PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ଆମେରିକା ଟେକ୍ସାସରେ ବଡ଼ ଧରଣର ଗୁଳିକାଣ୍ଡ, ୧୮ ଶିଶୁଙ୍କ ସମେତ ୨୧ ମୃତ, ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଜୋ ବାଇଡେନ

pic- internet

ନୂଆଦିଲ୍ଲୀ,୦୫/୨୫: ଆମେରିକା ଟେକ୍ସାସରେ ବଡ଼ ଧରଣର ଗୁଳିକାଣ୍ଡ। ସେଠାରେ ମଙ୍ଗଳବାର ସକାଳେ ଏକ ପ୍ରାଥମିକ ବିଦ୍ୟାଳୟରେ ୧୮ ବର୍ଷୀୟ ଯୁବକ ଆଖି ବୁଜା ଫାୟାରିଂ କରିଛି। ଏହି ଗୁଳିକାଣ୍ଡରେ ବର୍ତ୍ତମାନ ଯାଏ ୨୧ ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ମୃତକଙ୍କ ମଧ୍ୟରେ ୧୮ ଜଣ ଶିଶୁ ରହିଥିବା ବେଳେ ତିନି ଜଣ ଶିକ୍ଷକ ରହିଛନ୍ତି।

ଆମେରିକା ଗଣମାଧ୍ୟମ ଟେକ୍ସାସର ଗଭର୍ଣ୍ଣର ଗ୍ରେଗ ଏବାଣ୍ଟ ଦେଥିବା ସୂଚନା ଆଧାରରେ ରିପୋର୍ଟ ପ୍ରକାଶ କରିଛି ଯେ ରାବ ପ୍ରାଥମିକ ବିଦ୍ୟାଳୟରେ ଏହି ଗୁଳିକାଣ୍ଡ ଘଟିଛି। ଯେଉଁଥିରେ ୨୧ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏଥିସହ ଗୁଳିକାଣ୍ଡ ଘଟାଇଥିବା ଆକ୍ରମଣକାରୀଙ୍କୁ ମଧ୍ୟ ପୁଲିସ ଗୁଳି କରି ହତ୍ୟା କରିଛି।

ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦୁଃଖ ପ୍ରକାଶ କରିଛନ୍ତି। ସେ ପ୍ରତିକ୍ରିୟାରେ କହିଛନ୍ତି ଯେ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ସମ୍ମାନାର୍ଥେ ଆମେରିକାର ସମସ୍ତ ଦୂତାବାସ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟ ସମେତ ସମସ୍ତ ସାମରିକ ଓ ନୌସେନା ଜାହାଜ, ଷ୍ଟେସନରେ ମେ ୨୮ ଯାଏ ପତାକା ଅର୍ଦ୍ଧ ନୁହାଁଇବାକୁ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର