ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ

ଭୁବନେଶ୍ବର,୬/୭: କଂଗ୍ରେସ ବିଧାୟକ ସି.ଏସ୍. ରାଜନ ଏକ୍କାଙ୍କୁ ଭେଟିଛନ୍ତି ବିଜେଡି ଟିମ୍ । ତାଙ୍କ ସରକାରୀ ବାସଭବନରେ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ସ୍ନେହାଙ୍ଗିନୀ ଛୁରିଆ ଓ ରାଜକିଶୋର ଦାସ ପ୍ରମୁଖ ଭେଟିଛନ୍ତି । ସେମାନେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ରାଜନ ଏକ୍କାଙ୍କୁ ନିବେଦନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ବିଜେଡି ଟିମ୍ ଏହି ବାର୍ତ୍ତା ଦେଇଛନ୍ତି । ବିପୁଳ ଭୋଟ୍ ଦେଇ ମାଟିର ଝିଅଙ୍କୁ ରାଷ୍ଟ୍ରପତି କରିବାକୁ ସେମାନେ ରାଜନ ଏକ୍କାଙ୍କୁ ନିବେଦନ କରିଛନ୍ତି । ରାଜନ ଏକ୍କା ନିଜେ ଜଣେ ଆଦିବାସୀ ହୋଇଥିବାରୁ ଆଦିବାସୀ ଅଧିକାର ପାଇଁ ଭୋଟ୍ ଦେବାକୁ ସେମାନେ ଅନୁରୋଧ କରିଛନ୍ତି ।
ସେପଟେ ରାଜନ ଏକ୍କା କହିଛନ୍ତି କଂଗ୍ରେସର ନୀତି, ଆଦର୍ଶ ବିଜେପିଠାରୁ ଅଲଗା । କଂଗ୍ରେସ ଗାନ୍ଧୀ ଆଦର୍ଶରେ ଚାଲିଛି । ଯଶଓ୍ବନ୍ତ ସିହ୍ନାଙ୍କୁ ଦଳ ବହୁ ଆଗରୁ ସମର୍ଥନ ଦେବ ବୋଲି କହିଛି । ତେଣୁ ଦ୍ରୌପଦୀଙ୍କୁ ସମର୍ଥନ ଦେବାର ପ୍ରଶ୍ନ ଉଠୁନାହିଁ ।