ନୂଆଦିଲ୍ଲୀ, ୦୬/୦୩ : ମଝିରେ ବସିଛି କନିଆଁ, ଦୁଇ ପଟେ ବସିଛନ୍ତି ୨ ବର। ଗୋଟିଏ ମଣ୍ଡପରେ ପଡ଼ିଲା ହାତଗଣ୍ଠି। ବନ୍ଧୁ ପରିଜନଙ୍କ ଗହଣରେ ଧୁମଧାମ୍ ରେ ହେଲା ବାହାଘର। ମନରେ ନାହିଁ ଟିକେ ବି ଅବଶୋଷ। ନିଜର ମନର ମଣିଷକୁ ପାଇ ତିନି ଜଣ ଯାକ ବେଶ୍ ଖୁସ୍। ରିଅଲ୍ ଲାଇଫ୍ ଠୁ ଖୁବ୍ ଭିନ୍ନ ଏ ବାହାଘର। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏଭଳି ଏକ ଅଜବ ଗଜବ ବିବାହ। ଏହି ଭାଇରାଲ୍ ଭିଡିଓକୁ ଦେଖିଲେ ଆପଣ ବି କହିବେ ଅଗର ମିଆଁ ବିବି ରାଜି ତୋ କ୍ୟା କରେଗା କାଜି ?
ଥାଇଲ୍ୟାଣ୍ଡର ୩୭ ବର୍ଷୀୟା ଡୁଆଙ୍ଗଡୁଆନ ଏକା ସାଙ୍ଗରେ ୨ ଜଣଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି। ଡୁଆଙ୍ଗଡୁଆନ ଗୋଟିଏ ମଣ୍ଡପରେ ଦୁଇ ଜଣ ଅଷ୍ଟ୍ରିଆନ୍ ପୁରୁଷଙ୍କୁ ବିବାହ କରିଛନ୍ତି। ମହିଳା ଜଣଙ୍କ ପେଶାରେ ଜଣେ ସିଙ୍ଗର୍ ଏବଂ ଗୀତିକାର। ଡୁଆଙ୍ଗଡୁଆନଙ୍କର ପ୍ରଥମ ବିବାହରୁ ୩ ଜଣ ଝିଅ ଏବଂ ନାତିନାତୁଣୀ ଅଛନ୍ତି। ଛାଡ଼ପତ୍ର ଅଷ୍ଟ୍ରିଆର ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ରୋମନ ପଟାୟାଙ୍କ ସହ ଡୁଆଙ୍ଗଡୁଆନଙ୍କ ଦେଖା ହୋଇଥିଲା। ଧୀରେ ଧୀରେ ବନ୍ଧୁତା ବଢିଥିଲା। ପ୍ରାୟ ୫ ବର୍ଷ ଯାଏଁ ଦୁହେଁ ଏକାଠି ରହୁଥିଲେ। ଏହାପରେ ମ୍ୟାକି ନାମକ ଜଣେ ଯୁବକଙ୍କ ସହ ଡୁଆଙ୍ଗଡୁଆନଙ୍କ ଦେଖା ହୋଇଥିଲା। ଧୀରେ ଧୀରେ ମ୍ୟାକିଙ୍କ ସହ ବି ତାଙ୍କ ସମ୍ପର୍କ ନିବିଡ଼ ହୋଇଥିଲା। ତେବେ ଡୁଆଙ୍ଗଡୁଆନ ରୋମନ କିମ୍ଵା ମ୍ୟାକି କାହାକୁ ବି ଛାଡ଼ିବାକୁ ଚାହୁଁ ନଥିଲେ। ତେଣୁ ତିନି ଜଣ ମିଶି ଏକାଠି ରହିବାକୁ ନିଷ୍ପତ୍ତି ନେଲେ।
ଡୁଆଙ୍ଗଡୁଆନ ଏସମ୍ପର୍କରେ ତାଙ୍କ ଘର ଲୋକଙ୍କୁ ଜଣାଇଥିଲେ। ପରିବାରର ସହମତିରେ ୩ ଜଣ ଯାକ ବିବାହ କରିବାକୁ ନିଷ୍ପତ୍ତି ନେଲେ। ଶେଷରେ ତିନି ଜଣ ଯାକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରୋମନ ଏବଂ ମ୍ୟାକି ଡୁଆଙ୍ଗଙ୍କ ପରିବାର ପ୍ରତିପୋଷଣ କରିବାରେ ସହାୟତା କରୁଛନ୍ତି। ଏହି ବିବାହରେ ତାଙ୍କ ପରିବାର ବେଶ୍ ଖୁସି ଅଛନ୍ତି।
ଏହି ଖବରଟିକୁ ପଢନ୍ତୁ- ଭାଇରାଲ୍ ଲଭ୍ ଷ୍ଟୋରୀ : କାର୍ରେ ମୋତେ ଯିବାକୁ ଦିଅ ଲେଖି... ପ୍ରେମିକାକୁ ପ୍ରପୋଜ୍ କରିବାକୁ ୯୩୨ କିମି ଯାତ୍ରା କଲେ ଯୁବକ