PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

‘ସିକିଲ୍‌ ସେଲ୍‌ ଆଣ୍ଡ ଥାଲସେମିଆ’ ଉପରେ ଗବେଷଣା

ଭୁବନେଶ୍ୱର, ୨୫।୧: ସିଏମ୍‌ସି ଭେଲ୍ଲୋର ପକ୍ଷରୁ ‘ସିକିଲ୍‌ ସେଲ୍‌ ଆଣ୍ଡ ଥାଲସେମିଆ’ ଏବଂ ‘ଓଡ଼ିଶା ସିକିଲ୍‌ ସେଲ୍‌’ ନାମରେ ୨ଟି ପ୍ରକଳ୍ପର କାମ ଜାରି ରହିଛି । ଏହି ଦୁଇଟି ପ୍ରକଳ୍ପ ପାଇଁ ସ୍ୱାସ୍ଥ୍ୟ ବିଭାଗ ଏକ ରିସର୍ଚ୍ଚ ଆଣ୍ଡ ଟେକ୍ନିକାଲ୍‌ ଆସେସେମେଣ୍ଟ କମିଟି ଘୋଷଣା କରିଛି । ଜନସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଏହାର ଅଧ୍ୟକ୍ଷ ଅଛନ୍ତି । ଡିଏଚ୍‌ଏସ୍‌, ଡିଏମ୍‌ଇଟି, ଏମ୍‌ସ ଭୁବନେଶ୍ୱର ହିମାଟୋଲୋଜି ବିଭାଗ ଏଚ୍‌ଓଡି, ଆରଏମ୍‌ଆରସି, ଆଇଏଲ୍‌ଏସ୍‌ ପ୍ରାକ୍ତନ ନିର୍ଦ୍ଦେଶକ ଡା. ବି ରବିନ୍ଦ୍ରମ୍‌, ଏସ୍‌ସିବି ସ୍ତ୍ରୀ ଓ ପ୍ରସୂତି ବିଭାଗ ଏଚ୍‌ଓଡି, ଏନ୍‌ଏଚ୍‌ଏମ୍‌ ଓ ରାଜ୍ୟ ରକ୍ତ ନିରାପତ୍ତା ନିର୍ଦ୍ଦେଶକ ପ୍ରମୁଖ ୯ଜଣ ସଭ୍ୟ ଅଛନ୍ତି । ରାଜ୍ୟରେ ରକ୍ତହୀନତା ଓ ରକ୍ତ ସଂକ୍ରମଣ ଜନିତ ରୋଗ ଉପରେ ଗବେଷଣାକୁ ଗୁରୁତ୍ୱ ଦିଆଯାଉଛି । ଏହି ରୋଗ ନିରାକରଣ କ୍ଷେତ୍ରରେ ଆହୁରି ଅଧିକ ଅତ୍ୟାଧୁନିକ ପଦ୍ଧତିରେ ଗବେଷଣା ଓ ଚିକିତ୍ସାକୁ ତ୍ୱରାନ୍ୱିତ କରାଯିବ ।