ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ତେଲଙ୍ଗାନା ଟନେଲ ଟ୍ରାଜେଡି: ୮ କର୍ମଚାରୀଙ୍କୁ ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ, ଭୟରେ କାମ ଛାଡ଼ି ପଳାଉଛନ୍ତି ଶ୍ରମିକ

Published By : Prameya | February 28, 2025 10:02 AM

ହାଇଦ୍ରାବାଦ,୨୮/୦୨:  ତେଲଙ୍ଗାନାର ନାଗରକୁର୍ଣ୍ଣୁଲରେ  ନିର୍ମାଣାଧୀନ ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ  କେନାଲ (ଏସ୍‌ଏଲ୍‌ବିସି) ସୁଡ଼ଙ୍ଗର ଏକ ଅଂଶ ଚଳିତମାସ ୨୨ ତାରିଖରେ  ଭୁଶୁଡ଼ି ପଡ଼ିଥିଲା । ଏଥିରେ ସେବେଠାରୁ  ୮ କର୍ମଚାରୀ ଫସିରହିଛନ୍ତି ସେମାନଙ୍କୁ  ସୁରକ୍ଷିତ ଭାବେ ବାହାର କରିବା ପାଇଁ ଉଦ୍ଧାର ଅଭିଯାନ ଚାଲିଛି ।

ତାଜା ତଥ୍ୟ ମୁତାବକ,  ଉଦ୍ଧାରକାରୀ ଟିମ୍‌ଗୁଡ଼ିକ ଫସିରହିଥିବା ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଏବେ ସୁଡ଼ଙ୍ଗ ବୋରିଂ ମେସିନ୍‌ (ଟିବିଏମ୍‌) ର ଅଂଶ ଏବଂ ଅନ୍ୟ ପ୍ରତିବନ୍ଧକକୁ  କାଟି ରାସ୍ତାରୁ ହଟାଉଛନ୍ତି । ସେହିଭଳି  ସୁଡ଼ଙ୍ଗରେ କାମ କରୁଥିବା କିଛି ଶ୍ରମିକ  ଭୟରେ କାମ ଛାଡ଼ି ପଳାୟନ କରୁଛନ୍ତି । 

ଏ ନେଇ ଜଣେ ବରିଷ୍ଠ ସରକାରୀ  ଅଧିକାରୀ କହିଛନ୍ତି, ଏସ୍‌ଏଲ୍‌ବିସି  ପ୍ରକଳ୍ପରେ ୮୦୦ ଲୋକ କାମ କରୁଛନ୍ତି ।  ଏମାନଙ୍କ ମଧ୍ୟରୁ ୩୦୦ ସ୍ଥାନୀୟ  ଅଞ୍ଚଳର ଓ ଅନ୍ୟମାନେ ଝାଡ଼ଖଣ୍ଡ,  ଓଡ଼ିଶା ଏବଂ ଉତ୍ତର ପ୍ରଦେଶର । ତାଙ୍କ ମୁତାବକ, ଶ୍ରମିକଙ୍କୁ କାମ କରିବାକୁ  ଡର ଲାଗିବା ସ୍ୱାଭାବିକ କଥା । ତେବେ କମ୍ପାନି ସେମାନଙ୍କ ପାଇଁ ଆବାସିକ ଶିବିର ନିର୍ମାଣ କରିଛି । କିଛି ଲୋକ ଫେରିଯିବାକୁ ଚାହିଁପାରନ୍ତି । କିନ୍ତୁ  ସମସ୍ତେ ଏକସଙ୍ଗେ ଛାଡ଼ି ଯାଉଥିବା ନେଇ ରିପୋର୍ଟ ଆମ ପାଖରେ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.