PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଜୁଡିଆଘାଟିରେ ତରଭୁଜ ଗାଡ଼ି ଓଲଟିଲା; ଡ୍ରାଇଭର ଆହତ, ରାସ୍ତାରେ ଗଡ଼ିଲା ତରଭୁଜ

କେନ୍ଦୁଝର,୧୭/୩ : ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ୨ଦିନ ରାସ୍ତାରେ ଟ୍ରକ୍ ଚଳାଚଳ ବନ୍ଦ ରହିଥିବାବେଳେ ଶୁକ୍ରବାରଠାରୁ କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା  ୪୯ ଏବଂ ୨୦ ନମ୍ବର ଜାତୀୟ ରାଜପଥରେ ଟ୍ରକ ଚାଲିବା ଆରମ୍ଭ ହୋଇଛି । ତେବେ ଦୁଇ ଦିନ ଠିଆ ହେବା ପରେ ନିଜ ଗନ୍ତ୍ୟବ୍ୟ ସ୍ଥଳକୁ ଯାତ୍ରା ଆରମ୍ଭ କରିଥିବା ଏକ ତରବୁଜ ବୋଝେଇ ଟ୍ରକ ଶୁକ୍ରବାର ଅପରାହ୍ନରେ କେନ୍ଦୁଝର ଟାଉନ ଥାନା ୪୯ ନମ୍ବର ଜାତୀୟ ରାଜପଥ ଜୁଡିଆଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ଓଲଟି ପଡ଼ିଛି । ଫଳରେ ଗାଡିର ଡ୍ରାଇଭର ସାମାନ୍ୟ ଆହତ ହେଉଥିବାବେଳେ ରାସ୍ତା ସାରା ତରଭୁଜ ବିଛେଇ ହୋଇ ପଡ଼ିଥିଲା। ଅଧେ ତରଭୁଜ ଲୋକମାନେ ବୋହି ନେଇଥିବାବେଳେ ଅଧିକାଂଶ ଫାଟି ନଷ୍ଟ ହେଇଯାଇଥିବା ଦେଖିବାକୁ ମିଳିଛି । ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମହାମହାରାଷ୍ଟ୍ରରୁ କଲିକତା ଅଭିମୁଖେ ବାହାରିଥିବା ଡବ୍ଲ୍ୟୁବି ୨୩ ଇ ୪୯୫୭ ନମ୍ବର ବିଶିଷ୍ଟ ତରଭୁଜ ବୋଝେଇ ଟ୍ରକଟି ଡ୍ରାଇଭର ଆନ୍ଦୋଳନ ଯୋଗୁଁ ଗତ ୧୫ତାରିଖରୁ ଦେବଗଡ଼ ଜିଲ୍ଲା ବାରକୋଟଠାରେ ଠିଆ ହେଇଥିଲା। ଶୁକ୍ରବାର କଲିକତା ଅଭିମୁଖେ ଯାଉଥିବା ସମୟରେ କେନ୍ଦୁଝର ଉପକଣ୍ଠ ଜୁଡିଆ ଘାଟିରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା ।

ଫଳରେ ଗାଡ଼ିର ଡ୍ରାଇଭର ବିହାରର ଅଖିଳେଶ ଯାଦବଙ୍କ ମୁଣ୍ଡରେ ଆଘାତ ଲାଗି ଆହତ ହୋଇଛନ୍ତି । ତରଭୁଜ ଗୁଡିକ ରାସ୍ତା ଉପରେ ବିଛେଇ ହୋଇ ପଡିଥିବାବେଳେ କିଛି ତରଭୁଜ ଲୋକ  ଗୋଟାଇ ନେଇଥିଲେ। ଅଧିକାଂଶ ତରଭୁଜ ଫାଟି ନଷ୍ଟ ହୋଇଯାଇଥିଲା । ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।