ବାଉଁଶୁଣୀ ୧୭/୧୧: ଅସ୍ଵାସ୍ଥ୍ୟକର ପରିବେଶ ମଧ୍ୟରେ ଚାଲିଛି ବୌଦ୍ଧ ବ୍ଲକ ବାଉଁଶୁଣୀ ଦୈନିକ ବଜାର। ଫଳରେ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ବଜାର ଉପରେ ୧୨ ଗୋଟି ପଞ୍ଚାୟତର ଲୋକେ ନିର୍ଭର କରନ୍ତି। ହେଲେ ବଜାର ସାରା ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ପଡ଼ିରହିଛି। ବଜାର ନିକଟରେ ଏକ ନଳକୂପ ରହିଅଛି। ସେହି ନଳକୂପର ପାଣି ଜମି ଏକ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି । ସେହି ଅପରିଷ୍କାର ପରିବେଶ ମଧ୍ୟରେ ବ୍ୟବସାୟୀ ମାନେ ବସି କିଣାବିକା କରୁଛନ୍ତି । ଖାଇବା ଜିନିଷ ବି ବିକ୍ରି ହେଉଛି । ବଜାରରୁ ପଞ୍ଚାୟତ ଟିକସ ଆଦାୟ କରୁଛି । ହେଲେ ଏହାର ସୁବିଧା ଉପରେ ଆଦୌ ଧ୍ୟାନ ଦେଉ ନଥିବା ଅଭିଯୋଗ ହେଉଛି । ଏହି ବାବଦରେ ବାଉଁଶୁଣୀ ସରପଞ୍ଚ ଅଇଁଠୁ ମହାଲିକଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ବେ ମଧ୍ୟ କର୍ଣ୍ଣପାତ କରୁନଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ବ୍ଲକ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହେଉଛି।