ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଶନିବାର ଘୋଷଣା ହେବ ଚାମ୍ପିୟନ୍ସ ଟ୍ରଫି ଲାଗି ଭାରତୀୟ ଟିମ୍‌, ବୁମରାଙ୍କୁ ନେଇ ସସ୍‌ପେନ୍ସ ଜାରି

Published By : Tapas Panda | January 17, 2025 9:10 PM

Image Courtesy: indiatvnews

ନୂଆଦିଲ୍ଲୀ: ଜାନୁଆରୀ ୧୮ (ଶନିବାର) ଚାମ୍ପିୟନ୍ସ ଟ୍ରଫି ୨୦୨୫ ଲାଗି ଭାରତୀୟ ଟିମ୍‌ ଘୋଷଣା ହେବାକୁ ଯାଉଛି । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।  ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ସାମ୍ବାଦିକ ସମ୍ମିଳନୀ କରି ଟିମ୍‌ ଘୋଷଣା କରିବେ । ଆସନ୍ତାକାଲି ଟିମ୍‌ ଘୋଷଣା ହେବାକୁ ଥିବା ବେଳେ ଏହି ସମୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ସାମିଲ ରହିବେ । ଶନିବାର ଦିନ ୧୨.୩୦ରେ ଭାରତୀୟ ଟିମ୍‌ ଘୋଷଣା ହେବ ବୋଲି ଜଣାପଡ଼ିଛି । 

 ଏହି ସମୟରେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ମଧ୍ୟ ଭାରତୀୟ ଟିମ୍‌ ନେଇ ଘୋଷଣା ହେବ । ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ବିପକ୍ଷ ଏହି ଦିନିକିଆ ସିରିଜ୍‌ ଭାରତ ଲାଗି ଏକ ଅଭ୍ୟାସ ମ୍ୟାଚ୍‌ ରୂ‌ପେ ଦେଖାଯାଉଛି । ତେଣୁ ଉଭୟ ଦିନିକିଆ ସିରିଜ୍‌ ଏବଂ ଚାମ୍ପିୟନ୍ସ ଟ୍ରଫି ଲାଗି ଘୋଷଣା ହେବାକୁ ଥିବା ଭାରତୀୟ ଟିମ୍‌ରେ ସାମଞ୍ଜସ୍ୟ ରହିବ ବୋଲି କୁହାଯାଉଛି । ଚାମ୍ପିୟନ୍ସ ଟ୍ରଫିରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ସହ ଗ୍ରୁପ୍‌-ଏରେ ରହିଛି । 

 ଚାମ୍ପିୟନ୍ସ ଟ୍ରଫିରେ ପ୍ରଥମେ ଫେବୃଆରୀ ୨୦ରେ ବାଂଲାଦେଶ ସହ ମ୍ୟାଚ୍‌ ଖେଳିବ ମ୍ୟାନ୍‌ ଇନ୍‌ ବ୍ଲୁ । ଏହା ପରେ ଫେବୃଆରୀ ୨୩ରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ଭେଟିବ ଭାରତ ।  ଭାରତୀୟ ଟିମ୍‌ ନିଜର ସବୁ ମ୍ୟାଚ୍‌ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳିବାକୁ ଥିବା ବେଳେ ବାକି ମ୍ୟାଚ୍‌ ପାକିସ୍ତାନରେ ଖେଳାଯିବ । ସେହିଭଳି ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ମାର୍ଚ୍ଚ ୪ରେ ଦୁବାଇରେ ହେବାକୁ ଥିବା ବଳେ ଦ୍ବିତୀୟ ସେମିଫାଇନାଲ୍‌ ମାର୍ଚ୍ଚ ୮ରେ ଖେଳାଯିବ । ଯଦି ଭାରତୀୟ ଦଳ ଫାଇନାଲ୍‌କୁ ଯାଏ ତେବେ ଏହି ମ୍ୟାଚ୍‌ ଦୁବାଇରେ ଖେଳାଯିବ । ତେବେ ଚାମ୍ପିୟନ୍ସ ଟ୍ରଫି ସ୍କ୍ବାଡ୍‌ରେ ଜସପ୍ରୀତ ବୁମରାଙ୍କ ସାମିଲ ହେବାକୁ ନେଇ ସସପେନ୍ସ ଲାଗି ରହିଛି । ସେ ବର୍ଡର ଗାଭାସ୍କର ଟ୍ରଫିରେ ପିଠିରେ ଆଘାତ ଜନିତ ସମସ୍ୟା ସହ ଯୁଝୁଛନ୍ତି ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.