ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଜମ୍ମୁ ବସଷ୍ଟାଣ୍ଡରେ ବିସ୍ଫୋରଣ ଘଟଣା: ୫୦ ହଜାର ଟଙ୍କା ନେଇ ଗ୍ରେନେଡ ଫୋପାଡିଥିଲା ୧୫ ବର୍ଷର ନାବାଳକ

ଶ୍ରୀନଗର,୮।୩:  ଗତକାଲି ଜମ୍ମୁର ମୁଖ୍ୟ ବସ ଷ୍ଟାଣ୍ଡରେ ହୋଇଥିବା ଗ୍ରେନେଡ ବିସ୍ଫୋରଣ ଘଟଣାରେ ଜଣେ ୧୫ ବର୍ଷୀୟ ନାବାଳକୁ ଗିରଫ କରାଯାଇଛି। ୫୦ ହଜାର ଟଙ୍କା ପାଇଁ ସେ ବସ୍ ଭିତରେ ଗ୍ରେନେଡ୍ ମାଡ କରିଥିଲା। ତାକୁ ପଚରା ଉଚରା କରିବା ପରେ ସେ କହିଛି ହିଜବୁଲ ମୁଝାହିଦ୍ଦିନର ଜଣେ ଆତଙ୍କବାଦୀ ତାକୁ ଏଭଳି କରିବା ପାଇଁ ୫୦ ହଜାର ଟଙ୍କା ଦେଇଥିଲା। ଏହି ବିସ୍ଫୋରଣରେ   ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୨ ଜଣ ଆହତ ହୋଇଥିଲେ।ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଳତିତ ମାସ ୧୨ ତାରିଖରେ ତାକୁ ୧୬ ବର୍ଷ ହେବାକୁ ଯାଉଛି । ତା’ର ଆଧାରକାର୍ଡ ଓ ସ୍କୁଲ ରେକର୍ଡ ସହିତ ପରିଚୟ ପତ୍ରରୁ ସହିତ ଅନ୍ୟ କାଗଜପତ୍ରରୁ ତା’ର ଜନ୍ମ ୧୨ ମାର୍ଚ ୨୦୦୩ରେ ବୋଲି ଜଣାପଡିଛି।  

{"id":6778,"width":754,"height":423}
source: https://zeenews.india.com

ଜମ୍ମୁ ଆଇଜି ଏମକେ ସିହ୍ନାଙ୍କ କହିବା ଅନୁଯାୟୀ, ଏହି ଆକ୍ରମଣ ପଛରେ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ହାତ ଅଛି। ହିଜ୍‌ବୁଲ୍‌ର ମୁଖ୍ୟ ଫୟାଜ ଜମ୍ମୁର କୌଣସି ଗହଳିପୂର୍ଣ୍ଣ ସ୍ଥାନରେ ଗ୍ରେନେଡ ଫୋପାଡିବା ପାଇଁ ନିଜ ସଂଗଠନର ଜଣେ କର୍ମୀକୁ ମୁଜାମିଲକୁ କହିଥିଲା। ତେବେ ମୁଜାମିଲ ମନା କରିବା ପରେ ସେ ଏହି ନାବାଳକକୁ ଗ୍ରେନେଡ୍‌ ଫୋପାଡ଼ିବାକୁ କହିଥିଲା। ଛୋଟୁ (ଛଦ୍ମନାମ)ତିନି ଭାଇ-ଭଉଣୀଙ୍କ ମଧ୍ୟରେ ସବୁଠାରୁ ବଡ। ସେ ନବମ ଶ୍ରେଣୀରେ ପଢୁଛି ଓ ତା ବାପା ଜଣେ ପେଣ୍ଟର।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.