ଭୁବନେଶ୍ୱର,୧୪/୧୨: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ବଢିଛି ଟେନସନ୍। ରାଜଧାନୀର ବାର ଓ ରେଷ୍ଟୁରାଣ୍ଟରେ ଚଢ଼ାଉ। ରାତି ଅଧିଆ ଚଢାଉ କରିଛି ଅବକାରୀ ବିଭାଗ। ୭ଟି ଟିମ୍ ଦ୍ଵାରା କରାଯାଇଛି ଚଢାଉ।
ତେବେ ଦିନରେ ପୁଲିସ ଓ ଅଗ୍ନିଶମ ବାହିନୀର ଚଢାଉ ହେଉଥିବା ବେଳେ ବିଳମ୍ବିତ ରାତିରେ ଅବକାରୀ ବିଭାଗ ଚଢାଉ କରିଛି। ଭୁବନେଶ୍ବରରେ ଥିବା ସମସ୍ତ ବାର୍ ଏବଂ ରେଷ୍ଟୁରାଣ୍ଟଗୁଡ଼ିକୁ ଦିଆ ଯାଇଥିବା ଗାଇଡ ଲାଇନ୍ ସଠିକ୍ ଭାବେ ପାଳନ କରାଯାଉଛି ନା ନାହିଁ ତାହାର ତଦାରଖ କରାଯାଇଛି। ଏନେଇ ୭ଟି ଟିମ୍ ଦ୍ଵାରା କରାଯାଇଛି ଚଢାଉ।