ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ମାମୁଁ ଘରକୁ ବୁଲିବାକୁ ଆସିଥିଲେ, କୂଅରେ ପଡି ଶିଶୁପୁତ୍ରର ମୃତ୍ୟୁ

ବଡ଼ବିଲ,୨୩।୫ :ଯୋଡ଼ା ଆଜାଦ୍ ବସ୍ତିରେ ଅଘଟଣ। ମାମୁଁ ଘରକୁ ବୁଲିବାକୁ ଆସିଥିବା ବେଳେ  କୂଅରେ ପଡ଼ିଯିବାରୁ ଶିଶୁପୁତ୍ରର ମୃତ୍ୟୁ ଘଟିଛି।  ମୃତକ ଜଣକ ହେଲେ  ରାଇରଙ୍ଗପୁର ନିବାସୀ ପ୍ରହଲ୍ଲାଦ ଅଗ୍ରୱାଲଙ୍କ ୩ ବର୍ଷର ପୁଅ ଗୋପାଳ ଅଗ୍ରୱାଲ । ଖବର ପାଇ  ଯୋଡ଼ା ପୋଲିସ କୂଅରୁ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। 

ସୂଚନା ଅନୁଯାୟୀ, ଗୋପାଳ ନିଜ ମା'ଙ୍କ ସହ ଯୋଡ଼ା ସ୍ଥିତ ମାମୁଁ ଘରକୁ ଆସିଥିଲେ ।  ଆଜି ମଧ୍ୟାହ୍ନ ସମୟରେ ସୁବାସ ଅଗ୍ରୱାଲଙ୍କ ପରିବାର ଲୋକେ ଘର ଭିତରେ ଥିବାବେଳେ,  ଗୋପାଳ ଘର ଅଗଣାରେ ଏକାକୀ ଖେଳୁଥିଲେ । କିଛି ସମୟ ପରେ ପରିବାର ଲୋକେ ଗୋପାଲକୁ ଦେଖିବାକୁ ନ ପାଇବାରୁ ଏଣେତେଣେ ଖୋଜିଥିଲେ ବି ପାଇ ନଥିଲେ । ପରେ ସନ୍ଦେହ ହେବାରୁ ଅଗଣାରେ ଥିବା କୂଅ ଭିତରକୁ ଦେଖିବା ପରେ ଘଟଣା ଜଣାପଡିଥିଲା । ଶିଶୁ ପୁତ୍ରକୁ ଉଦ୍ଧାର କରିବା ପରେ ନିକଟସ୍ଥ ମେଡିକାଲକୁ ନିଆ ଯାଇଥିଲେହେଁ ସେଠାରେ  ଡାକ୍ତର ମୃତ ଘୋଷଣା କରିଥିଲେ । ସୂଚନା ପାଇ ଯୋଡ଼ା ପୋଲିସ୍ ମୃତ ଦେହକୁ ଜବତ୍ କରି ଶବ ବ୍ୟବଚ୍ଛେଦ କରାଇବା ସହ ତଦନ୍ତ ଜାରୀ ରଖିଛି । ଏହି ଘଟଣା ପରେ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ପୁଅକୁ ହରାଇ ଶୋକ ସଂତପ୍ତ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି ।

ଆହୁରି ପଢନ୍ତୁ : ସ୍କୁଟି ସହ ୧୨ କିଲୋ ଗଞ୍ଜେଇ ଜବତ, ୨ ଗିରଫ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.