PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ବିଶ୍ୱକପରୁ ବାହାରିବା ପରେ ମଧ୍ୟ ଇଣ୍ଡିଆକୁ ମିଳିବ ଏତେ କୋଟି ଟଙ୍କା, ଧନ ବର୍ଷା କରିବ ଆଇସିସି

ନୁଆଦିଲ୍ଲୀ ୧୨/୭:  ଆଇସିସି ବିଶ୍ୱ କପ ୨୦୧୯ର ପ୍ରାଇଜ୍ ମନି । ଇଂଲଣ୍ଡ ଓ ୱେଲ୍ସରେ ଖେଳାଯାଉଇଥିବା ୱାର୍ଲ୍ଡ କପର ୧୨ତମ ସିଜନରେ ଏବେ ଫାଇନାଲ୍ ବାକି ଅଛି ଯାହାକି ଆଉ ୨ ଦିନ ପରେ ଖେଳାଯିବ । ୱର୍ଲ୍ଡ କପ ୨୦୧୯ରେ ଏପର୍ୟ୍ୟନ୍ତ ୪୫ ଲିଗ୍ ମ୍ୟାଚ୍ ଓ ୨ଟି ସେମିଫାଇନାଲ୍ ମ୍ୟାଚ୍ ହୋଇଯାଇଛି । ଯେଉଁଥିରେ ୮ଟି ଟିମ୍ ବିଶ୍ୱ କପ ରେସରୁ ବାହାରି ଯାଇଛନ୍ତି । ଏମାନଙ୍କ ମଧ୍ଯରୁ ଇଣ୍ଡିଆ ମଧ୍ଯ ସାମିଲ ଅଛି ଯିଏ କି ଲିଗ୍ ଫେଜରେ ୱ୍ୱର୍ଲ୍ଡକପର ଟେବଲ ଟପ୍ପର ଥିଲା । କିନ୍ତୁ ନ୍ଯୁଜିଲାଣ୍ଡଠାରୁ ସେମିଫାଇନାଲରେ ହାରିବା ପରେ ଟିମ୍ ଇଣ୍ଡିଆ ୱର୍ଲ୍ଡ କପ ୨୦୧୯ର  ଯାତ୍ରା ସମାପ୍ତ ହୋଇଗଲା ।

ଯଦିଓ ଟିମ୍ ଇଣ୍ଡିଆ ୱର୍ଲ୍ଡ କପ ୨୦୧୯ର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠୁ ୧୮ ରନରେ ହାରିବା ପରେ ବାହାରି ଯାଇଥିଲା ତଥାପି ଟିମ୍ ଇଣ୍ଡିଆ ଉପରେ ଧନ ବର୍ଷା ହେବ । ଟିମ୍ ଇଣ୍ଡିଆ ଖାତାକୁ ଲକ୍ଷଲକ୍ଷ ନୁହେଁ ବରଂ ଅନେକ କୋଟି ଟଙ୍କା ପୁରସ୍କାର ରାଶି ରୂପେ ଆସିବ । ଏବଂ ଏହା ଆଇସିସି ଦେବ । ଆଇସିସି ଏଥର ୭୦ କୋଟି ଟଙ୍କା ପୁରସ୍କାର ରାଶି ରୂପେ ୱ୍ୱର୍ଲ୍ଡକପ ପାଇଁ ଜାରି କରିଛି । ଏହି ୭୦ କୋଟି ଟଙ୍କା ମଧ୍ୟରୁ ଟିମ୍ ଇଣ୍ଡିଆ ପାଇଁ ସାଢେ ୭ କୋଟି ଟଙ୍କାରୁ ଅଧିକ ରାଶି ମିଳିବ ।

ୱର୍ଲ୍ଡକପ ୨୦୧୯ରେ ଟେବଲ ଟପର ରହିବା ଏବଂ ସେମିଫାଇନାଲ  ପର୍ୟ୍ୟନ୍ତ ଯାତ୍ରା କରିଥିବା ଟିମ୍ ଇଣ୍ଡିଆକୁ  ଅନେକ ଟଙ୍କା ମିଳିବ । ଆକଳନ ଅନୁସାରେ ଟିମ୍ ଇଣ୍ଡିଆ ଖାତାରେ ପ୍ରାୟ ୭.୬୦ କୋଟି ଟଙ୍କା ପୁରସ୍କାର ରାଶି ରୂପେ ମିଳିବ । ଆଇସିସି ଓ କ୍ରିକେଟ୍ ୱର୍ଲ୍ଡକପ୍  ଅର୍ଗନାଇଜର୍ସ ଅନୁସାରେ ଟିମ୍ ଇଣ୍ଡିଆକୁ ୭.୬୦ କୋଟି ୩ ଅଲଗା ଅଲଗା ଆଧାରରେ ମିଳିବ । ଆସନ୍ତୁ ଜାଣିବା ଟିମ୍ ଇଣ୍ଡିଆକୁ କାହିଁକି ଏହି ପୁରସ୍କାର ରାଶି ମିଳିବ ।

ଏଥିପାଇଁ ଟିମ୍ ଇଣ୍ଡିଆକୁ ମିଳିବ ୭.୬୦ କୋଟି

୧. ସେମିଫାଇନାଲରେ ହାରିଥିବା ଟିମକୁ ମିଳିବ ୫.୫ କୋଟି

୨. ଲିଗ୍ ଫେଜରେ ଏକ ଲିଗ୍ ମ୍ୟାଚରେ ଜିତିଥିବା ଟିମକୁ ୨୮-୨୮ ଲକ୍ଷ ଟଙ୍କା ଦିଆଯିବ

୩. ମ୍ଯାଚ୍ ରଦ୍ଦ ହେବା ସ୍ଥିତିରେ ଉଭୟ ଟିମକୁ ୧୪-୧୪ ଲକ୍ଷ ଟଙ୍କା ମିଳିବ

ଏହି ଭଳି ଟିମ୍ ଇଣ୍ଡିଆକୁ ୫.୫୦ କୋଟି + ୧.୯୬ କୋଟି(୭ ମ୍ୟାଚ୍ ପାଇଁ ୨୮-୨୮ ଲକ୍ଷ ଟଙ୍କା) + ମ୍ଯାଚ୍ ରଦ୍ଦ ପାଇଁ ୧୪ ଲକ୍ଷ ଟଙ୍କା = ସମୁଦାୟ ଭାରତୀୟ ଟିମକୁ ୭.୬୦ କୋଟି ଟଙ୍କା ମିଳିବ ।

ୱର୍ଲ୍ଡ କପ ୨୦୧୯ର ବିଜେତା ଟିମକୁ ୨୮ କୋଟି ଟଙ୍କା, ଏକ ଟ୍ରଫି ଏବଂ ଖେଳାଳୀଙ୍କୁ ୱିନର ବ୍ଯାଚ୍ ମିଳିବ । ୱର୍ଲ୍ଡ କପ ୨୦୧୯ର ରନର୍ସଅପ ଟିମକୁ ୧୪ କୋଟି ଟଙ୍କା ଏବଂ ଖେଳାଳୀଙ୍କୁ ରନରଅପ ବ୍ଯାଜ୍ ମିଳିବ । ୱର୍ଲ୍ଡ କପ ୨୦୧୯ର ପ୍ରଥମ ସେମିଫାଇନାଲର ଉପବିଜେତା ଟିମ(ଭାରତ)କୁ ପ୍ରାୟ ୫.୫ କୋଟି ଟଙ୍କା ଏବଂ ୱର୍ଲ୍ଡ କପ ୨୦୧୯ର ୨ୟ ସେମିଫାଇନାଲ ଉପବିଜେତା ଟିମ(ଅଷ୍ଟ୍ରେଲିଆ)କୁ ପ୍ରାୟ ୫.୫ କୋଟି ଟଙ୍କା ମିଳିବ ।

ସମ୍ବନ୍ଧିତ ଖବର