ଶିକ୍ଷକ ସଂଘ ପକ୍ଷରୁ ୮ ଦଫା ଦାବି ସମ୍ବଳିତ ପତ୍ର, ବିଇଓଙ୍କ ଜରିଆରେ କଲେ ପ୍ରଦାନ

କୋକସରା,୦୩/୧୨: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଏକ୍ସ କେଡର ଶିକ୍ଷକ ସଂଘ ପକ୍ଷରୁ ଆଜି ୮ ଦଫା ଦାବି ସମୂହକୁ ନେଇ କୋକସରା ବିଇଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। କୋକସରା ବ୍ଲକ ସଙ୍ଘ ସଭାପତି ଗଗନ ବିହାରୀ ପଟ୍ଟନାୟକଙ୍କ ଆବାହନରେ ଶତାଧିକ ଏକ୍ସ କେଡର ଶିକ୍ଷକ କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ରହିଥିଲେ। ସଙ୍ଘ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ୮ ଦଫା ଦାବି ସମ୍ବଳିତ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଆରସିସି ତୋଫାନ ମାଝୀଙ୍କ ଜରିଆରେ ଦିଆଯାଇଛି।
ଏକ୍ସ କେଡରର ବ୍ଲକ ସଭାପତି ଗଗନ ବିହାରୀ ପଟ୍ଟନାୟକ, ଉପ ସଭାପତି ପଞ୍ଚାନନ ମାଝୀ, ସୁଜାତା ଜାଲ, କାର୍ଯ୍ୟକାରୀ ସଭାପତି ତଥା ମିଡିଆ କୋଡଡିନେଟର ପ୍ରେମଲାଲ ସାହୁ, ସମ୍ପାଦକ ଦେବୀସିଂ ମାଝୀ ସହ ସମ୍ପାଦକ ତ୍ରିନାଥ ବାଗ, କୋଷଧକ୍ଷ୍ୟ ଈଶ୍ୱରୀ ପ୍ରସାଦ ଅଗସ୍ତି, କ୍ଷୀରୋଦ ପଣ୍ଡା, ଶରତ ଚନ୍ଦ୍ର ଭାଇସାଲ, କ୍ଷୀରସିନ୍ଧୁ ଦାସ, ମାରଗୁଣି ନାଗ, ପଦ୍ମନ ସାହୁ, ସନାତନ ପଣ୍ଡା, ଭାଗ୍ୟବାନ ବାଗ, ପରମେଶ୍ବର ପଟ୍ଟନାୟକ, ମନ ମୋହନ ଦାସ, ପ୍ରସନ୍ନ ନାଏକ, ତୁଳସୀ ରାମ ପଟେଲ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଦାବିପତ୍ର ପ୍ରଦାନ କରିଛନ୍ତି।