ତେଲେଙ୍ଗାନା ସିଏମଙ୍କ ବଡ଼ ବୟାନ : ‘କୃଷକ ବଦଳାଇ ପାରିବେ ସରକାର’

ନୂଆଦିଲ୍ଲୀ,୨୨/୫ : ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଗଲଓ୍ବାନ ଘାଟିରେ ଶହୀଦ ହୋଇଥିବା ସୈନିକ ଏବଂ ପୂର୍ବ ବର୍ଷ କୃଷକ ଆନ୍ଦୋଳନ ସମୟରେ ମୃତ୍ୟୁ ହୋଇଥିବା କୃଷକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପଞ୍ଜାବରେ ପହଞ୍ଚିଛନ୍ତି । ପଞ୍ଜାବରେ ସେ କୃଷକ ନେତାମାନଙ୍କୁ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନିଜର ଆନ୍ଦୋଳନ ଜାରି ରଖିବାକୁ ଅପିଲ କରିଛନ୍ତି, ଯେତେ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନ ମିଳିଛି । ସେ କହିଛନ୍ତି କି , ’କୃଷକମାନେ ସରକାର ବଦଳାଇ ପାରିବେ ’।
ଏହାସହ ଦେଶସାରା ଆନ୍ଦୋଳନ ଲାଗି ଏକଜୁଟ ହେବାକୁ ଆହ୍ବାନ କରିବାକୁ ଯାଇ କହିଛନ୍ତି କି ଆମ ଆଦମୀ ପାର୍ଟି ଭଳି ଅନ୍ୟ ବିପକ୍ଷ ଦଳ ସହ ସାମିଲ ହେବେ ଏବଂ ସମର୍ଥନ କରିବେ। ପ୍ରମୁଖ କୃଷକ ନେତା ରାକେଶ ଟିକାୟତ ବି ସେଠାରେ ଉପସ୍ଥିତ ଥିଲେ । ରାକେଶ ଟିକାୟତ ଗତ ବର୍ଷ ବିବାଦୀୟ କୃଷି ଆଇନ ବିରୁଦ୍ଧରେ ହେଉଥିବା ଆନ୍ଦୋଳନରେ ଅନ୍ୟତମ ନେତା ଥିଲେ । କେସିଆଇ ନିଜର ଭାଷଣର ଆରମ୍ଭରେ ତାଙ୍କର ନାଁ ବି ନେଇଥିଲେ ।