PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ମୁମ୍ୱାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସୟିଦ ଗିରଫ, ପଠାଗଲା ଜେଲ୍

ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଜମାତ ଉଦ୍‌ ଦାଓ୍ଵା ମୁଖ୍ୟ ହାଫିଜ ସୟିଦକୁ ଆଜି ପାକିସ୍ତାନରେ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଆମେରିକାକୁ ଧ୍ୟାନରେ ରଖି ପାକିସ୍ତାନ ଏହିଭଳି ନି​ଷ୍ପତ୍ତି ଉଠାଇଛି।

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ଜୁଲାଇ ୨୧ରେ ଆମେରିକାର ତୃତୀୟ ଦିବସୀୟ କାର୍ଯ୍ୟକ୍ରମରେ ଯାଉଛନ୍ତି। ଆମେରିକା ପ୍ରଥମରୁ ହିଁ ଆତଙ୍କବାଦୀକୁ ନେଇ ପାକିସ୍ତାନ ପ୍ରତି କଡ଼ ନଜର ରଖି ଆସିଛି। ଶେଷରେ ପାକିସ୍ତାନ ହାଫିଜକୁ ଗିରଫ କରିଛି। କାରଣ ଏହା କି, ପାକିସ୍ତାନ ଚାହୁଁନଥିଲା ରାଷ୍ଟ୍ରପତି ଡୋନାଳ୍ଡ ଟ୍ରମ୍ପ ଆତଙ୍କବାଦୀକୁ ନେଇ ଇମରାନ ଖାନଙ୍କୁ କିଛି କୁହନ୍ତୁ। ପୂର୍ବରୁ ଭାରତ ବିରୁଦ୍ଧରେ ଏହି ସଙ୍ଗଠନ ବହୁ ହମଲା କରିଆସିଛି।