ପ୍ରମୂଖ ଖବର

ଘସିପୁରାରେ ବିଜେଡି ଗଡ ଭାଙ୍ଗିପାରିଲେନି ସୌମ୍ୟ, ବଦ୍ରି ବିଜୟୀ


ଭୁବନେଶ୍ବର, ୪।୬ : ଘସିପୁରା ନିର୍ବାଚନମଣ୍ଡଳୀରେ ପୁଣି ବିଜେଡି ଗଡରକ୍ଷା କରିଛନ୍ତି ବଦ୍ରି   ନାରାୟଣ ପାତ୍ର। ତାଙ୍କ ନିକଟତମ  ସ୍ବାଧୀନ ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଠାରୁ ସେ ୧୩ ହଜାରରୁ ଊର୍ଦ୍ଧ୍ବ ଭୋଟରେ ବିଜୟୀ ହୋଇଛନ୍ତି।  ବ୍ରଦୀ ୮୨୩୦୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ସୌମ୍ୟ ତାଙ୍କୁ କଡା ଟକ୍କର ଦେଇ ୬୮୫୫୮ ଖଣ୍ଡ ଭୋଟ ପାଇଛନ୍ତି। ପ୍ରଥମ କିଛି ରାଉଣ୍ଡରେ ସୌମ୍ୟ ବଦ୍ରିଙ୍କୁ କଡ୍ଡା ଟକ୍କର ଦେଇ ଆଗୁଆ ରହିଥିଲେ। ତେବେ ପରବର୍ତ୍ତୀ ସମୟରେ ରାଉଣ୍ଡ ବଢିବା ସହ ସୌମ୍ୟ ପଛୁଆ ହୋଇଥିଲେ।  ଶେଷରେ ସୌମ୍ୟଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।  

ସୌମ୍ୟ ଖଣ୍ଡପଡା ଛାଡି ଚଳିତ ନିର୍ବାଚନରେ ଘସିପୁରା ନିର୍ବାଚନ ମଣ୍ଡଳୀ ବାଛିଥିଲେ। ସେଠାରେ ସେ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇଥିଲେ। ସେଠାରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ବଦ୍ରୀ ଏଠାରୁ କ୍ରମାଗତ ଭାବେ ବିଜୟୀ ହୋଇ ଆସୁଛନ୍ତି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.