PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଦିବ୍ୟାଙ୍ଗଙ୍କ ମାର୍ଗଦର୍ଶିନୀ ତେଜସ୍ୱିନୀ

ଭୁବନେଶ୍ୱର, ୧୭ ।୩(ବ୍ୟୁରୋ): ପାଞ୍ଚ ବର୍ଷ ବୟସରେ ଗୋଡ଼ରେ ପୋଲିଓ ହେବାରୁ ଚାଲିବାର କ୍ଷମତା ହରାଇବସିଲେ । ସାରା ଜୀବନ ପାଇଁ ଦିବ୍ୟାଙ୍ଗ ହୋଇଗଲେ । ପରିବାର, ସାହି ପଡ଼ିଶା ଭାବିଥିଲେ ସେ ଜୀବନରେ କିଛି କରିପାରିବେନି । ହେଲେ ସମସ୍ତଙ୍କ ଭାବନାକୁ ଭୁଲ ପ୍ରମାଣିତ କରି ତେଜସ୍ୱିନୀ ଜୀବନ ଯୁଦ୍ଧରେ ନିଜର ଏକ ପରଚିୟ ସଷ୍ଟୃି କରିପାରିଛନ୍ତି । ନିଜେ ସଫଳ ହେବ । ସହ ଅନ୍ୟ ଦିବ୍ୟାଙ୍ଗଙ୍କୁ ରୋଜଗାରର ରାସ୍ତା ଦେଖାଇଛନ୍ତି । ଅନ୍ୟମାନଙ୍କ ପାଇଁ ମାର୍ଗଦର୍ଶିନୀ ସାଜିଛନ୍ତି । ‘ଦୃଢ଼ ଆତ୍ମବିଶ୍ୱାସ ଓ ମନୋବଳ ଦ୍ୱାରା ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହୋଇପାରିବ’ । ଏଭଳି ଜଣେ ଅନନ୍ୟ ବ୍ୟକ୍ତିତ୍ୱ ହେଲେ କୋରାପୁଟ ଜିଲ୍ଲାର ଝିଅ ଅମ୍ବରିକା ତେଜସ୍ୱିନୀ ନାୟକ । ସୁନାବେଡ଼ାରେ ତେଜସ୍ୱିନୀଙ୍କ ଜନ୍ମ । ବୟସ ଏବେ ୨୮ । ୫ ବର୍ଷ ବୟସରୁ ସେ ଦିବ୍ୟାଙ୍ଗ । ହେଲେ ସେ କାହା ପାଇଁ ବୋଝ ପାଲଟିନାହାନ୍ତି । ବରଂ ଜଣେ ସଫଳ ଉଦ୍ୟୋଗୀ ହୋଇଛନ୍ତି । ଏହା ସହ ଅନ୍ୟ ଦିବ୍ୟାଙ୍ଗଙ୍କୁ ରୋଜଗାର ଦେଇଛନ୍ତି ।

ଗତ ୬ ମାସ ହେବ ତେଜସ୍ୱିନୀ ସୋଫା କ୍ୟୁସନ୍‌ ତିଆରିର ବ୍ୟବସାୟ ଆରମ୍ଭ କରଛନ୍ତି । ନିଜ ଭଳି ଅନ୍ୟ ୬ ଜଣ ଦିବ୍ୟାଙ୍ଗଙ୍କ ଏକାଠି କରି ଭୁବନେଶ୍ୱରର ଭୀମଟାଙ୍ଗି ଅଞ୍ଚଳରେ ଏହି ବ୍ୟବସାୟ କରୁଛନ୍ତି । କେବଳ ଏତିକି ନୁହେଁ, ସେ ଗତ କିଛି ଦିନ ହେବ ଫିନାଇଲ୍‌, ହ୍ୟାଣ୍ଡୱାସ୍‌, ଡିସ୍‌ ୱାସ୍‌ର ବ୍ୟବସାୟ ମଧ୍ୟ ଆରମ୍ଭ କରିଛନ୍ତି । ଦୁଇଟି ଗୋଡ଼ ପୋଲିଓ ଦ୍ୱାରା ଆକ୍ରାନ୍ତଦ ହେବା ପରେ ବହୁ କଷ୍ଟରେ ପଞ୍ଚମ ଶ୍ରେଣୀ ଯାଏ ପାଠ ପଢ଼ିଲେ । ଏହା ପରେ ଏକ ହଷ୍ଟଲେରେ ରହି ଷଷ୍ଠରୁ ଦଶମ ଯାଏ ପଢ଼ା ଶେଷ କଲେ । ୨୦୦୯ରୁ ରାଜସ୍ଥାନରେ ଅସ୍ତ୍ରୋପଚାର କରିବା ପରେ ସେ ଆଇଟିଆଇ କଲେ । ଆଇଟିଆଇ ପରେ ତେଜସ୍ୱିନୀ ରାଜଧାନୀର ଗଣ୍ଡମୁଣ୍ଡା ଅଞ୍ଚଳରେ ଥିବା ଭୋକେସ୍‌ନାଲ ରିହାବିଲିଟେସନ୍‌ ସେଣ୍ଟର ଫର୍‌ ହ୍ୟାଣ୍ଡକ୍ୟିାପଡ୍‌(ଭଅିାର୍‌ସଏିଚ୍‌)ରେ ୨ ମାସର ସେିଲଇ ଟ୍ରେନିଂ ନେଲେ । ଇଂରାଜୀ ଭାଷାରେ ଦକ୍ଷ ହେବା ପାଇଁ ସେଠାରେ ଦୁଇ ମାସ ସ୍ପୋକେନ୍‌ ଇଂଲିସ କ୍ଲାସ୍‌ କରିଛନ୍ତି । ଏସମ୍ପର୍କରେ ସେ କୁହନ୍ତି, ଆଇଟିଆଇ କରିବା ସମୟରେ କୋରାପୁଟର ଡିଏସ୍‌ଏସ୍‌ଓ ଅଶୋକ ପାତ୍ର ସାର୍‌ ମୋତେ ଭିଆର୍‌ସିଏଚ୍‌ ଯାଇ ସିଲେଇ ଟ୍ରେନିଂ ନେବାକୁ କହିଲେ ।

ହେଲେ ଏତେ ଦୂରକୁ ଯାଇ ସେଠାରେ ରହି ପଢ଼ିବାକୁ ଘରେ ରାଜି ନଥିଲେ । ସାର୍‌ ବହୁତ ବୁଝାଇବା ପରେ ମୁଁ ଭିଆର୍‌ସିଏଚ୍‌କୁ ଯାଇ ସିଲେଇ ଟ୍ରେନିଂ ନେଲି । ଆଗରୁ କିଛି କିଛି ସିଲେଇ ଜାଣିଥିଲି । ତେଣୁ ସେଠାରେ ଯାହା ପ୍ରଶିକ୍ଷଣ ଦିଆଯାଉଥିଲା ତା’କୁ ସହଜରେ ଗ୍ରହଣ କରିପାରୁଥିଲି । ଭଲ ପ୍ରଦର୍ଶନ କରିଥିବାରୁ ସରକାରଙ୍କ ପକ୍ଷରୁ ସେଠାରେ ଏକ ସିଲେଇ ମେସିନ୍‌ ମିଳିଲା । ସିଲେଇ ମେସିନ୍‌ ପାଇବା ପରେ ଏହା ଦ୍ୱାରା ନିଜର ଏକ ବ୍ୟବସାୟ ଆରମ୍ଭ କରିବି ବୋଲି ଭାବିଥିଲି । କିନ୍ତୁ ସାହାସ ଯୁଟାଇ ପାରୁନଥିଲି । ଭାରି ଭୟ ଲାଗୁଥିଲା । କେମିତି ବ୍ୟବସାୟ କରିବି ବୋଲି କିଛି ରାସ୍ତା ମଧ୍ୟ ପାଉନଥିଲି । ହେଲେ ଭିଆର୍‌ସିଏଚ୍‌ର ନିର୍ଦ୍ଦେଶକ ରାମ କିଶୋର ଶର୍ମା ସାର୍‌ ମୋତେ ବାଟ ଦେଖାଇଲେ । ଘର ଲୋକ ବି ଏଥିପାଇଁ ସମର୍ଥନ କଲେ । ଶେଷରେ କୋରାପୁଟ ନଫେରି ଭୁବନେଶ୍ୱରରେ ହିଁ ନିଜର ବ୍ୟବସାୟ ଆରମ୍ଭ କଲି । ଭିଆର୍‌ସିଏଚ୍‌ରୁ ଆଉ ୩ ଜଣ ଦିବ୍ୟାଙ୍ଗ ଝିଅ ଏହି ବ୍ୟବସାୟରେ ମୋ ସହିତ ଯୋଗ ଦେଲେ ।

ଭୀମଟାଙ୍ଗି ଅଞ୍ଚଳରେ ଏକ ଛୋଟ ଘର ଭଡ଼ା ନେଇ ସେଠାରେ ସମସ୍ତ ଏକାଠି ରହିଲୁ । ମେସିନ୍‌ ପକାଇ ସୋଫା କ୍ୟୁସନ୍‌ ତିଆରି କଲୁ । ପ୍ରଥମେ ଏହାକୁ ବିକ୍ରି କରିବାରେ ବହୁତ ସମସ୍ୟା ହେଲା । ଧୀରେ ଧୀରେ ବିଭିନ୍ନ ପ୍ରଦର୍ଶନୀରେ ଯୋଗ ଦେଇ କ୍ୟୁସନ୍‌ ବିକ୍ରି କଲୁ । ଗତ ୬ ମାସ ଭିତରେ ବଡ଼ ବଡ଼ ପ୍ରଦର୍ଶନୀରେ ମଧ୍ୟ ଅଂଶଗ୍ରହଣ କରିଛୁ । ନିକଟରେ ହୋଇଥିବା ତୋଷାଳୀ ମେଳାରେ ଆମେ ୮୦ ହଜାର ଟଙ୍କା କ୍ୟୁସନ୍‌ ବିକ୍ରି କରିଥିଲୁ । ଆମ ସହ ଆଉ ୩ ଜଣ ଦିବ୍ୟାଙ୍ଗ ପୁଅ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି । କ୍ୟୁସନ୍‌ ବ୍ୟବସାୟ ସହ ତେଜସ୍ୱିନୀ ବଡ଼ି ଓ ପାମ୍ପଡ଼ ମଧ୍ୟ ବିକ୍ରି କରୁଛନ୍ତି । ଅନ୍ୟମାନଙ୍କ ଠାରୁ ବଡ଼ି ଓ ପାମ୍ପଡ଼ କିଣି ନିଜେ ଏହାକୁ ବିଭିନ୍ନ ଜାଗାରେ ବିକ୍ରି କରୁଛନ୍ତି । ଆଗକୁ କ୍ୟୁସନ୍‌ ଓ ଫିନାଇଲ୍‌ ବ୍ୟବସାୟକୁ ବଢ଼ାଇ ଏକ ଦକ୍ଷ ଉଦ୍ୟୋଗୀ ହେବାର ଲକ୍ଷ୍ୟ ରଖିଛନ୍ତି ତେଜସ୍ୱନୀ । ନିଜ ଜୀବନ ଯାତ୍ରା ସମ୍ପର୍କରେ ତେଜସ୍ୱିନୀ କୁହନ୍ତି ମୋ ଭଳି ଅନ୍ୟ ଦିବ୍ୟାଙ୍ଗମାନେ ଯେଭଳି କାହା ଉପରେ ବୋଝ ନହୋଇ ନିଜ ଗୋଡ଼ରେ ଠିଆ ହୋଇପାରିବେ ତାହା ମୋର ଲକ୍ଷ୍ୟ । ସେଥିପାଇଁ ସାରା ଜୀବନ ଚେଷ୍ଟା କରିବି । ଆଉ ଜୀବନରେ ଯେଭଳି ଅଧିକରୁ ଅଧିକ ଦିବ୍ୟାଙ୍ଗଙ୍କୁ ରୋଜଗାରର ରାସ୍ତା ଦେଖାଇପାରିବି ସେଥିପାଇଁ କାର୍ଯ୍ୟ କରିବି ।

ସମ୍ବନ୍ଧିତ ଖବର