PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ସଲମାନଙ୍କୁ ମାରିବାକୁ ସୁପାରି ନେଇଥିଲା ନାବାଳକ; ବିଷ୍ଣୋଇ ଗ୍ୟାଙ୍ଗ ସହିତ ଥିଲା ଜଡ଼ିତ

Image Courtesy: News18

ନୂଆଦିଲ୍ଲୀ,୦୭/୧୦: ପଞ୍ଜାବର ମୋହାଲି ପୁଲିସ ହେଡକ୍ବାର୍ଟର ଉପରେ ୯ ମେ’ରେ ହୋଇଥିବା ଆରପିଜି ଆକ୍ରମଣ ମାମଲାରେ ଜଣେ ମାଷ୍ଟରମାଇଣ୍ଡ ନାବାଳକକୁ ଫୈଜାବାଦ ପୁଲିସ ଗିରଫ। ସ୍ପେସାଲ ସେଲ୍‌ କାଉଣ୍ଟର ଇଣ୍ଟେଲିଜେନ୍ସର ଇନ୍ସପେକ୍ଟର ବିକ୍ରମ ଦହିୟାଙ୍କ ଟିମ୍‌ର ସୂଚନା ମୁତାବକ ରକେଟ ଲଞ୍ଚରରୁ ଆକ୍ରମଣ କରିବା ମାମଲାରେ ଦୀପକ ସିରଖପୁର ଓ ଦ୍ବିତିୟ ନାବାଳକର ଭୁମିକା ସାମ୍ନାକୁ ଆସିଥିଲା, ଯାହାକୁ ନେଇ ଏହି ନାବାଳକୁ ଧରାଯାଇଥିଲା। ଏହି ନାବାଳକର ଲିଙ୍କ୍‌ କେବଳ ପାକିସ୍ତାନର ଆଇଏସଆଇ ନୁହେଁ ବରଂ କାନାଡ଼ାରେ ଅପରେଟ ହେଉଥିବା ଲରେନ୍ସ ବିଷ୍ଣୋଇ,ଲାଣ୍ଡା ହରି ଏବଂ ଜଗ୍ଗୁ ଭଗବନପୁରିଆ ଗ୍ୟାଙ୍ଗ ସହିତ ରହିଛି।

କୁହାଯାଉଛି ଯେ, ସଲମାନ ଖାନ୍‌ଙ୍କୁ ହତ୍ୟା କରିବା ପାଇଁ ଲରେନ୍ସ ବିଷ୍ଣୋଇ ଏହି ନାବାଳକ ଓ ତାର ବାକି ସହଯୋଗୀ ମାନଙ୍କୁ ସୁପାରି ଦେଇଥିଲା। ଏହି ସମସ୍ତେ ଅନେକ ଅପରାଧ ସହିତ ଜଡ଼ିତ ଅଛନ୍ତି। ସ୍ପେଶାଲ ସେଲର ସ୍ପେଶାଲ ସିପି HGS ଧାଲୱାଲଙ୍କ କହିବା ଅନୁଯାୟୀ, ୪ ଅଗଷ୍ଟ ୨୦୨୧ରେ ଅମୃତସରରେ ସେମାନେ ରାଣା କାଣ୍ଡୋବାଲିଆକୁ ହତ୍ୟା କରିଥିଲେ, ଯିଏକି ଲରେନ୍ସ ବିରୋଧୀ ଗ୍ୟାଙ୍ଗର ମୁଖ୍ୟ ସୁଟର ଥିଲା। ତେବେ ଏହି ହତ୍ୟାକାଣ୍ଡରେ ନାବାଳକ ସମେତ ତାର ଦୁଇ ସହଯୋଗି ଜଡିତ ଥିଲେ।

ସ୍ପେଶାଲ୍ ସେଲ୍ ଅନ୍ୟ ଏକ ମାମଲା ସହିତ ଜଡିତ ଅନ୍ୟ ଜଣେ ଗ୍ୟାଙ୍ଗଷ୍ଟର ଅର୍ଶଦୀପ ସିଂକୁ ମଧ୍ୟ ଗିରଫ କରିଛି। ହରିୟାଣାରେ IED ଏବଂ ହ୍ୟାଣ୍ଡ ଗ୍ରେନେଡ ଜବତ ମାମଲାରେ ଆର୍ଶଦୀପକୁ ପଚରାଉଚରା କରାଯାଉଛି। ସଲମାନ ଖାନଙ୍କୁ ହତ୍ୟା କରିବା କାମ ନାବାଳକ ସହିତ ମୋନୁ ଦାଗରଙ୍କୁ ଦିଆଯାଇଥିଲା। କିନ୍ତୁ, ସଲମାନ ଖାନଙ୍କୁ ଟାର୍ଗେଟ କରିବା ପୂର୍ବରୁ ସମସ୍ତେ ରାଣାକୁ ହତ୍ୟା କରିବାରେ ଜଡିତ ହୋଇଥିଲେ। ସେଲ୍ ଅନୁଯାୟୀ, ଆଗାମୀ ସମୟରେ ଏକ ବଡ଼ ଧରଣର ଘଟଣା ଘଟାଇବାକୁ ଏକ ଯୋଜନାକରି ସମସ୍ତଙ୍କୁ ଦାୟିତ୍ବ ହସ୍ତାନ୍ତର କରାଯାଇଥିଲା। ଏହା ମଧ୍ୟ କୁହାଯାଉଛି ଯେ ଏହି ଅପରେସନ୍ ପରେ ବାବର ଖଲସା ଏବଂ ପାକିସ୍ତାନ ଆଇଏସଆଇର ଷଡଯନ୍ତ୍ର ମଧ୍ୟ ସାମିଲ ଅଛି।

ସମ୍ବନ୍ଧିତ ଖବର