ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ନୂଆ ଓ୍ବାକଫ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ଅଭିନେତା ଥଲାପତି ବିଜୟ, କହିଲେ ଏହା 'ମୁସଲମାନ ବିରୋଧୀ'...

Published By : Ladu Kishor | April 13, 2025 10:13 PM

ନୂଆଦିଲ୍ଲୀ: ଲୋକସଭା ଏବଂ ରାଜ୍ୟସଭାରେ ବହୁମତ ପାଇବା ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ ପରେ ୱାକଫ ସଂଶୋଧନ ବିଲ୍ ୨୦୨୫ ମଞ୍ଜୁରୀ ପାଇଲା ଏବଂ ଏହା ଆଇନରେ ପରିଣତ ହେଲା। ଏହି ସମୟରେ ତାମିଲାଗା ଭେଟ୍ରି କାଜଗାମ (ଟିଭି କେ) ଦଳର ସଭାପତି ତଥା ଅଭିନେତା ଥଲାପତି ବିଜୟ ଏହି ନିୟମକୁ ପସନ୍ଦ କରିନାହାଁନ୍ତି। ଏପରି ପରିସ୍ଥିତିରେ, ଅଭିନେତା ଏହି ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । 

ୱାକଫ (ସଂଶୋଧନ) ଆଇନ ୨୦୨୫କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅନେକ ଆବେଦନ ପୂର୍ବରୁ ଦାଖଲ ହୋଇଛି। ଦାବି କରାଯାଇଛି ଯେ ଏହି ଆଇନ ମୁସଲିମ ସମ୍ପ୍ରଦାୟ ସହିତ ପକ୍ଷପାତିତା କରୁଛି ଏବଂ ସେମାନଙ୍କର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି । ଏହି ସମୟରେ, ଏବେ ଥଲାପତି ବିଜୟ ମଧ୍ୟ ୱାକଫ (ସଂଶୋଧନ) ଆଇନ ୨୦୨୫କୁ ଚ୍ୟାଲେଞ୍ଜ କରିଛନ୍ତି। ANI ଅନୁଯାୟୀ, ଅଭିନେତା ଏହି ଆଇନ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି।

ପୂର୍ବରୁ, ପିଟିଆଇ ଅନୁଯାୟୀ, ଥଲାପତି ବିଜୟ ଏକ ବିବୃତ୍ତିରେ ୱାକଫ (ସଂଶୋଧନ) ଆଇନକୁ 'ମୁସଲମାନ ବିରୋଧୀ' ବୋଲି ବର୍ଣ୍ଣନା କରିଥିଲେ। ସେ କହିଛନ୍ତି, 'ସଂସଦର ତଳ ସଦନରେ ପାରିତ ହୋଇଥିବା ବିଲ୍ ପୁଣିଥରେ ସମ୍ବିଧାନର ମର୍ଯ୍ୟାଦା ଏବଂ ଧର୍ମନିରପେକ୍ଷ ଭାରତୀୟ ଗଣତନ୍ତ୍ରର ମୌଳିକ ନୀତି ଉପରେ ପ୍ରଶ୍ନବାଚୀ ଲଗାଇଛି।'

ଥଲାପତି ବିଜୟ ଏହା ମଧ୍ୟ କହିଥଲେ ଯେ, ଟିଭିକେ ଦାବି କରୁଛି ଯେ ସମସ୍ତ ଗଣତାନ୍ତ୍ରିକ ଶକ୍ତିର ସ୍ୱରକୁ ଧ୍ୟାନରେ ରଖି ଗଣତନ୍ତ୍ର ବିରୋଧୀ ବିଲ୍ ତୁରନ୍ତ ପ୍ରତ୍ୟାହାର କରାଯାଉ।' ଯଦି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏପରି ନ କରନ୍ତି, ତେବେ ଟିଭିକେ ମୁସଲିମ ଭାଇମାନଙ୍କ ସହିତ ସେମାନଙ୍କର ୱାକଫ ଅଧିକାର ପାଇଁ ଆଇନଗତ ଲଢ଼େଇରେ ସାମିଲ ହେବ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.