PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ସ୍କୁଲ ଯିବାକୁ ପୁଅ ମନା କରିବାରୁ ରାଗିକି ମା’ ଡାକିଦେଲେ ପୋଲିସ,ଆଉ ଏହାପରେ ହେଲା ଏମିତି

ହାଇଦ୍ରାବାଦ,୨୫।୭: ସାଧାରଣତଃ ପିଲାମାନେ ସ୍କୁଲ ନଯିବାକୁ ଜିଦି କରିଥାନ୍ତି। ତାଙ୍କୁ ବୁଝାଇସୁଝାଇ ବାପା-ମା ମାନେ ସ୍କୁଲ ପଠାଇଥାନ୍ତି। ବହୁବାର ପିଲାଙ୍କ ଅତ୍ୟାଧିକ ଜିଦି ପାଇଁ ବାପା-ମା ଚିନ୍ତାରେ ପଡିଯାଆନ୍ତି। କିନ୍ତୁ ତେଲେଙ୍ଗାନାର ମେହବୁବା ନଗରରେ ଘଟିଛି ଏକ ଅଦ୍ଭୁତ ଘଟଣା। ସ୍କୁଲ ଯିବାକୁ ପୁଅ ମନା କରିବାରୁ ରାଗିକି ଜଣେ ମା’ ୧୦୦ ନମ୍ବରରେ ପୋଲିସ ଷ୍ଟେସନକୁ ଫୋନ୍ କରିଦେଇଥିଲେ। ଏହି ସମୟରେ ମହିଳା ଜଣକ କେବଳ କହିଥିଲେ ଆପଣ ଶୀଘ୍ର ଆମ ଘରକୁ ଆସନ୍ତୁ।

ସୂଚନା ମିଳିବା ପରେ ପୋଲିସ ତୁରନ୍ତ ସେଠାରେ ପହଁଞ୍ଚି ଯାଇଥିଲା। ପୋଲିସକୁ ଲାଗିଥିଲା ବୋଧହୁଏ ମାମଲା ଖୁବ୍ ଗମ୍ଭୀର। ତେବେ ପରେ ଯେତେବେଳେ ତାଙ୍କୁ ଜଣାପଡିଥିଲା ଛୋଟ ପିଲାଟିଏ ସ୍କୁଲ ଯିବାରୁ ମନା କରିବାରୁ ତା’ର ମା’ ଫୋନ କରି ଡାକିଛନ୍ତି, ପ୍ରଥମେ ପୋଲିସ କର୍ମଚାରୀମାନେ ରାଗିଯାଇଥିଲେ। ମହିଳା ଜଣକ କହିଥିଲେ, ତାଙ୍କ ପୁଅ ସ୍କୁଲ ଯିବାକୁ ମନା କରିବା ସହ ଘର ଭିତରେ ଲୁଚିକି ରହିଛି, ବାହାରକୁ ଆସୁନି। ତେବେ ପରେ ପୋଲିସ କର୍ମଚାରୀମାନେ ଟିକେ ଶାନ୍ତ ପଡି ପିଲାଟିକୁ ବୁଝାଇବା ଚେଷ୍ଟା କରିଥିଲେ। ପୋଲିସ ପକ୍ଷରୁ କରାଯାଇଥିବା କାଉସେଲିଂ ପରେ ଶେଷରେ ପିଲାଟି ସ୍କୁଲ ଯିବାକୁ ରାଜି ହୋଇଯାଇଥିଲା ଓ ପୋଲିସ ଟିମ୍ ନିଜର ଗାଡିରେ ସ୍କୁଲକୁ ପଠାଇ ଦେଇଥିଲା।

ଅନ୍ୟପକ୍ଷେ କିନ୍ତୁ ଏହି ମାମଲାରେ ବାଳ ଅଧିକାର ସଂଗଠନର ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ସଂଗଠନ ପକ୍ଷରୁ କୁହାଯାଇଛି, ପିଲାଟି ସ୍କୁଲ ଯିବାକୁ କାହିଁକି ମନା କରୁଛି? ଏହାପଛର କାରଣ କ’ଣ ହୋଇଥାଇପାରେ,ଏସବୁ ଜାଣିବା ଦରକାର। କେବଳ ସେତିକି ନୁହେଁ ପୋଲିସ ଷ୍ଟେସନକୁ ଶିଶୁଟିକୁ ଡକାଯିବା ଏବଂ ସେଠାରେ କାଉସେଲିଂ କରିବା ଠିକ୍ ନୁହେଁ। ଏହା ଶିଶୁଙ୍କ ପ୍ରତି ଅତ୍ୟାଚାର ଠାରୁ କମ୍ ନୁହେଁ। ରାଜ୍ୟରେ ଏହା ହେଉଛି ଏଭଳି ଦ୍ବିତୀୟ ଘଟଣା, ଯଦି ଏହା ଏକ ପରମ୍ପରା ପାଲଟିଯାଏ ତେବେ ଖୁବ୍ ବିପଦଜନକ।