PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆଶ୍ଚର୍ଯ୍ୟ ହେଲେ ବି ସତ, ଆପଣା ଛାଏଁ  ଚାଲୁଛି ବାଇକ୍

ମାଲକାନଗିରି/ଚିତ୍ରକୋଣ୍ଡା,୫।୨: ଆଶ୍ଚର୍ଯ୍ୟ ହେଲେ ବି ସତ,ବିନା ଚାଳକରେ ବାଇକଟି ରାତିରେ ଚାଲୁଥିବାର ଜଣାପଡିଛି । ଏମିତି ଏକ ସିସିଟିଭି ଫୁଟେଜ ରବିବାର ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବଜାର ସାହିରେ। ଏଭଳି ଏକ ଅଦ୍ଭୃତ ଦୃଶ୍ୟକୁ ନେଇ ସମଗ୍ର ଚିତ୍ରକୋଣ୍ଡା ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। 

 ଚିତ୍ରକୋଣ୍ଡା ସଦର ମହକୁମା ସ୍ଥିତ ଦୈନିକ ବଜାର ମାର୍କେଟର ଚିତ୍ରକୋଣ୍ଡା ପଞ୍ଚାୟତ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ସୁରେନ୍ଦ୍ର ଦାସଙ୍କ ଏକ ଦୋକାନ ରହିଛି। ଗତ କିଛି ଦିନ ହେବ ନିଜ ଦୋକାନ ଘର ମରାମତି ଚାଲିଥିବାରୁ ସୁରେନ୍ଦ୍ର   ୩ତାରିଖ ରାତିରେ ନିଜ ଘର ଆଗରେ ଥିବା ସୀତାରାମ ଏଣ୍ଟରପ୍ରାଇଜେସ ନାମକ ଏକ ଦୋକାନ ସମ୍ମୁଖରେ ନିଜ ବାଇକକୁ ହ୍ୟାଣ୍ଡେଲ ଲକ କରି ପାର୍କିଂ କରିଥିଲେ । ୪ ତାରିଖ ସକାଳୁ ଉଠି ଦେଖନ୍ତି ଯେ ନିଜ ମୋଟର ସାଇକେଲଟି କିଛି ଦୂରରେ ପଡି ଯାଇଛି । ଅସାବଧାନତା ହେତୁ  ବାଇକଟି ତଳେ ପଡି ଯାଇଛି ଭାବି ପୁଣି ବାଇକକୁ ଉଠାଇ ଯଥା ସ୍ଥାନରେ ରଖିଥିଲେ।

ସେହିଦିନ ରାତିରେ ମଧ୍ୟ ନିଜ ମୋଟର ସାଇକେଲକୁ ସେଇ ସ୍ଥାନରେ ପାର୍କିଂ କରିଥିଲେ। ପୁଣି ୪ତାରିଖ ସକାଳୁ ଉଠି ଦେଖନ୍ତି ଯେ ପୂର୍ବ ଦିନ ଭଳି ମୋଟର ସାଇକେଲଟି ପାର୍କିଂ କରିଥିବା ଜାଗାରୁ କିଛି ଦୂରରେ ପଡିଛି। ବାରମ୍ବାର ଏଭଳି ହେଉଥିବା ଦେଖି ଘଟଣା ସମ୍ପର୍କରେ ସୀତାରାମ ଏଣ୍ଟରପ୍ରାଇଜେସର ମାଲିକ ସୁନୀଲଙ୍କୁ ଘଟଣା ସମ୍ପର୍କରେ କହିଥିଲେ। କିଏ ଜଣେ ଜାଣି ଶୁଣି ଏଭଳି କାମ କରୁଛି ବୋଲି ଭାବି ସୀତାରାମ ଏଣ୍ଟରପ୍ରାଇଜେସରେ ଲାଗିଥିବା ସିସିଟିଭି ଦେଖିଥିଲେ । ସିସିଟିଭିରେ ଘଟଣା ସମୟର ଦୃଶ୍ୟ ଦେଖିବା ପରେ ସମସ୍ତେ ଚକିତ ହୋଇଯାଇଥିଲେ। ବାଇକର ହ୍ୟାଣ୍ଡେଲ ଲକ ଥିବା ସତ୍ବେ  ବିନା ଚାଳକରେ ମୋଟରସାଇକେଲଟି ଷ୍ଟାର୍ଟ ହୋଇ କିଛି ଦୂର ଆଗକୁ ଯିବା ସହ ଓଲଟି ପଡୁଥିଲା। ପୂର୍ବ ଦିନ ଭଳି ଦ୍ଵିତୀୟ ଦିନ ମଧ୍ୟ ମୋଟରସାଇକେଲଟି ସେଭଳି ଆଗକୁ ଯାଇ ଓଲଟି ପଡ଼ିଥିଲା। ବିଜ୍ଞାନ ଯୁଗରେ ଏଭଳି ଏକ ଅଦ୍ଭୁତ ଘଟଣା ସମ୍ପର୍କରେ ଚାରିଆଡେ ପ୍ରସାରିତ ହେବା ପରେ ଘଟଣା ସମୟର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରାତି ପ୍ରାୟ ୧୨ଟା ପରେ ମୋଟରସାଇକେଲ ଆପେ ଆପେ ଚାଲୁଥିବା ଦୃଶ୍ୟ ରହସ୍ୟମୟ ଭଳି ଲାଗୁଥିଲେ ମଧ୍ୟ  ସତ । ଏହା କୌଣସି ଭୌତିକ କାଣ୍ଡ କିମ୍ବା ଗୁଣିଗାରେଡି ହୋଇଥାଇ ପାରେ ବୋଲି ଗ୍ରାମବାସୀମାନେ କୁହା କୁହି ହେଉଛନ୍ତି।