PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ର ଫାଇନାଲରେ ପ୍ରମୋଦ ଭଗତ

ଭୁବନେଶ୍ୱର,୨୦/୦୮: ଥାଇଲାଣ୍ଡର ପଟାୟା ସିଟିରେ ଚାଲିଥିବା ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ରେ ଓଡ଼ିଶାର ପ୍ରମୋଦ ଭଗତ ସିଙ୍ଗଲ୍ସ ଏବଂ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ସିଙ୍ଗଲ୍ସ ସେମି ଫାଇନାଲରେ ପ୍ରମୋଦ ୨୧-୧୨, ୨୧-୧୮ରେ ନିତେଶ କୁମାରଙ୍କୁ ପରାସ୍ତ କରିଥିଲେ । ସେ ଫାଇନାଲରେ ଡାନିଏଲ୍‌ ବେଥେଲଙ୍କୁ ଭେଟିବେ ।

ସେହିପରି ଡବଲ୍ସରେ ପ୍ରମୋଦ-ସୁକାନ୍ତ କଦମ ଯୋଡ଼ି ୨୧-୧୦, ୨୧-୧୪ ଗେମ୍‌ରେ ଦୀପରଞ୍ଜନ ବିଶୋଇ ଓ ମହମ୍ମଦ ଅରୱାଜ ଅନସାରୀଙ୍କୁ ପରାଜିତ କରି ଫାଇନାଲକୁ ଉନ୍ନୀତ ହୋଇଥିଲେ । ମିକ୍ସଡ ଡବଲ୍ସରେ ପ୍ରମୋଦ ଓ ମନୀଶା ରାମଦାସ ଯୋଡ଼ି ଫ୍ରାନ୍ସର ଲୁକାସ ମାଜୁର ଓ ଏଫ୍‌. ନୋଏଲଙ୍କ ଠାରୁ ପରାଜିତ ହୋଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଛନ୍ତି ।

ସମ୍ବନ୍ଧିତ ଖବର