ମୁମ୍ୱାଇ – ଥଲାପତି ବିଜୟଙ୍କ ଫିଲ୍ମ  ‘ଜନ ନାୟଗନ’କୁ ଶେଷରେ ସେନସର ବୋର୍ଡରୁ ସବୁଜ ସଙ୍କେତ ମିଳି ଯାଇଛି। ଏହି ଫିଲ୍ମ ସିନେମା ହଲରେ ୨୪ ଜୁଲାଇରେ ରିଲିଜ ହେବ। ଫିଲ୍ମଟି ଭାରତ ସହ ବ୍ରିଟେନରେ ମଧ୍ୟ ରିଲିଜ ହେବ। ଆଡଭାନ୍ସ ବୁକିଂ ଆରମ୍ଭ ହୋଇ ସାରିଛି ଏବଂ ଡିଷ୍ଟ୍ରିବ୍ୟୁଟରଙ୍କ ଦାବି ଯେ, ପ୍ରଥମ ଘଣ୍ଟାକ ଭିତରେ ଫିଲ୍ମର ହଜାର ହଜାର ଟିକେଟ୍ ବିକ୍ରି ହୋଇଛି। ଫିଲ୍ମର ୟୁକେ ଡିଷ୍ଟ୍ରିବ୍ୟୁଟର ଅହିଂସା ଏଣ୍ଟରନେଟମେଣ୍ଟ ନିଜର ଏକ୍ସ ପୋଷ୍ଟରେ ଲେଖିଛି –ଜନନାୟଗମ ୨୪ ଜୁଲାଇ। ଟିକେଟ ସିନେୱାର୍ଲ୍ଡରେ ବିକ୍ରି ପାଇଁ ଉପଲବ୍ଧ ଅଛି ଏବଂ ଶୋ’ର ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି।

ପୋଷ୍ଟରେ ସେ ଆହୁରି ଲେଖିଛି – ବର୍ଷ ବର୍ଷ ପରେ ଲୋକେ ପରସ୍ପରକୁ ପଚାରିବେ ତୁମେ କଣ ସେଠାରେ ଥିଲ ? ସ୍ପଷ୍ଟ କରେ ଯେ, ତୁମର ଉତ୍ତର ହଁ ରେ ହେବ। ଏହା ଏକ ଫିଲ୍ମ ନୁହେଁ। ଏହା ସେହି ବ୍ୟକ୍ତିଙ୍କୁ ବିଦାୟ, ଯିଏ ଆମକୁ ସବୁ କିଛି ଦେଇଛନ୍ତି। ୟୁକେ- ଆମକୁ ଆପଣଙ୍କର ଆବଶ୍ୟକ ଅଛି। ନିଶ୍ଚିତ କରନ୍ତୁ ଯେ , ଆପଣ ବି ଏହାର ଅଂଶ। ଆମକୁ ଆପଣଙ୍କର ହୋସ୍‌ ଦରକାର। ଆମକୁ ଏବେ ଆପଣଙ୍କର ଆବଶ୍ୟକ ଅଛି। ଏହାକୁ ଅଧିକରୁ ଅଧିକ ସେୟାର କରନ୍ତୁ ଏବଂ ଆସନ୍ତୁ ଏହାକୁ ତମିଲ ସିନେମାର ଏବେସୁଦ୍ଧା ସବୁଠୁ ବଡ଼ ବିଦାୟୀ କରିବା। ଏହି ଘୋଷଣାର କିଛି ଘଣ୍ଟା ଭିତରେ ହଜାର ହଜାର ଟିକେଟ୍‌ ବିକ୍ରି ହୋଇଛି ଏବଂ ଆକାଉଣ୍ଟରେ ଲେଖା ଯାଇଛି – ୟୁକେରେ କେବଳ ୬୦ ମିନିଟରେ ହଜାର ହଜାର ଟିକେଟ ବିକ୍ରି ହୋଇଛି। ଏହି ଗୋଟେ ନାଁ ପାଇଁ କ୍ରେଜ୍‌ ଅବିଶ୍ୱସନୀୟ।

ଆହୁରି ମଧ୍ୟ ପଢନ୍ତୁ - Sunny Deol viral video : ହଠାତ୍ ଏମିତି ବୟସ୍କ ଦେଖା ଯାଉଛନ୍ତି ସନ୍ନି ଦେଓଲ ? ପୂରା ଧର୍ମେନ୍ଦ୍ରଙ୍କ କପି : ଭିଡିଓ ଦେଖି ଲୋକଙ୍କ ପ୍ରତିକ୍ରିୟା

କହି ରଖୁଛୁ କି , ‘ଜନ ନାୟଗନ’ ଜାନୁଆରୀ ମାସରେ ସିନେମା ହଲରେ ରିଲିଜ ହେବାର ଥିଲା, କିନ୍ତୁ ,ସିବିଏଫସି ଏହାକୁ ସାର୍ଟିଫିକେଟ୍ ଦେଇ ନଥିଲା, ଯେଉଁଥି ପାଇଁ ଫିଲ୍ମର ରିଲିଜ ତାରିଖ ସ୍ଥଗିତ ରହିଥିଲା।  ଏବେ ଯେତେବେଳେ ସେନସର ବୋର୍ଡରୁ ଫିଲ୍ମକୁ ସବୁଜ ସଙ୍କେତ ମିଳିଲା , ତ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଫିଲ୍ମକୁ ରିଲିଜ କରିବାକୁ ଦେବା ପୂର୍ବରୁ ସେନସର ବୋର୍ଡ ଏଥିରେ ଅନେକ ପରିବର୍ତ୍ତନ କରିଛି।