ଟାଙ୍ଗୀରୁ ସାମ୍ନାକୁ ଆସିଲା ଭୃଣ ହତ୍ୟା ମାମଲା, ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଆରମ୍ଭ କଲା ତଦନ୍ତ

ଟାଙ୍ଗୀ, ୩୦/୧୧: ଟାଙ୍ଗୀରୁ ସାମ୍ନାକୁ ଆସିଲା ଭୃଣ ହତ୍ୟା ମାମଲା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଟାଙ୍ଗୀ ଥାନା ହାଟ ବରଡି ଗ୍ରାମ ନିକଟରେ ଏକ ଧାନ ବିଲରୁ ଶିଶୁ ପୁତ୍ର ଭୃଣ ଠାବ ହୋଇଛି। ଏହି ଭୃଣଟି ଏକ ଶିଶୁ ପୁତ୍ରର ହୋଇଥିବା ବେଳେ ଏହାର ଓଜନ ପ୍ରାୟ ୨୦୦ ଗ୍ରାମ ହେବ ବୋଲି ଜଣା ପଡିଛି।
ଠାବ ହୋଇଥିବା ଶିଶୁ ପୁତ୍ରର ଭୃଣକୁ କେହି ଏକ ପେଟି ମଧ୍ଯରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଅବାଞ୍ଛିତ ମାତୃତ୍ୱକୁ ଲୁଚାଇବା ପାଇଁ କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ଶହ ଶହ ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା। ଭୃଣ ମିଳିଥିବା ସ୍ଥାନରୁ କିଛି ଦୂରରେ ଏକ ଘରୋଇ ମେଡିକାଲ ଥିବାରୁ ସେହି ମେଡିକାଲରେ ଗର୍ଭପାତ କରିବା ପରେ କୌଣସି ମା’ ତାର ଦୋଷକୁ ଲୁଚାଇବା ପାଇଁ ଏପରି କରିଥିବା ଲୋକେ ସନ୍ଦେହ କରୁଛନ୍ତି।
ଘଟଣା ସ୍ଥଳରେ ଟାଙ୍ଗୀ ପୁଲିସ ସହ ଟାଙ୍ଗୀ ମେଡିକାଲ ପ୍ରଶାସନ ପହଞ୍ଚିଥିଲା। ଏହି ୪ ମାସର ଭୃଣକୁ ଜବତ କରି ପ୍ରଶାସନ ଅଧିକ ତଦନ୍ତ କରୁଥିବା ଜଣାପଡିଛି। ଭୃଣଟି ପୁତ୍ର ବା କନ୍ୟା ଭୃଣ ବୋଲି ଜଣା ପଡୁନାହିଁ। ତେଣୁ ପ୍ରଶାସନ ଅଧିକ ତଦନ୍ତ ପାଇଁ ଭ୍ରୁଣ ଟିକୁ ଭୁବନେଶ୍ୱର ଲାବରେଟୋରୀକୁ ପଠାଇଥିବା ଜଣାପଡିଛି।