ନୂଆଦିଲ୍ଲୀ, ୧୯/୧୨ : ଭାରତୀୟ କ୍ରିକେଟ ଲାଗି ୨୦୨୪ ଭଲ- ଖରାପ ଉଭୟ ମିଶିକି ରହିଛି । ଟିମ୍ ଇଣ୍ଡିଆ ଏହି ବର୍ଷ ଟି-୨୦ ବିଶ୍ବକପର ତାଜ୍ ଜିତିଛି । ସେହିଭଳି କେତେକ ଖେଳାଳୀ ସନ୍ନ୍ୟାସର ବି ଘୋଷଣା କରିଛନ୍ତି । ଟିମ୍ ଇଣ୍ଡିଆର ପ୍ରାୟ ୬ ଖେଳାଳୀ ୨୦୨୪ରେ ସନ୍ନ୍ୟାସର ଘୋଷଣା କରିଛନ୍ତି । ଏହି ଲିଷ୍ଟରେ ରବିଚନ୍ଦ୍ରନ ଅଶ୍ବିନଙ୍କ ସହ ବିରାଟ କୋହଲୀ ଏବଂ ରୋହିତ ଶର୍ମା ବି ସାମିଲ ଅଛନ୍ତି । ବିରାଟ, ରୋହିତ ଏବଂ ରବିନ୍ଦ୍ର ଜାଡେଜା ବି ଟି-୨୦ ବିଶ୍ବକପ ୨୦୨୪ପରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ ।
ଟିମ୍ ଇଣ୍ଡିଆର ଭେଟରାନ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ଅଶ୍ବିନ ଏବେ ଭାରତ ଲାଗି ଖେଳୁଥିବା ନଜର ଆସିବେ ନାହିଁ । ପ୍ରକାଶ ଯେ, ଘରୋଇ ମ୍ୟାଚ୍ ନିଶ୍ଚିତ ଖେଳିବେ । ଅଶ୍ବିନ ଏହି ନିଷ୍ପତ୍ତି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରେସବେନରେ ଖେଳାଯାଉଥିବା ଟେଷ୍ଟ ପରେ ନେଇଛନ୍ତି । ଅଶ୍ବିନ ସନ୍ନ୍ୟାସର ମନ ପ୍ରଥମରୁ ହିଁ କରି ସାରିଥିଲେ । କିନ୍ତୁ ଘୋଷଣା ଟେଷ୍ଟ ଡ୍ର ହେବା ପରେ କରିଛନ୍ତି ।
ଟିମ୍ ଇଣ୍ଡିଆ ଟି-୨୦ ବିଶ୍ବକପ ୨୦୨୪ର ତାଜ୍ ଜିତିଥିଲା । ଏହାପରେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲୀ ଟି-୨୦ ଅନ୍ତର୍ଜାତୀୟରୁ ସନ୍ନ୍ୟାସର ଘୋଷଣା କରି ଦେଇଥିଲେ । ଏହି ଦୁଇ ଜଣଙ୍କ ସହ ଜାଡେଜା ବି ଏହି ଫର୍ମାଟକୁ ଅଲବିଦା କରି ଦେଇଛନ୍ତି । ଏହି ୩ ଖେଳାଳୀ ଟିମ୍ ଇଣ୍ଡିଆ ଲାଗି କେତେକ ଥର ଓ୍ବିନିଂ ପାଳି ଖେଳିଛନ୍ତି । କୋହଲୀ କେତେକ ରେକର୍ଡ୍ସ କରିଛନ୍ତି । ତାକୁ ଭାଙ୍ଗିବାକୁ କୌଣସି ବି ଖେଳାଳୀଙ୍କ ଲାଗି ସହଜ ହେବ ନାହିଁ ।
ସେହିଭଳି ଶିଖର ଧଓ୍ବନ ଟିମ୍ ଇଣ୍ଡିଆର ଭେଟରାନ ଖେଳାଳୀ ରହିଛନ୍ତି । ସେ ବି ଏହି ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ଧଓ୍ବନ ୨୪ଅଗଷ୍ଟରେ ସନ୍ନ୍ୟାସର ଘୋଷଣା କରିଥିଲେ । ସେ ଭାରତ ଲାଗି ୧୬୭ଓ୍ବାନଡେ ମ୍ୟାଚରେ ୬୭୯୩ରନ୍ କରିଛନ୍ତି । ସେହିଭଳି ୩୪ଟେଷ୍ଟ ମ୍ୟାଚରେ ୨୩୧୫ରନ କରିଛନ୍ତି । ଧଓ୍ବନଙ୍କ ପରେ କାର୍ତ୍ତିକ ବି ସନ୍ନ୍ୟାସର ଘୋଷଣା କରିଥିଲେ । ସେ ୧ ଜୁନରେ ରିଟାୟରମେଣ୍ଟର ଘୋଷଣା କରିଥିଲେ । କାର୍ତ୍ତିକ ଭାରତ ଲାଗି ୯୪ଓ୍ବାନଡେ ମ୍ୟାଚରେ ୧୭୫୨ରନ କରି ସାରିଛନ୍ତି । ସେ ୨୬ଟେଷ୍ଟ ମ୍ୟାଚରେ ୧୦୨୫ରନ୍ କରିଛନ୍ତି ।