PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ତ୍ରିରଙ୍ଗା ରାଲିରେ ସାମିଲ ହେବାରୁ ମାରିଦେଲେ, ସୁନୀଲ ଭଟ୍ଟ ହତ୍ୟାକାଣ୍ଡ ଘଟଣାରେ ନିଜକୁ ଦାୟୀକଲା ଆତଙ୍କୀ ସଂଗଠନ KFF

ଜାମ୍ମୁ ୧୬/ ୦୮: ଜାମ୍ମୁ କାଶ୍ମୀରର ଶୋପିଆନ୍‌ ଜିଲ୍ଲାରେ ଆତଙ୍କବାଦୀମାନେ ଦୁଇ ଜଣ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳିମାଡ କରିଥିଲେ । ଏଥିରେ ସୁନୀଲ ଭଟ୍ଟ ନାମକ ଜଣେ ପଣ୍ଡିତଙ୍କ ମୃତ୍ୟୁ ହୋଇଥିବା ବେଳେ ପିଣ୍ଟୁ କମାର ନାମକ ଅନ୍ୟ ଜଣେ ପଣ୍ଡିତ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାରେ ଆତଙ୍କୀ ସଂଗଠନ କାଶ୍ମୀର ଫ୍ରିଡମ୍‌ ଫାଇଟର୍ସ (କେଏଫ୍‌ଏଫ୍‌) ନିଜକୁ ଦାୟୀ କରିଛି । ଆତଙ୍କୀ ସଂଗଠନର କହିବା କଥା ଯେ, ସୁନୀଲ ଭଟ୍ଟ ତ୍ରିରଙ୍ଗା ରାଲିରେ ସାମିଲ ହୋଇଥିବାରୁ ତାଙ୍କୁ ହତ୍ୟା କରାଗଲା ।

ସୂଚନାଯୋଗ୍ୟ, ସ୍ବାଧୀନତା ଦିବସରେ ବି ଜାମ୍ମୁ କାଶ୍ମୀରର ଦୁଇଟି ସ୍ଥାନରେ ଗ୍ରେନେଡ୍‌ ମାଡ କରିଥିଲେ ଆତଙ୍କବାଦୀ । ଏହାର କିଛିଦିନ ପୂର୍ବରୁ ବଡଗାମରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଆତଙ୍କୀ ଲତୀଫ ରାଥର୍‌ ନିହତ ହୋଇଥିଲା । ଏହା ପରେ ଦ୍ବିତୀୟ ଥର ପାଇଁ ଆତଙ୍କବାଦୀମାନେ ସାଧାରଣ ଜନତାଙ୍କୁ ଟାର୍ଗେଟ୍‌ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀ ସୁନୀଲ ଭଟ୍ଟଙ୍କୁ ହତ୍ୟା କରିବା ପୂର୍ବରୁ ତାଙ୍କର ନାଁ ପଚାରିଥିଲେ । ନାଁ କହିବା ପରେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ଆତଙ୍କୀ । ଏଥିରେ ଆଉ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଘଟଣା ପରେ ସ୍ଥାନୀୟ ଜନତାଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି । ସୁନୀଲଙ୍କ ହତ୍ୟା ପରେ ତାଙ୍କର ୪ ଝିଅଙ୍କ ସମେତ ପୁରା ପରିବାର ସ୍ତବ୍ଧ ହୋଇଯାଇଛନ୍ତି ।

କାଶ୍ମୀରରେ ଗତ କିଛିଦିନ ହେଲା ଟାର୍ଗେଟ୍‌ କିଲିଂ ମାମଲା ବୃଦ୍ଧି ପାଇଛି । ମେ ୧୨ ତାରିଖରେ ଜଣେ ସରକାରୀ କର୍ମଚାରୀ ତଥା କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କୁ ହତ୍ୟା କରିଥିଲେ ଆତଙ୍କୀ । ଏହା ପରେ ମେ ୧୭ରେ ବାରାମୁଲାରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା, ମେ ୨୫ ତାରିଖରେ ଟିଭି ଅଭିନେତ୍ରୀ ଅମରୀନ ଭଟ୍ଟଙ୍କୁ ବଡଗାମରେ ଗୁଳିକରି ହତ୍ୟା କରିଥିଲେ ଆତଙ୍କବାଦୀ । ସେହିଭଳି ମେ ୩୧ ତାରିଖରେ କୁଲଗାମରେ ଜଣେ ଶିକ୍ଷୟତ୍ରୀ ରଜନୀ ବାଲାଙ୍କୁ ଟାର୍ଗେଟ୍‌ କରାଯାଇଥିଲା । ଜୁନ ୨ରେ ବଡଗାମରେ ୧୭ ବର୍ଷୀୟ ଶ୍ରମିକକୁ ହତ୍ୟା, ଅଗଷ୍ଟ ୪ରେ ପୁଲଓ୍ବାମାରେ ଜଣେ ବିହାର ପ୍ରବାସୀଙ୍କୁ ହତ୍ୟା କରାଯାଇଥିଲା ।

ସମ୍ବନ୍ଧିତ ଖବର