍ଡିଆର ଅଧିନାକୟ ଭାବେ ଚୟନ କରାଯାଇଛି । ସାଉଥ ଆଫ୍ରିକା ବିପକ୍ଷରେ ଏହି ଓ୍ବାନଡେ ସିରିଜ ଲାଗି ଟିମ୍ ଇଣ୍ଡିଆର ସିଲେକ୍ସନରେ ବଡ଼ ତ୍ରୁଟି ଦେଖିବାକୁ ମିଳିଛି । ସଚିନ ତେନ୍ଦୁଲକରଙ୍କ ଭଳି ଜଣେ ବିସ୍ଫୋରକ ବ୍ୟାଟରଙ୍କୁ ସାଉଥ ଆଫ୍ରିକା ବିପକ୍ଷରେ ଓ୍ବାନଡେ ସିରିଜ ଲାଗି ଟିମ୍ ଇଣ୍ଡିଆରେ ସୁଯୋଗ ଦିଆଯାଇ ନାହିଁ ।

ଭାରତୀୟ ଦଳର ଜଣେ ଖେଳାଳୀଙ୍କ କ୍ୟାରିୟର ଏବେ ୨୨ବର୍ଷ ବୟସରେ ହିଁ ଶେଷ ହେଉଥିବା ନଜର ଆସୁଛି । ଚୟନକର୍ତ୍ତାମାନେ ବାରମ୍ବାର ଏହି ଖେଳାଳୀଙ୍କୁ ନଜର ଅନ୍ଦାଜ କରି ଆସୁଛନ୍ତି । ପ୍ରତ୍ୟେକ ସିରିଜରେ ଏହି ଖେଳାଳୀ ଟିମ୍ ଇଣ୍ଡିଆରୁ ବାହାରେ ରହୁଛନ୍ତି । ଏହି ଖେଳାଳୀ ଆଉ କେହି ନୁହେଁ ବରଂ ଟିମ୍ ଇଣ୍ଡିଆର ବିସ୍ଫୋଟକ ଓପନର ପୃଥ୍ବୀ ଶ ଅଟନ୍ତି । ପୃଥ୍ବୀ ଶଙ୍କୁ ସାଉଥ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚର ଓ୍ବାନଡେ ସିରିଜ ଲାଗି ଟିମରେ ସୁଯୋଗ ଦିଆଯାଇନାହିଁ।

ପୃଥ୍ବୀ ଶ ବର୍ତ୍ତମାନ ସମୟରେ ବିଶ୍ବର ସବୁଠାରୁ ଘାତକ ଯୁବ ବ୍ୟାଟର ଭାବେ ଜଣାଶୁଣା । ମାତ୍ର ପୃଥ୍ବୀଙ୍କୁ ବାରମ୍ବାର ଚୟନକର୍ତ୍ତାମାନେ ଭାରତୀୟ ଦଳରୁ ବାହାରେ ରଖୁଛନ୍ତି । ୨୦୨୩ବିଶ୍ବକପ ପରେ ଭାରତୀୟ ଦଳକୁ ଏକ ନୂଆ ଓପନିଂ ବ୍ୟାଟରର ଆବଶ୍ୟକ ପଡ଼ିବ । ଏହି ଦାୟିତ୍ବ ଯୁବ ବ୍ୟାଟର ପୃଥ୍ବୀ ଶ ସମ୍ଭାଳି ପାରିବେ । ଶଙ୍କ ବ୍ୟାଟରୁ ଘରୋଇ ଏବଂ ଆଇପିଏଲ୍‌ରେ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ସେ ଏବେ ଭାରତୀୟ ଦଳର ଭବିଷ୍ୟତ ଭାବେ ଦେଖାଯାଉଛନ୍ତି ।

ସମ୍ବନ୍ଧିତ ଖବର