ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଭୁବନେଶ୍ୱରରେ ଖୋଲିବ ଡେଲୋଏଟର ବୃହତ ଟେକ୍ନୋଲୋଜି ସେଣ୍ଟର: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଡେଲୋଏଟର ଗ୍ଲୋବାଲ ସିଇଓ

ନୂଆଦିଲ୍ଲୀ/ଭୁବନେଶ୍ୱର ୭/୧୦: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ ବିଶ୍ୱର ପ୍ରତିଷ୍ଠିତ ଆଇଟି କମ୍ପାନୀ ଡେଲୋଏଟ ଭୁବନେଶ୍ୱରରେ ବୃହତ ଟେକ୍ନୋଲୋଜି ସେଣ୍ଟର ଖୋଲିବାକୁ ଯାଉଛି । ଏହି କ୍ରମରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଡେଲୋଏଟର ଗ୍ଲୋବାଲ ସିଇଓ ପୁନିତ ରେନଜେନ ସାକ୍ଷାତ କରିଛନ୍ତି । ସାକ୍ଷାତ କାଳରେ କେନ୍ଦ୍ରମନ୍ତ୍ରୀଙ୍କ ପୂର୍ବ ଅନୁରୋଧକୁ ରକ୍ଷା କରି ଡେଲୋଏଟ ଭୁବନେଶ୍ୱର ଓ କୋଏମ୍ବାଟୁର ଠାରେ ଏକ ବୃହତ ଟେକ୍ନୋଲୋଜି ସେଣ୍ଟର ଆରମ୍ଭ କରିବା ପାଇଁ ଯାଉଥିବାରୁ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିବା ସହ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଡେଲୋଏଟର ଏହି ପଦକ୍ଷେପ ଯୁବବର୍ଗଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବା ସହ ପ୍ରଯୁକ୍ତିବିଦ୍ୟା ଓ ଦକ୍ଷତା ବିକାଶର ଇକୋସିଷ୍ଟମକୁ ସୁଦୃଢ଼ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଅବସରରେ ଡେଲୋଏଟର ଗ୍ଲୋବାଲ ସିଇଓ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ମଧ୍ୟରେ ଭାରତରେ ଥିବା ଅମାପ ପ୍ରତିଭାର ସମ୍ପୂର୍ଣ୍ଣ ଉପଯୋଗ କରିବା ଉପରେ ଆଲୋଚନା ହୋଇଥିଲା । ସେହିପରି ଗ୍ରାମାଞ୍ଚଳରେ ଥିବା ଯୁବପିଢିଙ୍କ ପାଇଁ ସୁଯୋଗ ତିଆରି କରିବା ଏବଂ ଡିଜିଟାଲ ଅର୍ଥନୀତିରେ ଦେଶ ଦ୍ରୁତ ଗତିରେ ଅଗ୍ରସର ହେବା ଦିଗରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ଭାରତ ପ୍ରତି ପୁନିତି ରେନଜେନଙ୍କ ପ୍ରତିବଦ୍ଧତା ଏବଂ ଭାରତରେ ଥିବା ସମ୍ଭାବନା ତଥା ପ୍ରତିଭାଙ୍କୁ ଅନ୍ୱେଷଣ କରିବାରେ ଡେଲୋଏଟର ପଦକ୍ଷେପ ପ୍ରଶଂସନୀୟ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.