ବଳଙ୍ଗା,୦୯/୦୨: କେବେ ଭାବିଛନ୍ତି ମୁଣ୍ଡର ଉକୁଣୀ କେତେ ମାରାତ୍ମକ ? ସାମାନ୍ୟ କ୍ଷୁଦ୍ର ଜୀବ କ’ଣ ଜୀବନ ନେଇ ପାରିବ ? ଏମିତି କିଛି ପ୍ରଶ୍ନ ଆପଣଙ୍କ ମନରେ ଉଙ୍କୁ ମାରୁଥିବ ନିଶ୍ଚିତ । ଏପରି ପ୍ରଶ୍ନ ପ୍ରଥମେ ଆମ ମନକୁ ବି ଆସୁଥିଲା । କାରଣ ସାମାନ୍ୟ ଜୀବ ଯାହାକୁ ନଖରେ ମାରି ଦିଆଯାଇପାରେ, ସେ କିପରି ଜଣଙ୍କର ଜୀବନ ନେଇ ପାରିବ । ହଁ ଆଜ୍ଞା ଏକଥା ସତ ଜଣେ ଷଷ୍ଠ ଶ୍ରେଣୀ ଝିଅର ମସ୍ତିଷ୍କକୁ ଖାଇଯାଇଛନ୍ତି ଉକୁଣୀ । ଉକୁଣୀ ପାଇଁ ୧୨ ବର୍ଷୀୟା ଝିଅର ଜୀବନ ଚାଲିଛି । ଏଭଳି ଖବର ଅଭାବନୀୟ ଖବର ଆସିଛି ପୁରୀ ଜିଲ୍ଲାରୁ । ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିର ଲିଙ୍ଗରାଜ ସାହୁଙ୍କ ଝିଅ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ହୋଇଛି । ପରିବାର ଲୋକଙ୍କ ଦାୟିତ୍ବହୀନତା ପାଇଁ ଏକ କୁନି ଜୀବନ ବଳି ପଡ଼ିଯାଇଛି । ​​​​​​​

ଆହୁରି ପଢ଼ନ୍ତୁ :- ଡାକ୍ତରୀ ନାମଲେଖା ପାଇଁ ଆବେଦନ ଆରମ୍ଭ, ମେ ୩ରେ ନିଟ୍-ୟୁଜି, ଓଡ଼ିଆ ସମେତ ୧୩ ଭାଷାରେ ପରୀକ୍ଷା

ସୂଚନା ମୁତାବକ, ଲକ୍ଷ୍ମୀପ୍ରିୟା ଗାଁ ପାଖ ସ୍କୁଲରେ ୬ଷ୍ଠ ଶ୍ରେଣୀର ପଢ଼ନ୍ତି । କିଛି ମାସ ତଳେ ତାଙ୍କ ମୁଣ୍ଡରେ ଉକୁଣୀ ହୋଇଥିଲା । ଅନେକ ପ୍ରତିକାର ସତ୍ତେ୍ୱ ଉକୁଣି ଭଲ ହୋଇନଥିଲା । ମା' ସତ୍ୟଭାମା ଝିଅକୁ ଲଣ୍ଡା ହେବାକୁ କହିଥିଲେ । ମାତ୍ର ଅସୁନ୍ଦର ଦେଖାଯିବାକୁ କହି ଲକ୍ଷ୍ମୀପ୍ରିୟା ଏହାକୁ ଟାଳି ଦେଇଥିଲେ । ମାତ୍ର ଏହି ଅବହେଳା ତାଙ୍କୁ ପାଇଁ କାଳ ସାଜିଥିଲା । ଉକୁଣୀ ଧୀରେ ଧୀରେ ଝିଅର ମୁଣ୍ଡରେ ବସା ବାନ୍ଧିଥିଲେ । ପ୍ରଥମେ ମୁଣ୍ଡର ଉପର ଚର୍ମ ଅଂଶ ଏବଂ ପରେ ଖପୁରୀକୁ ଆକ୍ରାନ୍ତ କରିଥିଲେ । ଖପୁରୀ ଭିତରେ ପଶି ମସ୍ତିଷ୍କକୁ ଖାଇ ଦେଇଥିବା କୁହାଯାଉଛି । ମୁଣ୍ଡ ଗନ୍ଧ ହେବାରୁ ଲକ୍ଷ୍ମୀପ୍ରିୟା ଘର ବାହାରକୁ ବାହାରିବା ବନ୍ଦ କରି ଦେଇଥିଲେ । ମୁଣ୍ଡରେ ମାତ୍ରାଧିକ ଚୁଟି ରହିଥିବାରୁ ପରିବାର ଲୋକ କିଛି ଜାଣି ପାରିନଥିଲେ । ୩ ଦିନ ତଳେ ହଠାତ୍ ତାଙ୍କର ରକ୍ତବାନ୍ତି ହୋଇଥିଲା । ସମ୍ପର୍କୀୟ ଲକ୍ଷ୍ମୀପ୍ରିୟାକୁ ପୁରୀ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ କୁନି ଝିଅକୁ କାଳ ମାଡ଼ି ବସିଲା । ଆଉ ଶନିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀପ୍ରିୟା ଆରପାରିକୁ ଚାଲିଗଲେ ।

​​​​​​​

ଆହୁରି ପଢ଼ନ୍ତୁ :- ଜୟଦେବବିହାର-ନନ୍ଦନକାନନ ରାସ୍ତା ଚଉଡ଼ା ପାଇଁ ଟେଣ୍ଡର ଆହ୍ୱାନ, ସାଢ଼େ ୯ କିମି ରାସ୍ତା ପାଇଁ ଖର୍ଚ୍ଚ ହେବ ୯୫୨ କୋଟି