ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • କଟକ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଭେନ୍ସା ବିଶ୍ୱବିଦ୍ୟାଳୟ ୧୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ
  • ||
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବାଇକକୁ ଧକ୍କା ଦେଲା ବାଇକ୍, ୪ଗୁରୁତର

Published By : Gurupada Nath | October 31, 2024 11:23 PM

ଗଡ଼ମଧୁପୁର, ୩୧/୧0 :  ଚଣ୍ଡିଖୋଲ -ଡ଼ୁବୁରୀ ୫୩ ନମ୍ବର ଜାତୀୟ ରାଜପଥର ବରଡ଼ା ଛକ ନିକଟସ୍ଥ ବେହେରା ପେଟ୍ରୋଲ ପମ୍ପଠାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା l ଗୋଟିଏ ବାଇକ ଅନ୍ୟ ଏକ ବାଇକକୁ ଧକ୍କା ଦେବା ଫଳରେ ୨ଟି ବାଇକରେ ଥିବା ୪ଜଣ ଆରୋହୀ ଗୁରୁତର ଅବସ୍ଥାରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି l ପଲସର ବାଇକରେ ଥିବା ଦୁଇ ଜଣ ହେଲେ ଜେନାପୁର ଥାନା ଅନ୍ତର୍ଗତ ଡଙ୍କାରୀ ଗ୍ରାମର ଜିତୁ ସାମଲ (୨୪ ) ବାପା ବିଶିଆ ସାମଲ ଓ ଶିବୁ ସାମଲ (୨ ୧ ) ବାପା ସୁର ସାମଲ ଏବଂ ଅନ୍ୟ ଦୁଇ ଜଣ ହେଲେ ମକ୍କା ବିରୁଆ ଏବଂ ସତ୍ୟରଞ୍ଜନ l 

ଏହି ଦୁଇ ଜଣ ବାହାର ଜିଲ୍ଲାର ଯୁବକ l ବରଡ଼ା ଗାଁରେ ରହି ଡ଼ଙ୍ଗୀ ଚମ୍ପାନୀରେ କାମ କରୁଥିବା ଜଣା ପଡିଛି l ଘଟଣା ମୁତାବକ ଗତ ଗୁରୁବାର ସନ୍ଧ୍ୟା ପ୍ରାୟ ୭ ଟା  ସମୟରେ ଛଡ଼େଇ ଧରା ଛକ ପଟରୁ ଆସୁଥିବା ଓ ଆର 0୪ଇଉ୩୯ 0୧ ପଲସର ସାମ୍ନାରେ ଯାଉଥିବା ଓଡି୧0 ଏଫ ୩୯୮୮ହିରୋ ଡିଲକ୍ସ ନାଲି ରଙ୍ଗର ବାଇକକୁ ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା l ଛଡେଇଧରା ପଟୁ ଆସୁଥିବା ପଲସରର ଗତି ଏତେ ଦ୍ରୁତ ଥିଲା ଯେ ସାମ୍ନା ବାଇକକୁ ପାଖାପାଖି ତିରିଶ ପୁଟ ପର୍ଯ୍ୟନ୍ତ ଠେଲି ଠେଲି ନେଇ ଯାଇଥିଲି l ଯାହାଦ୍ୱାରା ଉଭୟ ଚାରିଜଣଙ୍କର ଅବସ୍ଥା ଅତି ଶଙ୍କଟାପର୍ଣ୍ଣ ହୋଇଥିଲା l ସ୍ଥାନୀୟ ଲୋକମାନଙ୍କ ଖବରପାଇ ଚଡେଇଧରା ଫାଣ୍ଡି ପୁଲିସଙ୍କ ସହଯୋଗରେ ଚଡେଇଧରା ଅଗ୍ନିଶମ ବିଭାଗ ଓ ଧର୍ମଶାଳାର ୧ 0 ୮ଯୋଗ ବଡ଼ଚଣା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠେଇଥିବା ଜଣାପଡିଛି l 

ସେଠରେ ସଙ୍କଟାମ୍ପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠେଇଥିବା ଜଣାପଡିଛି l ପ୍ରକାଶ ଯେ, ଏହି ଜାତୀୟ ରାଜପଥର ଦୁର୍ଘଟଣା ଘଟିଥିବା ସ୍ଥାନରେ ରାସ୍ତା ସାମ୍ପ୍ରସାରଣ ନିମିତ୍ତ ଗୋଟିଏ ପଟର ରାସ୍ତା ବନ୍ଦ ରହିଛି  ତେବେ ଅନ୍ୟ ରାସ୍ତାରେ ପଥିକମାନେ ଯାତାୟାତ ହେଉଥିବାରୁ ଏହି ଦୁର୍ଘଟଣା ହୋଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.