PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର, ୨୦୨୫ ସୁଦ୍ଧା ଟର୍ମିନାଲ-୩ ନିର୍ମାଣ ହେବ

ଭୁବନେଶ୍ୱର,୨୯/୦୯: ବିମାନ ଚଳାଚଳ ଓ ପର୍ଯ୍ୟଟନ ଶିଳ୍ପ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଅନ୍ତର୍ଜାତୀୟ ସ୍ତରକୁ ଯେତିକି ବିମାନ ଚାଲିବ ସେହି ପରିମାଣରେ ରାଜ୍ୟକୁ ପର୍ଯ୍ୟଟକ ଆସିବେ ଏବଂ ପର୍ଯ୍ୟଟନର ଶ୍ରୀବୃଦ୍ଧି ହେବ ।

ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଶୁଭେଚ୍ଛା ଜଣାଇ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଅନ୍ତର୍ଜାତୀୟ ବିମାନ ଚଳାଚଳର ବିକାଶ ପରିପ୍ରେକ୍ଷୀରେ କହିଛନ୍ତି, ଏବେ ଏହି ବିମାନ ବନ୍ଦରରେ ବର୍ଷକୁ ପ୍ରାୟ ୩ ନିୟୁତ ଯାତ୍ରୀ ପରିବହନର ପରିଚାଳନା କରାଯାଉଛି ।

ଆଗମୀ ୫ ମାସ ମଧ୍ୟରେ ନୂଆ ଟର୍ମିନାଲର ଆଧୁନିକୀକରଣ କରାଯିବ । ୨୦୨୫ ସୁଦ୍ଧା ଟର୍ମିନାଲ-୩ ନିର୍ମାଣ କରାଯିବ । ଏହି ଟର୍ମିନାଲରେ ଓଡ଼ିଶାର ସଂସ୍କୃତିର ଛାପ ରହିବ । ଏଥିରେ ବାର୍ଷିକ ୮.୮ ନିୟୁତ ଯାତ୍ରୀ ପରିବହନର ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ବର୍ତ୍ତମାନ ଟର୍ମିନାଲ-୧ ଏବଂ ଟର୍ମିନାଲ-୨ର ସଂଯୋଗୀକରଣ କାର୍ଯ୍ୟ ଚାଲିଛି । ଏଥିସହିତ ଟର୍ମିନାଲ-୨ର ଆଧୁନିକୀକରଣ କାର୍ଯ୍ୟ ଚାଲିଛି । ପାଖାପାଖି ୫୦ କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି ।