PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଲଗାଣ ବର୍ଷାରେ ବୁଡ଼ିଲା ସହର, ଜୟଦେବ ବିହାରରେ ଉପୁଡ଼ିଲା ଗଛ

ଭୁବନେଶ୍ୱର,୧୫/୮ : ରସୁଲଗଡ଼ ସତ୍ୟବିହାର ରାସ୍ତାରେ ଆଣ୍ଠୁଏ ପାଣି ଜମିଲା । ଜୟଦେବ ବିହାର, ଜୟଦେବ ବାଟିକା ମୁଖ୍ୟ ରାସ୍ତାରେ ଗଛ ଉପୁଡିଲା । ଲଗାଣ ବର୍ଷାରେ ରବିବାର ରାଜଧାନୀର ସ୍ଥିତି ବେହାଲ । ବର୍ଷାରେ ଜଳ ନିଷ୍କାସନ ହୋଇନପାରିବାରୁ ବନ୍ୟା ସୃଷ୍ଟି ହୋଇଛି । ମାତ୍ର ୧୪.୩ ମିମି ବର୍ଷା ରେକର୍ଡ ହୋଇଛି । ଲଘୁଚାପ ପ୍ରଭାବରେ ଗତକାଲି ରାତିରୁ ଲଗାଣ ବର୍ଷା ଲାଗି ରହିଛି । ପ୍ରଭାବରେ ରବିବାର ରାଜଧାନୀର କିଛି ତଳିଆ ଅଞ୍ଚଳରେ ପାଣି ଜମିଥିଲା । ପଞ୍ଚଶଖାନଗର ରାସ୍ତା ବୁଡି ପାଣି  ସୁଅ ଚାଲିଥିଲା ।

ସେହିପରି ସତ୍ୟବିହାର ଅଞ୍ଚଳରେ ଜଳ ନିଷ୍କାସନ ହୋଇପାରିନଥିଲା । ଫଳରେ ଅଗ୍ନିଶମ ବିଭାଗ ପକ୍ଷରୁ ୪ଟି ପମ୍ପ ଲଗାଇ ଜଳ ନିଷ୍କାସନ କରାଯାଇଛି । ନହରକଣ୍ଟା, ହଂସପାଳ ଭୋଇ ସାହି, ହରିଦାସପୁର, ବାସୁଦେବ ନଗର, ସାଇମନ୍ଦିର, ଗାୟତ୍ରୀନଗର, ଶବର ସାହିରେ ପାଣି ଜମିଛି । ସହରର ୩ ସ୍ଥାନରେ ଗଛ ଉପୁଡି ଯୋଗଯୋଗ ବିିଚ୍ଛିନ୍ନ ହୋଇଛି । ଜୟଦେବ ବିହାର କ୍ରାଉନ ହୋଟେଲ ପାଖରେ ଗଛ ଉପୁଡିବାରୁ ରାସ୍ତାରେ ଲୋକେ ଯିବା ଆସିବାରେ ଅସୁବିଧା ଉପୁଜିଥିଲା । ସେହିପରି ଜୟଦେବ ବାଟିକା ଏବଂ ବାପୁଜୀନଗରରେ ମଧ୍ୟ ଗଛ ଉପୁଡି ରାସ୍ତାରେ ପଡିଥିଲା । ଅଗ୍ନିଶନ ବିଭାଗର ଟିମ୍‌ ଗଛ କାଟିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା ।

ଦିନ ତମାମ ରବିବାର ଝିପି ଝିପି ବର୍ଷା ଲାଗି ରହିଥିଲା । କୋହଲା ଥଣ୍ଡା ପବନରେ ଥରି ଉଠିଥିଲା ରାଜଧାନୀ । ସେପଟେ ପ୍ରମୁଖ ମାର୍କେଟରେ ସେତେଟା ଗହଳି ଜମିନଥିଲା । କିନ୍ତୁ ରବିବାର ଥିବାରୁ ଆମିଷ ଦୋକାନରେ ପ୍ରବଳ ଗହଳି ଜମିଥିଲା ।