ନୂଆଦିଲ୍ଲୀ,୧୦।୭: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି ଜୋଶେଫ୍ ବିଜୟଙ୍କୁ ମାଡ୍ରାସ ହାଇକୋର୍ଟରୁ ମିଳିଛି ବଡ଼ ଧରଣର ଆଶ୍ବସ୍ତି। ହାଇକୋର୍ଟ ତାଙ୍କୁ କରୁର ପୀଡିତଙ୍କ ପରିବାର ଲୋକଙ୍କୁ ସରକାରୀ ନିଯୁକ୍ତି ପତ୍ର ବାଣ୍ଟିବାର ଅନୁମତି ପ୍ରଦାନ କରିଛନ୍ତି। ସିଏମ୍ ବିଜୟ ଶୁକ୍ରବାର ହିଁ କରୁର ଯିବେ। ତେବେ ହାଇକୋର୍ଟ କହିଛନ୍ତି, ଏହି ଚାକିରୀ ଅସ୍ଥାୟୀ ରହିବ ଓ ଏହା ଉପରେ ଆଗକୁ ବିଚାର କରାଯିବ। ଜଷ୍ଟିସ ସିଭି କାର୍ତ୍ତିକେୟନ୍ ଓ ଜଷ୍ଟିସ୍ ଆର ଶକ୍ତିଭେଲଙ୍କ ଖଣ୍ଡପୀଠ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ମାମଲାର ଶୁଣାଣି ହୋଇନି, ସେ ପର୍ଯ୍ୟନ୍ତ ଲୋକଙ୍କୁ ବେତନ ମିଳିବନି।
କୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ, ପ୍ରସ୍ତାବିତ ନିଯୁକ୍ତିକୁ ନେଇ ଏକ ରିପୋର୍ଟ ଫାଇଲ୍ କରାଯାଉ। ଏହା ସହ କୁହାଯାଇଛି ଯେ, କ’ଣ ସବୁ ନିୟମର ପାଳନ କରାଯାଇଛି। ଗତ ବର୍ଷ ହୋଇଥିବା ଦଳାଚକଟା ଘଟଣାରେ ଅତି କମ୍ରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏମାନଙ୍କ ଭିତରୁ ୩୨ ଜଣଙ୍କ ପରିବାରକୁ ସିଏମ୍ ବିଜୟ ନିଯୁକ୍ତି ପତ୍ର ବାଣ୍ଟିବେ। ୨୭ ସେପ୍ଟେମ୍ବର ୨୦୨୫ ରେ ତାମିଲଗା ଭେଟ୍ରି କାଝାଗମ୍ (ଟିଭିକେ)ର ଏକ ରାଲି ବେଳେ ହୋଇଥିବା ଦଳାଚକଟା ଘଟଣାରେ ମୃତ ୪୧ ଜଣଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରି ତାଙ୍କୁ ସ୍ବାନ୍ତନା ଦେବେ। କାରଣ ସେ ଏହି ରାଲିରେ ସାମିଲ ଥିଲେ।
ବାମପନ୍ଥୀ ଦଳର ବିରୋଧ
ପୀଡିତ ପରିବାରଙ୍କୁ ସିଏମ୍ ବିଜୟ ସାକ୍ଷାତ କରିବେ ଓ ତାଙ୍କୁ ଅନୁକମ୍ପା ଆଧାରରେ ସରକାରୀ ଚାକିରୀ ନିଯୁକ୍ତି ପତ୍ର ପ୍ରଦାନ କରିବେ। ସରକାରଙ୍କୁ ବାହାରେ ସମର୍ଥନ ଦେଉଥିବା ବାମପନ୍ଥୀ ଦଳ ପୀଡିତାଙ୍କୁ ସରକାରୀ ଚାକିରୀ ଦେବାର ଏହି ନିଷ୍ପତ୍ତିକୁ କଡା ବିରୋଧ କରିଛି।
୨୦ ଲକ୍ଷ ଟଙ୍କା ଲେଖାଏଁ ପୀଡିତଙ୍କୁ ଦେଇସାରିଛନ୍ତି କ୍ଷତିପୂରଣ
ସୁପ୍ରିମକୋର୍ଟ ଏହି ମାମଲାର ତଦନ୍ତ ସିବିଆଇକୁ ଦେଇଛନ୍ତି। ମାମଲାରେ ପଚରା ଉଚରା ପାଇଁ ବିଜୟଙ୍କୁ ବହୁବାର ଦିଲ୍ଲୀ ମଧ୍ୟ ଡକାଯାଇପାରେ। ଏହା ପୂର୍ବରୁ ବିଜୟ ପୀଡିତଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେଇ ସାରିଛନ୍ତି। ଏହା ସହ ମହାବଲୀପୁରମ୍ ନିକଟରେ ଥିବା ଏକ ରିସୋର୍ଟରେ ତାଙ୍କୁ ସାକ୍ଷାତ କରିସାରିଛନ୍ତି। ଏହି ଘଟଣା ପାଇଁ ଡିଏମକେ, ଏଆଇଏଡିଏମକେ ଏବଂ ବିଜେପି ତାଙ୍କୁ ସିଧା ସଳଖ ଦାୟୀ କରିଥିଲା। ତେ ଟିଭିକେ ଏଥିପାଇଁ ତତ୍କାଳୀନ ଡିଏମକେ ସରକାରଙ୍କ ଷଡଯନ୍ତ୍ର ଦାୟୀ ବୋଲି କହିଛି।
ଆହୁରି ପଢନ୍ତୁ :Mamata Banerjee: 'ମୋତେ ଚୁପ୍ କରିବାକୁ ହେଲେ ମୋତେ ମାରିବାକୁ ପଡିବ'; ଟିଏମ୍ସି ସଙ୍କଟ ଭିତରେ ମମତାଙ୍କ ବୟାନରେ ରାଜନୀତି ସରଗରମ