PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ବିଜେପିକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ କଡା ଚ୍ୟାଲେଞ୍ଜ, କହିଲେ ଦମ୍ ଅଛିତ ଆମ ସରକାରକୁ ଭାଙ୍ଗିକରି ଦେଖାଅ…

ହାଇଦ୍ରାବାଦ: ବିଜେପିକୁ କଡା ଚ୍ୟାଲେଞ୍ଜ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ସେ କହିଛନ୍ତି ଯେ ରାଜ୍ୟରେ ତାଙ୍କ ସରକାରକୁ ବିଜେପି କିଭଳି ହଟାଇପାରୁଛି ତାହା ଦେଖିବାକୁ ସେ ଅପେକ୍ଷା କରିଛନ୍ତି । ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସ୍ୱାଗତ କରିବା ସମୟରେ ସେ କହିଛନ୍ତି, “ମୁଁ ସେଦିନକୁ ଅପେକ୍ଷା କରିଛି । ମୁଁ ମୁକ୍ତ ହେବି ଏବଂ ତାପରେ କେନ୍ଦ୍ରରେ ଆପଣଙ୍କ ସରକାରକୁ ଭାଙ୍ଗିଦେବି ।

କେସିଆର କହିଛନ୍ତି ଯେ ତେଲେଙ୍ଗାନାରେ ବସିଥିବା କେନ୍ଦ୍ର ମନ୍ତ୍ରୀମାନେ ଏବେ ଦାବି କରୁଛନ୍ତି ଯେ ମହାରାଷ୍ଟ୍ରରେ ମହା ବିକାଶ ଅଗାଡି ଦଳ  ପତନ ପରେ ତେଲେଙ୍ଗାନାରେ ଟିଆରଏସ ସରକାରଙ୍କ ପତନ ହେବାର ସମୟ ଆସିଛି । ଏନେଇ କେସିଆର କହିଛନ୍ତି, “ଦେଶରେ ଯାହା ଘଟୁଛି ତାହା ଭୁଲ ଅଟେ । ଏଭଳି ପରିସ୍ଥିତିରେ ଆମେ ନିରବ ରହିବା ଉଚିତ୍ ନୁହେଁ । ଆମକୁ ପରିବର୍ତ୍ତନ ଆବଶ୍ୟକ, କିନ୍ତୁ ପରିବର୍ତ୍ତନ ନାମରେ କିଛି ନାହିଁ । ଆମକୁ ଭାରତୀୟ ରାଜନୀତିରେ ଗୁଣାତ୍ମକ ପରିବର୍ତ୍ତନ ଆଣିବା ଆବଶ୍ୟକ ରହିଛି ।

ତେବେ ମୁଖ୍ୟମନ୍ତ୍ରୀ କେସିଆର ଏବଂ ତାଙ୍କ ମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କୁ ଗ୍ରହଣ କରିବାକୁ ବେଗମପେଟ ବିମାନବନ୍ଦରକୁ ଯାଇଥିଲେ । ଯଶୱନ୍ତ ସିହ୍ନାଙ୍କୁ ସ୍ବାଗତ କରିବାକୁ ଯାଉଥିବା କେସିଆର, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗ୍ରହଣ କରିବେ ନାହିଁ ବୋଲି କହି ଚର୍ଚ୍ଚାକୁ ଆସିଛନ୍ତି । କେସିଆର କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀ ଆଜି ହାଇଦ୍ରାବାଦ ଆସୁଛନ୍ତି । ସେ ଆମ ବିରୁଦ୍ଧରେ କହିବେ, ଆମ ବିରୁଦ୍ଧରେ ଭୁଲ ଅଭିଯୋଗ ଆଣିବେ । କିନ୍ତୁ ଗଣତନ୍ତ୍ରରେ ଏହା ଘଟିବା ଉଚିତ । ଏଥିସହିତ ଆମର ପ୍ରଶ୍ନର ଉତ୍ତର ମଧ୍ୟ ଦିଅନ୍ତୁ ସେ ।

ଆଜି ପ୍ରଧାନମନ୍ତ୍ରୀ ଆସିବା ସମୟରେ ବିମାନବନ୍ଦରରେ କେବଳ ଜଣେ ଟିଆରଏସ ମନ୍ତ୍ରୀ ଉପସ୍ଥିତ ରହିଥିଲେ । ସୂଚନାଥାଉକି, ଯେ ଛଅ ମାସ ମଧ୍ୟରେ ଏହା ତୃତୀୟ ଥର ଅଟେ, ଯେଉଁଥିରେ ମୁଖ୍ୟମନ୍ତ୍ରୀ କେସିଆର ପ୍ରଧାନମନ୍ତ୍ରୀଙ୍କୁ ଗ୍ରହଣ କରିବାର ପ୍ରୋଟୋକଲ୍ ଭାଙ୍ଗିଛନ୍ତି ।