ପ୍ରମୂଖ ଖବର
  • ବାଲେଶ୍ୱର : ବାସଭବନରେ ପହଞ୍ଚିଲା ପ୍ରଶାନ୍ତଙ୍କ ପ୍ରାର୍ଥିବ ଶରୀର, ଶୋଭାଯାତ୍ରା ପରେ ହେବ ଅନ୍ତିମ ସଂସ୍କାର
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ଖାଦ୍ୟ ମାନ ଯାଞ୍ଚ ପାଇଁ ଚଢଉବେଳେ ଉତ୍ତେଜନା

Published By : Prameya | April 2, 2025 9:26 PM

କଟକ,୨/୪ : କଟକରେ ଖାଦ୍ୟ ମାନ ଯାଞ୍ଚ ପାଇଁ ଚଢଉବେଳେ ଉତ୍ତେଜନା । କଟକର ହରିପୁର ରୋଡ଼ରେ ଖାଦ୍ୟ ମାନ ଯାଞ୍ଚ ପାଇଁ ଆଜି ସଂଧ୍ୟାରେ ପହଞ୍ଚିଥିଲେ ସିଏମସି ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଓ ଫୁଡ୍ ସେଫ୍ଟି ଅଧିକାରୀ, କର୍ମଚାରୀ । ତେବେ ଲର୍ଡସ୍ ହୋଟେଲ ନିକଟରେ ଏକ ଚିକେନ ପକୋଡା ଠେଲାରେ ଖାଦ୍ୟର ମାନ ଯାଞ୍ଚବେଳେ ସମ୍ପୃକ୍ତ ଵ୍ୟଵସାୟୀ ଓ ସିଏମସି ଅଧିକାରୀମାନଙ୍କ ମଧ୍ୟରେ ଉଚ୍ଚବାଚ ଓ ଠେଲାପେଲା ହୋଇଥିଲା।

ସିଏମସି ଅଧିକାରୀ ଓ କର୍ମଚାରୀମାନେ ବ୍ୟବସାୟୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ନେଇ ସମ୍ପୃକ୍ତ ବ୍ୟବସାୟୀ ଅଭିଯୋଗ କରିଛନ୍ତି । ସେପଟେ ଖାଦ୍ୟର ମାନ ଯାଞ୍ଚବେଳେ ଅପମିଶ୍ରଣ କଥା ଧରାପଡିବାରୁ ବ୍ୟବସାୟୀ ଜଣଙ୍କ ଉତକ୍ଷିପ୍ତ ହୋଇ ଅଶାଳୀନ ଭାଷାରେ ଅଧିକାରୀମାନଙ୍କୁ ଗାଳି ଗୁଲଜ କରିବା ସହ କାମରେ ବାଧା ସୃଷ୍ଟି କରିଥିବା ସି ଏମସି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । ପୁରୀ ଘାଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ବ୍ୟବସାୟୀଙ୍କୁ ଥାନାକୁ ନେଇଯାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.