ନୂଆଦିଲ୍ଲୀ, ୦୬/୦୩ : ମୋ ପ୍ରେମିକାକୁ ପ୍ରପୋଜ୍ କରିବାକୁ ଯିବି, ମୋତେ ବାଟ ଛାଡ଼... କାର୍ ପଛପଟେ ବ୍ୟାନର୍ ଲଗାଇ ୯୩୨ କିମି ଯାତ୍ରା କଲେ ୨୬ ବର୍ଷୀୟ ଯୁବକ। ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି କରିଛି ଏଭଳି ଏକ ଭାଇରାଲ୍ ଲଭ୍ ଷ୍ଟୋରି। ଏହି ଯୁବକ ଜଣଙ୍କ ହେଉଛନ୍ତି ଚୀନର Jiangxi Province ରେ ରହୁଥିବା ଟ୍ୟାନ୍। ସେ ଫୁଜିଆନ୍ ପ୍ରୋଭିନ୍ସରେ ନିଜର ବ୍ୟବସାୟ କରନ୍ତି।

ସୂଚନାନୁଯାୟୀ, ଫେବୃଆରୀରେ ଚୀନ ନବବର୍ଷ ଅବସରରେ ଟ୍ୟାନଙ୍କ ପ୍ରେମିକା ତାଙ୍କ ଘର Guizhouକୁ ଯାଇଥିଲେ। ଏହି ସମୟରେ ଟ୍ୟାନ୍ ତାଙ୍କ ପ୍ରେମିକାକୁ ସରପ୍ରାଇଜ୍ ଦେବାକୁ ଚିନ୍ତା କଲେ ଏବଂ ବିବାହ ପାଇଁ ପ୍ରପୋଜ୍ କରିବାକୁ ଗାଡି ଧରି ବାହାରି ପଡ଼ିଲେ। ହେଲେ ଟ୍ରାଫିକ୍ ଭିଡ଼ ଯୋଗୁଁ ଜଲଦି ପହଞ୍ଚିବାକୁ ତାଙ୍କ କାର୍ ପଛପଟେ ଏକ ନାଲି ରଙ୍ଗର ବ୍ୟାନର ମାରିଥିଲେ। ଏଥିରେ ଲେଖାଥିଲା- ଭାଇ... ମୋତେ ଯିବାକୁ ଦିଅ। ମୁଁ ମୋ ପ୍ରେମିକାକୁ ବିବାହ ପାଇଁ ପ୍ରପୋଜ୍ କରିବାକୁ ଯାଉଛି।

ଟ୍ୟାନଙ୍କ ଗାଡିରେ ଲାଗିଥିବା ବ୍ୟାନର ଦେଖି ହାଇୱେରେ ଅନ୍ୟ ଡ୍ରାଇଭର୍ ମାନେ ରାସ୍ତା ଛାଡି ଦେଇଥିଲେ। ଏପରିକି କିଛି ଲୋକ ହାତ ହଲେଇ ହର୍ଣ୍ଣ ମାରି ଟ୍ୟାନ୍ ଙ୍କୁ ଶୁଭକାମନା ଜଣାଇଥିଲେ। ତେବେ ଟ୍ୟାନ୍ ପ୍ରାୟ ୧୨ ଘଣ୍ଟା ଯାଏଁ ଗାଡି ଚଲାଇ ତାଙ୍କ ପ୍ରେମିକା ପାଖରେ ପହଞ୍ଚିଥିଲେ। ସେପଟେ ଟ୍ୟାନ୍ ଙ୍କ ଗର୍ଲଫ୍ରେଣ୍ଡ୍ ଏ ବିଷୟରେ କିଛି ଜାଣି ନଥିଲେ। ହଠାତ୍ ତାଙ୍କୁ ପାଖରେ ପାଇ ଖୁସିରେ ବିଭୋର ହୋଇଯାଇଥିଲେ। ଟ୍ୟାନ୍ ପ୍ରପୋଜ୍ କରିବା ପରେ ତାଙ୍କ ଗର୍ଲଫ୍ରେଣ୍ଡ୍ ଖୁସି ଖୁସିରେ ରାଜି ହୋଇଯାଇଥିଲେ। ସୋସିଆଲ୍ ମିଡିଆରେ ଏହି ଲଭ୍ ଷ୍ଟୋରୀ ଖୁବ୍ ଭାଇରାଲ୍ ହେଉଛି। ଟ୍ୟାନଙ୍କ ଭିଡିଓକୁ ବହୁ ଲୋକ ପସନ୍ଦ କରୁଛନ୍ତି ଏବଂ ମଜାଳିଆ କମେଣ୍ଟ ଦେଉଛନ୍ତି।

ଏହି ଖବରଟିକୁ ପଢନ୍ତୁ- ମେସେଜ୍ ଡିଲିଟ୍ କରିଦେଲେ ମାଆ, ହତ୍ୟା କରିବାକୁ ଉଦ୍ୟମ କଲା ପୁଅ