ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସିରିଜ ଦୁର୍ଘଟଣା : ୩ମୃତ,୧୧ଗୁରୁତର

କେନ୍ଦୁଝର ସଦର ୫/୬(ଆପ୍ର)କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ପୁତୁଲୁପାଣି ଛକ ନିକଟରେ ସିରିଜ ଦୁର୍ଘଟଣା ଘଟିଛି।ଆଜି ଅପରାହ୍ନ ୧୨ଟା ବେଳେ ଏକ ଟ୍ରଲର ଭାରସାମ୍ୟ ହରାଇ ପିଟିହେବାରୁ ୨ଟି କାର୍ ଓ ୩ ବାଇକ୍ ଏକ ଅଟୋ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା।ଫଳରେ ୩ଜଣଙ୍କର ମୃତ୍ୟୁ ଘଟିଥିବ‍। ବେଳେ ଉଭୟ ଗାଡିରେ ବସିଥିବା ୧୧ଜଣ ଗୁରୁତର ହୋଇଛନ୍ତି।ସେମାନଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।ମୃତକ ମାନେ ହେଲେ ସଦର ଥାନା ଅନ୍ତର୍ଗତ ଉପରକାଇପୁର ଗ୍ରାମର ସ୍ବର୍ଗତଃ ମାୟା ବେହେରାଙ୍କ ପୁଅ କୁଶ ବେହେରା(୩୬) ଓ ଗୋପାଳ ଚନ୍ଦ୍ର ବେହେରା ଙ୍କ ପୁଅ ଖଗେଶ୍ବର ବେହେରା(୨୮)।ଅନ୍ୟ ଜଣେ ମୃତକ ଙ୍କ ପରିଚୟ ମିଳିଥିବାବେଳେ ସେ ନୟାଗଡ ଅଞ୍ଚଳର କବାଡିଆ  ବାଲା ବୋଲି ଜଣାପଡିଛି।ଏମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବାରୁ ତାଙ୍କୁ ଡାକ୍ତର କଟକ ବଡ ମେଡିକାଲ ସ୍ଥାନାନ୍ତର କରିଛନ୍ତି।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛିା।ଏନେଇ ପୋଲିସ ୩ଟି ମାମାଲା ରୁଜୁ କରି ଦୁଇ ଶବ ବ୍ୟବଛେଦ କରାଇ ମୃତଦେହ ପରିବାର ଙ୍କୁ ହସ୍ତାନ୍ତର କରାଯାଇଛି।ପରିବାର ଲୋକେ ମେଡିକାଲ ରେ ପହଞ୍ଚି ନଥିବାରୁ ନୟାଗଡ ଅଞ୍ଚଳ କବାଡିଆ ବାଲା ଙ୍କ ମୃତଦେହ ଶବ ଗୃହରେ ରଖାଯାଇଛି।ତେବେ ଶୁଆକାଟି ସ୍ଥିତ ଓଡିଶା ଖଣିନିଗମକୁ ବେଆଇନ ଭାବେ ରାସ୍ତା ଦୁଇପାର୍ଶ୍ବ ଟ୍ରକ୍ ଗୁଡିକ ପାର୍କିଙ୍ଗ କରିଥିବାରୁ ଏହି ବଡ ଧରଣର ଦୁର୍ଘଟଣା ଘଟିଥିବା ଜଣାପଡିଛି।ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଦେଉଛି।

ଆହୁରି ପଢନ୍ତୁ : ୭ ଡକାୟତି ମାମଲାରେ ୩ ଗିରଫ, ୨୧୨ ଗ୍ରାମ ସୁନା ଜବତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.