PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ସୂର୍ଯ୍ୟକୁମାର ଏବଂ କୋହଲିଙ୍କ ଚିତ୍ତାକର୍ଷକ ବ୍ୟାଟିଂରେ କଙ୍ଗାରୁ ଟିମ ଘାଇଲା, ୨-୧ରେ ସିରିଜ କବଜା କଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଚମକିଲେ ସୁର୍ଯ୍ୟକୁମାର ଯାଦବ। କମାଲ କଲେ ବିରାଟ କୋହଲି। ଏହି ଦୁଇ ବ୍ୟାଟରଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ରୋମାଞ୍ଚକର ନିର୍ଣ୍ଣାୟକ ଟି-୨୦ ମୁକାବିଲାକୁ ଜିତି ନେଇଛି। ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ହରାଇ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଭାରତ ୨-୧ରେ ଜିତି ନେଇଛି।

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଟିମ୍ ଡେଭିଡ୍‌ଙ୍କ ୫୪ ରନ ଏବଂ କ୍ୟାମେରୁନ ଗ୍ରୀନଙ୍କ ୫୨ ବଲ୍‌ରେ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୬ ରନ କରିଥିଲା। ଜବାବରେ ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ୬୯ ରନ ଏବଂ ବିରାଟ କୋହଲିଙ୍କ ୬୩ ରନ ବଳରେ ୧୯.୫ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ୨୫ ରନର ଉପଯୋଗୀ ଇନିଂସ ଖେଳିଥିଲେ। ବୋଲିଂରେ ଅକ୍ଷର ପଟେଲ୍ ୩୩ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ।

୧୮୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଆରମ୍ଭ ନୈରାଶ୍ୟଜନକ ଥିଲା। କେଏଲ ରାହୁଲ(୧) ପ୍ରଥମ ଓଭରରେ ଆଉଟ୍ ହୋଇଥିଲେ। ପୁଣି ଦଳୀୟ ସ୍କୋର ୩୦ରେ ଅଧିନାୟକ ରୋହିତ ଶର୍ମା(୧୭) ବିଦାୟ ନେଇଥିଲେ। ଏହା ପରେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ଦମଦାର ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍‌ରେ ୧୦୪ ରନ ଯୋଡି ଦଳ ବିଜୟର ପଥ ପରିଷ୍କାର କରିଥିଲେ। ଏହି କ୍ରମରେ ଦୁଇ ବ୍ୟାଟସମ୍ୟାନ  ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ୧୩୪ ରନ ସ୍କୋରରେ ସୂର୍ଯ୍ୟକୁମାର ଯାଦବ ପାଭିଲିୟନ ଫେରିଥିଲେ। ୩୬ ବଲ୍‌ରେ ବିସ୍ଫୋରକ ବ୍ୟାଟିଂ କରି ୫ ଚୌକା ଏବଂ ୫ ଛକା ବଳରେ ୬୯ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ।

ପୁଣି କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଚତୁର୍ଥ ଓ୍ଵିକେଟ୍‌ରେ ୪୮ ରନ ଯୋଡିଥିଲେ। କୋହଲି ୪୮ ବଲ୍‌ରୁ ୩ ଚୌକା ଏବଂ ୪ ଛକା ସହ ୬୩ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଶେଷ ଆଡକୁ ମ୍ୟାଚ୍ ରୋମାଞ୍ଚକର ହୋଇଥିଲା। ୨୦ ତମ ଓଭରର ପଞ୍ଚମ ବଲ୍‌ରେ ବିଜୟ ସୂଚକ ଚୌକା ମାରି ହାର୍ଦ୍ଦିକ ପାଣ୍ଡ୍ୟା ଭାରତକୁ ବିଜୟୀ କରାଇଛନ୍ତି। ପାଣ୍ଡ୍ୟା ୧୬ ବଲ୍‌ରୁ ୨ ଚୌକା ଏବଂ ୧ ଛକା ସହାୟତାରେ ୨୫ ରନରେ ଅପରାଜିତ ଥିଲେ। ଭାରତ ୧୯.୫ ଓଭରରେ ୪ ଓ୍ଵିକେଟ୍ ହରାଇ ୧୮୭ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଡାନିଏଲ ସାମ୍ସ ୩୩ ରନ ଦେଇ ସର୍ବାଧିକ ୨ଟି ଓ୍ଵିକେଟ୍ ନେଇଛନ୍ତି ଜୋସ୍ ହେଜେଲଉଡ ଏବଂ ପ୍ୟାଟ୍ କମିନ୍ସ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।